ୟୁକୋ ବ୍ୟାଙ୍କର ୬୫୩ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୮।୧: ୟୁକୋ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ୧୧୦% ଅଭିବୃଦ୍ଧି ହାର ହାସଲକରି ୬୫୩ କୋଟି ଟଙ୍କାର ନେଟ୍‌ ଲାଭ କରିଥିବା ଜଣାପଡ଼ିଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ବ୍ୟାଙ୍କର
ନେଟ୍‌ ଲାଭ ୩୧୦ କୋଟି ଟଙ୍କା ରହିଥିଲା ବେଳେ ୨୦୨୨ରେ ଏହା ଦ୍ୱିଗୁଣିତ ହୋଇ ୬୫୩ କୋଟିରେ ପହଞ୍ଚତ୍ଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ବ୍ୟାଙ୍କ ଆଶାନୁରୂପ ଭାବେ ଅଭିବୃଦ୍ଧି ବଜାୟ ରଖିପାରିବ ବୋଲି ଆଶା କରାଯାଉଛି। ସେହିପରି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ସମୁଦାୟ ଋଣରେ ୨୦.୫% ଅଭିବୃଦ୍ଧି ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ କହିଛନ୍ତି, ସଂଶୋଧିତ ସୁଧ ହାର ଫଳରେ ଜମା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇପାରିବ। ଏପରିକି ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନରେ ପ୍ରତ୍ୟେକ ତ୍ରୈମାସରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି ବୋଲି ପ୍ରସାଦ ମତ ପ୍ରକାଶ କରିଛନ୍ତି। ସେହିପରି ନିମ ୩ % ରୁ ୩.୦୧% ରହିଛି, ହାରାହାରି ତ୍ରୈମାସିକ ସ୍ଲିପେଜ୍‌ ୧୫୦୦ କୋଟିରୁ ୫୦୦ କୋଟିକୁ ହ୍ରାସ ପାଇଛି। ୩ୟ ତ୍ରୈମାସରେ ବ୍ୟାଙ୍କର ରିଟିନ୍‌ ଅଫ୍‌ ଆକାଉଣ୍ଟରୁ ୪୫୮କୋଟି ଟଙ୍କା ଅସୁଲି ହୋଇପାରିଛି ବୋଲି ପ୍ରସାଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ବର୍ଷରେ ଆର୍ଥିକ ସଂସ୍କାର ସାରିବାକୁ ହେବ: ପାନଗାରିୟା

ନ୍ୟୁୟର୍କ,୨୨-୪: ଭାରତରେ ଭାରି ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଗଭୀର ଶ୍ରମ ବିକାଶ ପ୍ରତି ଧ୍ୟାନ ଦେବାକୁ ହେବ। ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ...

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ...

୭.୪% ବଢ଼ିବ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୨୭ା୮: ବର୍ତ୍ତମାନର ପରିସ୍ଥିତିକୁ ନେଇ ଉଭୟ ସରକାର ଓ ସାଧାରଣ ଜନତା ଚାପରେ ଥିବା ବେଳେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଚଳିତ...

୩ୟ ତ୍ରୈମାସରେ ୬୧୦ କୋଟିର ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୬।୨: ୱେଷ୍ଟଲାଇଫ୍‌ ଫୁଡ୍‌ୱାଲର୍‌ଡ ଲିମିଟେଡ୍‌ ପକ୍ଷରୁ ୨୦୨୦-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ତ୍ରୈମାସରେ କମ୍ପାନୀର...

ଏନ୍‌ପିଏ ଆକାଉଣ୍ଟ ବିକ୍ରି କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୧।୩:  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ପକ୍ଷରୁ ୮୨୦କୋଟି ଟଙ୍କାର ଋଣ ବକେୟାର ଭରଣା ପାଇଁ ୧୨ଟି ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଏନ୍‌ପିଏ) ଆକାଉଣ୍ଟ ବିକ୍ରି କରାଯିବ।...

ଗ୍ରାହକ ସନ୍ତୁଷ୍ଟିକୁ ଅଗ୍ରାଧିକାର

ପାରିବାରିକ ବ୍ୟବସାୟ ଓ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ଅହେତୁକ ଆଗ୍ରହ ରହିଥିଲା। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଶେଷକରି ବାପାଙ୍କ ସହ ବ୍ୟବସାୟରେ...

ରେନୋର ୩ଡି ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭।୧୦: ଦେଶର ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ୩ଡି ପ୍ରଚାର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହାର...

Advertisement
Archives

Model This Week