କାଜୁ ପ୍ଲାଣ୍ଟେଶନ,ଲେମନ ଗ୍ରାସ୍‌ ଚାଷ ବାଟବଣା

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ, ପାପରମେଟଲା ଏବଂ ପଣଷପୁଟ ପଞ୍ଚାୟତ ଅଞ୍ଚଳରେ ବିକାଶ ନାମକ ଅନୁଷ୍ଠାନ ଆଦିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଦିଗରେ ଜିଲା ଆଇଟିଡିଏ ଆନୁକୂଲ୍ୟରେ ଓଟିଇଏଲ୍‌ପି ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରୁଛି। ମାତ୍ର ଦୀର୍ଘ ଦିନ ହେଲା ଏହି ସଂସ୍ଥା ଆଦିବାସୀଙ୍କ ଉନ୍ନତି କରିବା ତ’ ଦୂରର କଥା ସେମାନଙ୍କ ନାମରେ ହରିଲୁଟ୍‌ କରିଚାଲିଥିବା ଅଭିଯୋଗ ହେଉଛି। ସେମାନଙ୍କ ପାଇଁ ଯୋଡ଼ାମ୍ବ ପଞ୍ଚାୟତର ବିହନଗୁଡ଼ି, ଖଜୁରିଗୁଡ଼ା, ସିନ୍ଧିପୁଟ ଏବଂ ପାପରମେଟଲା ପଞ୍ଚାୟତର ବହୁ ଗ୍ରାମରେ କରାଯାଇଥିବା କାଜୁ ପ୍ଲାଣ୍ଟେଶନ ଏବଂ ଲେମନ ଗ୍ରାସ ଚାଷରେ ବାଟମାରଣା କରାଯାଇଛି। ବିକାଶ ଅନୁଷ୍ଠାନ ସ୍ବାଭିମାନ ଅଞ୍ଚଳରେ ପୂର୍ବରୁ କୌଣସି ସାମାଜିକ ଉନ୍ନୟନମୂଳକ କାମ ନ କରି ଜିଲା ସ୍ତରରେ ଅଧିକାରୀଙ୍କୁ ହାତବାରିସି କରି ଓଟିଇଏଲ୍‌ପି ପ୍ରକଳ୍ପରେ ଆଦିବାସୀଙ୍କ ଜୀବନଜୀବିକାରେ ଉନ୍ନତି ଲାଗି ଉପରୋକ୍ତ କାର୍ଯ୍ୟ ପାଇଥିଲା। ଏହି ସଂସ୍ଥା କାର୍ଯ୍ୟ ହାତେଇବା ପରେ ତିନି ପଞ୍ଚାୟତ ଯୋଡ଼ାମ୍ବ, ପାପରମେଟଲା ଏବଂ ପଣଷପୁଟର ଶତାଧିକ ଚାଷୀଙ୍କୁ କାଜୁ ପ୍ଲାଣ୍ଟେସନ ଓ ଲେମନ ଗ୍ରାସ ଚାଷ ଆଳରେ ଚାଷୀଙ୍କୁ ଶୋଷଣ କରିଛି। କିଛି ଦିନ ତଳେ ଜିଲା ଓଟିଇଏଲ୍‌ପି କାର୍ଯ୍ୟର ସାମାଜିକ ସମୀକ୍ଷା ବେଳେ ଜିଲା ସାମାଜିକ ସମୀକ୍ଷକ ସୁବ୍ରତ ସାମଲ ଏବଂ ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ବେଲାଳସେନ ଗୁଣ୍ଠା ଉକ୍ତ ଯୋଡ଼ାମ୍ବ ପଞ୍ଚାୟତର ଖଜୁରିଗୁଡାରେ ହୋଇଥିବା ପ୍ଲାଣ୍ଟେଶନ କାର୍ଯ୍ୟ ଏବଂ ସିନ୍ଧିପୁଟରେ ଲ୍ୟାଣ୍ଡ ଡେଭେଲପମେଣ୍ଟ କାର୍ଯ୍ୟ ଦେଖିବାକୁ ଯାଇ ବହୁ ଜମିରେ କାଜୁ ଗଛ ନ ଥିବା ଦେଖିବାକୁ ପାଇଥିଲେ। କୌଣସି ଚାଷୀ ଗାତ ଖୋଳା, ପ୍ୟାକେଟିଂ ଓ ମେଣ୍ଟେନାନ୍ସ ଟଙ୍କା ପାଇ ନ ଥିବା ଜଣାପଡିଥିଲା। ବହୁ ଚାଷୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲାଯାଇ ଅର୍ଥ ଉଠାଯାଇଥିଲା। ଆକାଉଣ୍ଟ ଜଣଙ୍କ ନାମରେ ଥିବା ବେଳେ ଜବକାର୍ଡ ଆଉ ଜଣଙ୍କ ନାମରେ ଥିବା ଉଭୟ ସମୀକ୍ଷକ ଜାଣିବାକୁ ପାଇଥିଲେ। ଲ୍ୟାଣ୍ଡ ଡେଭେଲପମେଣ୍ଟ କାର୍ଯ୍ୟରେ ମଧ୍ୟ ଚାଷୀଙ୍କ ପାଇଁ କିଛି କାର୍ଯ୍ୟ ନ ହୋଇ ସେମାନଙ୍କ ନାମରେ ଅର୍ଥ ଉଠାଯାଇଥବା ଜିଲା ସାମାଜିକ ସମୀକ୍ଷକ ସାମଲ ଓ ବ୍ଲକ ସାମାଜିକ ସମୀକ୍ଷକ ଗୁଣ୍ଠା କହିଛନ୍ତି। ଉକ୍ତ ଦୁର୍ନୀତି ସମ୍ପର୍କରେ ସେମାନେ ଜିଲାପାଳଙ୍କୁ ଚିଠିଲେଖି ଜଣାଇଛନ୍ତି। ଏନେଇ ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି କହିଛନ୍ତି ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧେରୀ ଓ ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳଙ୍କ ସ୍ବାମୀ ପ୍ରହଲ୍ଲାଦ ହନ୍ତାଳ l ସ୍ବାଭିମାନ ଅଞ୍ଚଳର କୌଣସି ଚାଷୀଙ୍କ ଜମିରେ କାଜୁ ପ୍ଲାଣ୍ଟେସନ ଓ ଲେମନ ଗ୍ରାସ ଚାଷ ହୋଇନାହିଁ। ବାରମ୍ବାର ଏନେଇ ଚାଷୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଶୁଣୁନାହାନ୍ତି ବୋଲି ସରପଞ୍ଚ ସିନ୍ଧେରି ଓ ହନ୍ତାଳ ପ୍ରକାଶ କରିଛନ୍ତି। ସେହିପରି କାଜୁ ପ୍ଲାଣ୍ଟେସନ ଫଳକରେ ଅନୁଦାନ ରାଶି ୧୮ ଲକ୍ଷ ଉଲ୍ଲେଖ ଥିବାବେଳେ ସେ ସ୍ଥାନରେ ୮୦ଟି କାଜୁ ଗଛ ମଧ୍ୟ ନାହିଁ। ବହୁ ଫଳକରେ ଆଗରୁ କିଛି ତଥ୍ୟ ଲେଖାଯାଇଥିବା ବେଳେ ଏବେ ତାକୁ କଟାକଟି କରି କିଛି ପରିବର୍ତ୍ତନ କରାଯାଇଥିବା ଉଭୟେ ମତ ରଖିଛନ୍ତି। ଜିଲା ପ୍ରଶାସନ ଏହାର ତଦନ୍ତ କରି ପଦକ୍ଷପ ନେବାକୁ ସ୍ବାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି। ଏସମ୍ପର୍କରେ ପଚାରିବା ଲାଗି ବିକାଶ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ତାଙ୍କ ମୋବାଇଲ ଫୋନ ନଂ. ୭୬୫୩୮୪୧୪୬୪ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଏ ବିଷୟରେ ପିଏ ଆଇଟିଡିଏ ତ୍ରିନାଥ ମାଝିଙ୍କୁ ପଚାରିବାରୁ ସେ କହିଲେ, ସ୍ବାଭିମାନ ଅଞ୍ଚଳରେ ଲେମନ ଗ୍ରାସ ପ୍ରୋଜେକ୍ଟ ସଫଳ ହୋଇ ନ ଥିବାରୁ ସମ୍ପୃକ୍ତ ଅନୁଷ୍ଠାନକୁ ମିଳିବାକୁ ଥିବା ଆବଶ୍ୟକ ସହାୟତା ବନ୍ଦ କରାଯାଇଛି। କାଜୁ ପ୍ଲାଣ୍ଟେଶନ ଓ ଲେମନ ଗ୍ରାସ ଚାଷରେ ହୋଇଥିବା ଅନିୟମିତତାର ତଦନ୍ତ କରି ସେ ପଦକ୍ଷେପ ନେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ଦିନ ହେଲା ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର

ପଦ୍ମପୁର, ୨୩ା୫(ଡି.ଏନ. ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦାସଡିହ ଗ୍ରାମର ଗଣେଶ ମଳିକଙ୍କ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ମୁଣ୍ଡ...

ଯୋଗ୍ୟତା ଥାଇ ମିଳୁନି ଆବାସ

ମାଧପୁର, ୧୧।୫ – ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡ଼ା ଗ୍ରାମର ୧୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନ ଥିବା...

ବ୍ରହ୍ମପୁରର ୨ ଛାତ୍ରଙ୍କ ଉଦ୍ୟମ: ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୧୧- ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ...

କୋଭିଡ ନିୟମ ଉଲ୍ଲଂଘନ ନେଇ ୩ ଗିରଫ: ମାସ୍କ ପାଇଁ ୬୦ ହଜାର ଜରିମାନା

ଛତ୍ରପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ କୋଭିଡ୍‌ ଓ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାସହ ଧରପଗଡ଼ ଜାରି ରହିଛି। ଗତ ୨୪...

ଚେନ୍‌ ଛିଣ୍ଡାଇ ଟ୍ରକ୍‌ ଭାଙ୍ଗିଲା ନରହନ୍ତା ଦନ୍ତା: କପିଳାସ ପଠାଇ ପାରିଲାନି ବନ ବିଭାଗ

ତାଳଚେର,୨୧।୧(ନି.ପ୍ର.): ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ସଫଳ ହୋଇପାରି ନାହିଁ।...

ଲୁଟିଥିବା ମୂର୍ତ୍ତି ରଖିପାରିଲେନି : ମନ୍ଦିରରେ ରଖି ଲୁଟେରା ଫେରାର

ଢେଙ୍କାନାଳ ଅଫିସ, ୨୫।୫- ଢେଙ୍କାନାଳ ସଦର ଥାନା ଅଧୀନ ହରିପୁର-ବେଶାଳିଆ ଗ୍ରାମ ନିକଟ ସବୁଜିମାଭରା ପାହାଡ଼ ଖୋଲ ମଧ୍ୟରେ ପୂଜା ପାଉଥିବା ଶ୍ରୀମହାକାଳେଶ୍ୱର ଶୈବପୀଠରୁ ଲୁଟ୍‌...

ଗରା ବାଲ୍‌ଟି ଧରି ରାସ୍ତା ଅବରୋଧ କଲେ ମହିଳା

ଉଦଳା,୧୭ା୪(ଡି.ଏନ.ଏ.)- ଜଳକଷ୍ଟ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶାଳମୁଣ୍ଡଳି ଗ୍ରାମର ଶତାଧିକ ମହିଳା ଗରା ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି...

ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ

ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ...

Advertisement
Archives

Model This Week