ପ୍ରଦୂଷଣ ଯୋଗୁ ହ୍ରାସପାଉଛି କାଜୁବାଦାମ ଉତ୍ପାଦନ

ମହାକାଳପଡ଼ା ,୨୧ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତିଘର, ରାମନଗର ଆଦି ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି। ଫଳରେ ଜଙ୍ଗଲରେ କାଜୁବାଦାମ ଫଳ ଯଥେଷ୍ଟ ପରିମାଣରେ ଉତ୍ପାଦନ ହ୍ରାସ ପାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଅଞ୍ଚଳର ରାମନଗର ପଞ୍ଚାୟତ ରାମନଗର, ପିତାପାଟ ଓ ବହାକୁଦ ଗଁାରେ କାଜୁ ଜଙ୍ଗଲ ରହିଛି। ଏହି ଜଙ୍ଗଲରେ କାଜୁ ଚାରା ୧୯୭୩ ମସିହାରେ ରାଜ୍ୟ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଲଗାଯାଇଥିଲା। ପରେ ୧୯୮୦ରେ ଏହି ଜଙ୍ଗଲ ରାଜ୍ୟ କାଜୁ ନିଗମ ଅଧୀନକୁ ଆସିଲା। ଉକ୍ତ ବର୍ଷଠାରୁ କାଜୁ ନିଗମ ରକ୍ଷଣାବେକ୍ଷଣ କରି ଆସୁଛି। ତେବେ ରାମନଗର ଅଞ୍ଚଳରେ କାଜୁ ଜଙ୍ଗଲରେ ୩୫୪ ଏକରରେ ୧୦ ହଜାର ଗଛ, ପୀତାପାଟରେ ୨୩୩ ଏକରରେ ୫ ହଜାର ଗଛ ଓ ବାହାକୁଦ ଅଞ୍ଚଳରେ ୧୮୨ ଏକରରେ ୫ ହଜାର କାଜୁ ଗଛ ରହିଛି। ସେହିପରି ଏହି କାଜୁ ଜଙ୍ଗଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଜଣେ ସୁପରଭାଇଜର, ୨ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ମହାନଦୀ ଅପରପାର୍ଶ୍ୱର ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ଧୂଳିଗୁଣ୍ଡ ଉଡ଼ିବା ଯୋଗୁ ମହାକାଳପଡ଼ା ବ୍ଲକ ଅଞ୍ଚଳର ଗଛପତ୍ର ଓ ବଉଳରେ ତୈଳାକ୍ତ ଆସ୍ତରଣ ଜମି ଯାଉଛି। ଫଳରେ ଫସଲ ଉତ୍ପାଦନ ହ୍ରାସ ପାଉଛି ବୋଲି ସ୍ଥାନୀୟ ବରଜ ଗ୍ରାମର କାଜୁ ଚାଷୀ ବିଜୟ କୁମାର ସାମଲ କହିଛନ୍ତି। ସରକାର ପଞ୍ଚାୟତର ବରଜ, ବହାକୁଦ ଗଁାର ୧୦ ଜଣରୁ ଅଧିକ ଆଦିବାସୀଙ୍କ ପରିବାର ପ୍ରତି ୨ ଏକର କାଜୁ ଜଙ୍ଗଲ ବଣ୍ଟନ କରିଥିଲେ। ସେମାନେ କାଜୁବାଦାମ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତୈଳାକ୍ତ ଆସ୍ତରଣ କାଜୁ ଗଛର ପତ୍ର ଓ ବଉଳରେ ଲାଗି ରହିବାରୁ କାଜୁ ଫଳ ଓ ମଞ୍ଜି କଳା ପଡ଼ିବା ସହ ଝଡି ପଡ଼ୁଛି। ଫଳରେ କାଜୁ ଉତ୍ପାଦନରେ ବାଧା ସୃଷ୍ଟି ହେବ ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଏହି ଜଙ୍ଗଲକୁ କାଜୁ ନିଗମ ପ୍ରତିବର୍ଷ ନିଲାମ ଦେଇ ରାଜସ୍ବ ପାଉଥିବା ବେଳେ ଜଙ୍ଗଲ ପ୍ରତି ନିଗମର ନିଘା ନାହିଁ। କେତେକ ଅସାଧୁ ବ୍ୟବସାୟୀ ଅନାୟାସରେ ଜଙ୍ଗଲ ଭିତରେ ପଶି କଞ୍ଚା ଗଛ କାଟି ଜାଳେଣି କାଠ ରୂପେ ଜିଲାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି। ସେହିପରି ନଦୀ ପଥରେ ଡଙ୍ଗା ସାହାଯ୍ୟରେ କଞ୍ଚା ଓ ଶୁଖିଲା କାଜୁ କାଠକୁ ଚାଲାଣ କରାଯାଉଛି। ଅପରପକ୍ଷେ କାଜୁ ଜଙ୍ଗଲକୁ ସ୍ଥାନୀୟ କେତେଜଣ ଲୋକ ଜବରଦଖଲ କରି ବସବାସ କରୁଥିବା ଅଭିଯୋଗ ହେଉଛି। ନିଗମ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଙ୍ଗଲ ଅବକ୍ଷୟ ହେଉଛି। ତେବେ ବହାକୁଦ ଗ୍ରାମ ନିକଟ କାଜୁ ଜଙ୍ଗଲର ବହୁ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି। ୧୯୯୯ ମହାବାତ୍ୟାରେ କାଜୁ ଜଙ୍ଗଲ ପ୍ରଭାବିତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ମହାକାଳପଡା ବ୍ଲକ ଉପକୂଳ ରାମନଗରସ୍ଥିତ ରାଜ୍ୟ କାଜୁ ନିଗମ ସୁପରଭାଇଜର ଅଶୋକ କୁମାର ପାତ୍ରଙ୍କୁ ପଚାରିବାରେ ଚଳିତବର୍ଷ ୩ଟି ଯାକ କାଜୁ ଜଙ୍ଗଲକୁ ୩ ଲକ୍ଷ ୨୦ ହଜାର ଟଙ୍କାରେ ନିଲାମ ଦିଆଯାଇଛି। ପୂର୍ବରୁ ଏହି ୩ କାଜୁ ଜଙ୍ଗଲରୁ ୨୦ରୁ ୩୦ଲକ୍ଷ ଟଙ୍କା ରାଜସ୍ବ ମିଳୁଥିଲା। ଅଦ୍ୟାବଧି କାଜୁ ଗଛରେ ବଉଳ ପୋଡ଼ି ଯାଇ ନଷ୍ଟ ହେଉଛି। ଫଳରେ କାଜୁ ନିଲାମଧାରୀମାନେ ବଉଳ ପୋଡ଼ି ନଷ୍ଟ ହେବାରୁ ଅଧିକ ଅର୍ଥରେ ନିଲାମ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଚଳିତ ବର୍ଷ କାଜୁ ଜଙ୍ଗଲ ସମସ୍ୟା ଉପରେ ଫଟୋ ଉତ୍ତୋଳନ କରି ରାଜ୍ୟ କାଜୁ ନିଗମ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?