ବଜାର ଅଭିବୃଦ୍ଧିରେ ସାମିଲ ହେଉଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ମ୍ୟୁଚୁଆଲ ଫଣ୍ଡ ସଂସ୍ଥା ‘ଡିଏସ୍‌ପି ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସ’ ବର୍ତ୍ତମାନର ବଜାର ବ୍ୟବସ୍ଥା ଓ ନିବେଶ ଉପରେ ଦୁଇଟି ମୁଖ୍ୟ ସଙ୍କଟକାରକ ଯଥା ସୁଧ ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛି। ଏପରିକି ବର୍ତ୍ତମାନର ସମ୍ଭାବ୍ୟ ସ୍ବଳ୍ପକାଳୀନ ଆହ୍ବାନ ସତ୍ତ୍ୱେ ଭାରତର କାହାଣୀ ଏକ ବାସ୍ତବତାରେ ପରିଣତ ହୋଇଛି ବୋଲି ଡିଏସ୍‌ପି ପକ୍ଷରୁ ଆକଳନ କରାଯାଇଛି।

ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ଅଭିବୃଦ୍ଧି ଉପରେ ମୁଦ୍ରାସ୍ଫୀତିକୁ ପ୍ରାଥମିକତା ଦେଉଥିବାବେଳେ ମୁଦ୍ରାସ୍ଫୀତି ଚାପ ହ୍ରାସ ହୋଇପାରେ ବୋଲି ସଙ୍କେତ ମଧ୍ୟ ମିଳିଛି, ହେଲେ ବଜାର ଯଥେଷ୍ଟ ଅଭିବୃଦ୍ଧିର ମନ୍ଥରତା ସମ୍ଭାବନାକୁ ବିଚାର କରୁନାହିଁ। ଏପରିକି ଏହା ନିକଟ ଭବିଷ୍ୟତରେ ଆହୁରି ନିମ୍ନଗାମୀ ସଂଶୋଧନ ଆଡ଼କୁ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଡିଏସପି ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସ ପ୍ରାଇଭେଟ ଲିମିଟେଡର ମୁଖ୍ୟ ବିନୀତ ସାମ୍ବ୍ରେ କହିଛନ୍ତି, ଭାରତୀୟ ନିବେଶକମାନେ ଭାରତୀୟ ଅର୍ଥନୀତି ଏବଂ ବଜାରର ଅଭିବୃଦ୍ଧିରେ ଭାଗ ନେବାକୁ ପସନ୍ଦ କରୁଥିବା ଦେଖିବା ଉତ୍ସାହଜନକ ଅଟେ।

ବିଶେଷ କରି ଏହି ନିବେଶକମାନଙ୍କୁ ଆମର ସରଳ ଏବଂ ସୁସଙ୍ଗତ ସୁପାରିସ ଯେ ଏକ ସନ୍ତୁଳିତ ଆଭିମୁଖ୍ୟ ଅବଲମ୍ବନ କରନ୍ତୁ। ଏପରିକି ଅସମ୍ଭବକୁ ସମ୍ଭବ କରି ଦେଖାଇବାର ଚେଷ୍ଟା’ ଏବଂ ‘ପ୍ରିନ୍ସିପାଲ ଫାଷ୍ଟ’ ଉପରେ ଯେପରି ଆମେ ପୂର୍ବ ବାର୍ଷିକ ଟିପ୍ପଣୀରେ ଜୋର ଦେଇଛୁ, ମୂଲ୍ୟାଙ୍କନ ଅଧିକ ହୋଇଥିବାବେଳେ ଇକ୍ୱିଟି ସମ୍ପତ୍ତି ବର୍ଗରୁ ବାହାରି ଯିବା ବିବେକସମ୍ମତ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟରେ ୮୦ ହଜାର କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳରେ କେତେକ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଉଛି। କରୋନା...

କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା...

ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ...

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୨୯-୬ -କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ...

ଗାଁରେ ଉଦ୍ୟୋଗ ବସାଇବେ ବଡ଼ କମ୍ପାନୀ

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ସାଧାରଣରେ ବିଶ୍ୱାସ ରହିଛି ଯେ ବଡ଼ କମ୍ପାନୀରେ କାମ କରିବା ଲାଗି କେବଳ ବଡ଼ ବଡ଼ ସହରକୁ ଯିବାକୁ ପଡିବ। ଆଗକୁ ଗାଁରେ...

କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି...

ମୋରାଟୋରିୟମ ମାମଲାରେ କେନ୍ଦ୍ରକୁ ଭର୍ତ୍ସନା; ସପ୍ତାହେ ମଧ୍ୟରେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭।୮: କରୋନା ମହାମାରୀ ଯୋଗୁ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ଆର୍ଥତ୍କ ସମସ୍ୟାରୁ ଆଶ୍ୱସ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ପ୍ରଦାନ ଉପରେ ମୋରାଟୋରିୟମ...

Advertisement
Archives

Model This Week