ପ୍ରଦୂଷଣ ଯୋଗୁ ହ୍ରାସପାଉଛି କାଜୁବାଦାମ ଉତ୍ପାଦନ

ମହାକାଳପଡ଼ା ,୨୧ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତିଘର, ରାମନଗର ଆଦି ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି। ଫଳରେ ଜଙ୍ଗଲରେ କାଜୁବାଦାମ ଫଳ ଯଥେଷ୍ଟ ପରିମାଣରେ ଉତ୍ପାଦନ ହ୍ରାସ ପାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଅଞ୍ଚଳର ରାମନଗର ପଞ୍ଚାୟତ ରାମନଗର, ପିତାପାଟ ଓ ବହାକୁଦ ଗଁାରେ କାଜୁ ଜଙ୍ଗଲ ରହିଛି। ଏହି ଜଙ୍ଗଲରେ କାଜୁ ଚାରା ୧୯୭୩ ମସିହାରେ ରାଜ୍ୟ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଲଗାଯାଇଥିଲା। ପରେ ୧୯୮୦ରେ ଏହି ଜଙ୍ଗଲ ରାଜ୍ୟ କାଜୁ ନିଗମ ଅଧୀନକୁ ଆସିଲା। ଉକ୍ତ ବର୍ଷଠାରୁ କାଜୁ ନିଗମ ରକ୍ଷଣାବେକ୍ଷଣ କରି ଆସୁଛି। ତେବେ ରାମନଗର ଅଞ୍ଚଳରେ କାଜୁ ଜଙ୍ଗଲରେ ୩୫୪ ଏକରରେ ୧୦ ହଜାର ଗଛ, ପୀତାପାଟରେ ୨୩୩ ଏକରରେ ୫ ହଜାର ଗଛ ଓ ବାହାକୁଦ ଅଞ୍ଚଳରେ ୧୮୨ ଏକରରେ ୫ ହଜାର କାଜୁ ଗଛ ରହିଛି। ସେହିପରି ଏହି କାଜୁ ଜଙ୍ଗଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଜଣେ ସୁପରଭାଇଜର, ୨ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ମହାନଦୀ ଅପରପାର୍ଶ୍ୱର ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ଧୂଳିଗୁଣ୍ଡ ଉଡ଼ିବା ଯୋଗୁ ମହାକାଳପଡ଼ା ବ୍ଲକ ଅଞ୍ଚଳର ଗଛପତ୍ର ଓ ବଉଳରେ ତୈଳାକ୍ତ ଆସ୍ତରଣ ଜମି ଯାଉଛି। ଫଳରେ ଫସଲ ଉତ୍ପାଦନ ହ୍ରାସ ପାଉଛି ବୋଲି ସ୍ଥାନୀୟ ବରଜ ଗ୍ରାମର କାଜୁ ଚାଷୀ ବିଜୟ କୁମାର ସାମଲ କହିଛନ୍ତି। ସରକାର ପଞ୍ଚାୟତର ବରଜ, ବହାକୁଦ ଗଁାର ୧୦ ଜଣରୁ ଅଧିକ ଆଦିବାସୀଙ୍କ ପରିବାର ପ୍ରତି ୨ ଏକର କାଜୁ ଜଙ୍ଗଲ ବଣ୍ଟନ କରିଥିଲେ। ସେମାନେ କାଜୁବାଦାମ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତୈଳାକ୍ତ ଆସ୍ତରଣ କାଜୁ ଗଛର ପତ୍ର ଓ ବଉଳରେ ଲାଗି ରହିବାରୁ କାଜୁ ଫଳ ଓ ମଞ୍ଜି କଳା ପଡ଼ିବା ସହ ଝଡି ପଡ଼ୁଛି। ଫଳରେ କାଜୁ ଉତ୍ପାଦନରେ ବାଧା ସୃଷ୍ଟି ହେବ ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଏହି ଜଙ୍ଗଲକୁ କାଜୁ ନିଗମ ପ୍ରତିବର୍ଷ ନିଲାମ ଦେଇ ରାଜସ୍ବ ପାଉଥିବା ବେଳେ ଜଙ୍ଗଲ ପ୍ରତି ନିଗମର ନିଘା ନାହିଁ। କେତେକ ଅସାଧୁ ବ୍ୟବସାୟୀ ଅନାୟାସରେ ଜଙ୍ଗଲ ଭିତରେ ପଶି କଞ୍ଚା ଗଛ କାଟି ଜାଳେଣି କାଠ ରୂପେ ଜିଲାର ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି। ସେହିପରି ନଦୀ ପଥରେ ଡଙ୍ଗା ସାହାଯ୍ୟରେ କଞ୍ଚା ଓ ଶୁଖିଲା କାଜୁ କାଠକୁ ଚାଲାଣ କରାଯାଉଛି। ଅପରପକ୍ଷେ କାଜୁ ଜଙ୍ଗଲକୁ ସ୍ଥାନୀୟ କେତେଜଣ ଲୋକ ଜବରଦଖଲ କରି ବସବାସ କରୁଥିବା ଅଭିଯୋଗ ହେଉଛି। ନିଗମ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଙ୍ଗଲ ଅବକ୍ଷୟ ହେଉଛି। ତେବେ ବହାକୁଦ ଗ୍ରାମ ନିକଟ କାଜୁ ଜଙ୍ଗଲର ବହୁ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି। ୧୯୯୯ ମହାବାତ୍ୟାରେ କାଜୁ ଜଙ୍ଗଲ ପ୍ରଭାବିତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ମହାକାଳପଡା ବ୍ଲକ ଉପକୂଳ ରାମନଗରସ୍ଥିତ ରାଜ୍ୟ କାଜୁ ନିଗମ ସୁପରଭାଇଜର ଅଶୋକ କୁମାର ପାତ୍ରଙ୍କୁ ପଚାରିବାରେ ଚଳିତବର୍ଷ ୩ଟି ଯାକ କାଜୁ ଜଙ୍ଗଲକୁ ୩ ଲକ୍ଷ ୨୦ ହଜାର ଟଙ୍କାରେ ନିଲାମ ଦିଆଯାଇଛି। ପୂର୍ବରୁ ଏହି ୩ କାଜୁ ଜଙ୍ଗଲରୁ ୨୦ରୁ ୩୦ଲକ୍ଷ ଟଙ୍କା ରାଜସ୍ବ ମିଳୁଥିଲା। ଅଦ୍ୟାବଧି କାଜୁ ଗଛରେ ବଉଳ ପୋଡ଼ି ଯାଇ ନଷ୍ଟ ହେଉଛି। ଫଳରେ କାଜୁ ନିଲାମଧାରୀମାନେ ବଉଳ ପୋଡ଼ି ନଷ୍ଟ ହେବାରୁ ଅଧିକ ଅର୍ଥରେ ନିଲାମ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଚଳିତ ବର୍ଷ କାଜୁ ଜଙ୍ଗଲ ସମସ୍ୟା ଉପରେ ଫଟୋ ଉତ୍ତୋଳନ କରି ରାଜ୍ୟ କାଜୁ ନିଗମ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବି ଲକ୍‌ଡାଉନ୍‌ରେ କଟିବ ରଜ; ଅନ୍‌ଲାଇନରେ ରଜପାନ, ସହର ବୁଲିବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ...

ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ମିଳୁନି ସୁବିଧା

ଫିରିଙ୍ଗିଆ,୧୧ା୯: ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ପିଡିଆଗୁଡା ଗ୍ରାମର ଶଙ୍କର ବଗାର (୩୫)ଙ୍କ ଗୋଡ ଅଚଳ ା ଏଥିପାଇଁ ତାଙ୍କୁ ମିଳିଛି ଦିବ୍ୟାଙ୍ଗ ପ୍ରମାଣପତ୍ର। ହେଲେ...

୬୧ରୁ ୬୦ ନମୁନା ନେଗେଟିଭ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ ପଠାଯାଇଥିବା ୬୧ଟି ନମୁନାରୁ ୬୦ଟି ନେଗେଟିଭ୍‌ ବାହାରିଛି। ବୁଧବାର ୫ଟି ସାମ୍ପୁଲ୍‌କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁଗୁଡ଼ିକ...

ପଶ୍ଚିମବଙ୍ଗକୁ ପିଡିଏସ୍‌ ଚାଉଳ ଚାଲାଣ

ରୂପସା (ବାଞ୍ଛାନିଧି ଦେ)/ବସ୍ତା (ହରିଶଙ୍କର ପାଢୀ), ୯।୮: ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଥାନା ନିକଟରେ ପୋଲିସ ଚଢାଉ...

ଇଏମ୍‌ସିଏଲ୍‌+ ସ୍କଲାରଶିପ୍‌ ପାଇଲେ ଓଡ଼ିଶା ଛାତ୍ରୀ ସ୍ବସ୍ତିକା

ଭୁବନେଶ୍ୱର,୨୬।୫(ବ୍ୟୁରୋ)-  ୟୁନିଭର୍ସିଟି ଅଫ୍‌ ଗ୍ରନିଙ୍ଗ୍‌ଜେନ୍‌ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍‌ ମାଷ୍ଟର୍ସ ଇନ୍‌ କ୍ଲିନିକାଲ୍‌ ଲିଙ୍ଗୁଇଷ୍ଟିକ୍‌(ଇଏମ୍‌ସିଏଲ୍‌+) ପ୍ରୋଗ୍ରାମ ସ୍କଲାରଶିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା...

ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି।...

ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା

ଚମ୍ପୁଆ, ୯।୯(ଡି.ଏନ.ଏ.)-ଚମ୍ପୁଆ ଓ ଯୋଡା ବ୍ଲକରେ ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟଠାରୁ ଆରମ୍ଭ କରି ବେସରକାରୀ ବିଦ୍ୟାଳୟସଗୁଡ଼ିକ...

ସ୍ବୟଂ ସହାୟିକା ଗୋଷ୍ଠୀ ଓ ପୌର କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣା: ପ୍ରତିବାଦରେ ପୌର କାର୍ଯ୍ୟାଳୟରେ କର୍ମଚାରୀଙ୍କ ଆନ୍ଦୋଳନ

ଆନନ୍ଦପୁର,୨୮।୫(ସ୍ବ.ପ୍ର.)-ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ବୁଧବାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଓ ପୌର କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାର ପ୍ରତିବାଦରେ ଗୁରୁବାର ପୌର...

Advertisement
Archives

Model This Week