କାଜୁ ବଗିଚା, କ୍ଷେତ୍ରପୋଖରୀ ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୭( ଚନ୍ଦ୍ରକାନ୍ତ ପତି): ରାଜ୍ୟରେ ମୃତ୍ତିକା ସଂରକ୍ଷଣ ବିଭାଗ ରେକର୍ଡ ସଂଖ୍ୟାରେ ଚାଷଜମିରେ କ୍ଷେତ୍ର ପୋଖରୀ ଏବଂ କାଜୁ ବଗିଚା ଆଦି ସୃଷ୍ଟି କରିଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ପରିତାପର ବିଷୟ ପଞ୍ଚାୟତ ସ୍ତରୀୟ ନେତା ଏବଂ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ କାଜୁ ବଗିଚା ଓ କ୍ଷେତ୍ର ପୋଖରୀ ନାମରେ ଅନେକ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଛି। ଯାଜପୁର ଜିଲାରେ ମଧ୍ୟ ମୃତ୍ତିକା ସଂରକ୍ଷଣ ବିଭାଗରେ ଅନେକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବିଲ୍‌ ହେଉଥିବାରୁ ଅଧିକାରୀମାନେ ମିଥ୍ୟା ମଷ୍ଟରରୋଲ୍‌ ପ୍ରସ୍ତୁତ କରି ଜାଲ୍‌ ଶ୍ରମିକଙ୍କ ଆକାଉଣ୍ଟଙ୍କୁ ଅର୍ଥରାଶି ପୈଠ କରୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥାନୀୟ ନେତା ଏବଂ ବିଭାଗୀୟ ଅଧିକାରୀ ଅଧାରୁ ଅଧିକ ଅର୍ଥ ମିଳିମିଶି ଚଳୁ କରୁଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ ଏହି ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ଯାଜପୁର ଜିଲାରେ ୨୧୫୮ଟି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଇତିମଧ୍ୟରୁ ୧,୨୭୩ ପ୍ରକଳ୍ପର କାମ ଚାଲୁ ରହିଥିବାବେଳେ ୮୮୬ଟି ଶେଷ ହୋଇଛି। ବଡ଼ଚଣା ବ୍ଲକରେ ୧୦୭, ବରୀ ୧୨୭, ବିଞ୍ଝାରପୁର ୨୪୫, ଦାନଗଦି ୪୧, ଦଶରଥପୁର ୨୪୯, ଧର୍ମଶାଳା ୧୩୨, ଯାଜପୁର ୧୧୯, କୋରେଇ ୧୪୬, ରସୁଲପୁର ୧୪ ଏବଂ ସୁକିନ୍ଦା ବ୍ଲକରେ ୯୨ ପ୍ରକଳ୍ପ ଶେଷ ହୋଇଛି। କୋରେଇ ବ୍ଲକରେ କାଜୁ ବଗିଚା ଏବଂ କ୍ଷେତ୍ର ପୋଖରୀ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ଅମୃତିଆ ପଞ୍ଚାୟତରେ ୨୦, ଅନ୍ଧାରୀରେ ୭, ଅସନଝରରେ ୪, ବଡ଼ବିରୁହାଁରେ ୧, ବନ୍ଦାଳରେ ୨୨, ବରୁଣ୍ଡେଇରେ ୧, ଧନେଶ୍ୱରରେ ୨, ଗୋଳେଇପୁରରେ ୩, ହଳଦୀଗଡ଼ିଆରେ ୮, ଜହ୍ନାରେ ୩, କାଚରାସାହିରେ ୧୪, କନ୍ତୋରରେ ୮, କରଦାରେ ୨, ମକୁନ୍ଦପୁରରେ ୧୦, ମୂଳାପାଳରେ ୨, ପଛିକୋଟରେ ୧୩, ପାଟରଙ୍ଗାରେ ୪, ରଣପୁରରେ ୧୩, ସାଦକପୁରରେ ୩, ତଣ୍ଡରାରେ ୨ ଏବଂ ତୁଳତୀ ପଞ୍ଚାୟତରେ ୪ଟି କାଜୁ ବଗିଚା ଓ କ୍ଷେତ୍ର ପୋଖରୀ ନିର୍ମାଣ କରାଯାଇଛି। ହେଲେ କେଉଁ ପଞ୍ଚାୟତରେ କାଜୁ ଗଛ ନ ଥାଇ ବିଲ୍‌ ହୋଇଛି ତ କେଉଁଠି ପୁରୁଣା ପୋଖରୀ ଏବଂ ଖତ ଗାଡ଼ିଆକୁ କ୍ଷେତ୍ର ପୋଖରୀର ରୂପ ଦେଇ ଅର୍ଥ ଆତ୍ମସାତ୍‌ କରାଯାଇଛି। ଏହି ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ୩ଟି କାଜୁ ବଗିଚା ନାଁରେ ପାଖାପାଖି ୨୦ ଲକ୍ଷ ଟଙ୍କା ଆତ୍ମସାତ୍‌୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଗ୍ରାମର ଏକ ଗୋଚର ଜମିରେ ପ୍ରଥମ କାଜୁ ବଗିଚା ପାଇଁ ୧୨ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ୨୩୯ ଜଣ ଜାଲ୍‌ ଶ୍ରମିକଙ୍କ ନାମରେ ୨୪୮୪ ଦିନର କାର୍ଯ୍ୟଦିବସ ଦର୍ଶାଇ ୩୧ ଗୋଟି ମିଥ୍ୟା ମଷ୍ଟରରୋଲ ପ୍ରସ୍ତୁତ କରାଯାଇଛି। ମେଟେରିଆଲ ଏବଂ ଲେବର ପେମେଣ୍ଟ ବାବଦରେ ସମୁଦାୟ ୯.୫୧ ଲକ୍ଷ ଟଙ୍କାର ବିଲ୍‌ ହୋଇଛି। ସେହିପରି ଦ୍ୱିତୀୟ କାଜୁ ବଗିଚା ପାଇଁ ୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବାବେଳେ ୮୧ ଜଣ ଜାଲ୍‌ ଶ୍ରମିକଙ୍କ ନାମରେ ୯୨୪ ଦିନର କାର୍ଯ୍ୟଦିବସ ଦର୍ଶାଇ ୧୨ଟି ମିଥ୍ୟାମଷ୍ଟର ରୋଲ୍‌ ପ୍ରସ୍ତୁତ କରି ଲେବର ପେମେଣ୍ଟ ଏବଂ ଶ୍ରମିକଙ୍କ ବାବଦରେ ୪.୭୫ ଲକ୍ଷ ଟଙ୍କା ବିଲ୍‌ କରାଯାଇଛି। ସମାନ ଭାବେ ତୃତୀୟ କାଜୁ ବଗିଚାରେ ପାଇଁ ୧୨ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବାବେଳେ ୧୨୪ ଜାଲ୍‌ ଶ୍ରମିକଙ୍କ ନାମରେ ୧୪୮୮ ଦିନର କାର୍ଯ୍ୟଦିବସ ଦର୍ଶାଇ ୧୯ଟି ମିଥ୍ୟା ମଷ୍ଟରରୋଲ୍‌ ପ୍ରସ୍ତୁତ କରି ୬.୩୪ ଲକ୍ଷ ଟଙ୍କାର ବିଲ୍‌ କରାଯାଇଛି। ଅଥଚ ଏହି ବଗିଚାଗୁଡ଼ିକ ପରିଦର୍ଶନ କଲେ ଗୋଟିଏବି କାଜୁ ଗଛ ଦେଖିବାକୁ ମିଳୁନାହିଁ।
ତିନୋଟି କାଜୁ ବଗିଚା ନାଁରେ ପାଖାପାଖି ୨୦ ଲକ୍ଷ ଟଙ୍କା ବିଲ୍‌ ହୋଇଥିବା ବେଳେ ବାସ୍ତବରେ ୨୦ଟି ବି କାଜୁ ଗଛ ଦେଖିବାକୁ ମିଳୁନାହିଁ। ଏନେଇ ଭିଜିଲାନ୍ସ ତଦନ୍ତ ହେଲେ ଦୁର୍ନୀତି ଧରାପଡ଼ନ୍ତା ବୋଲି ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ କେତେକ ପଞ୍ଚାୟତରେ ଖତ ଗାଡ଼ିଆ ଏବଂ ପୁରୁଣା ପରିତ୍ୟକ୍ତ ପୋଖରୀକୁ କ୍ଷେତ୍ର ପୋଖରୀର ଆଖ୍ୟା ଦେଇ ଅନେକ କୋଟି ଟଙ୍କାର ବିଲ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ଶ୍ରମିକଙ୍କ ଦ୍ୱାରା ହେବାକୁ ନିର୍ଦ୍ଦେଶ ଥିବାବେଳେ ମେଶିନରେ କ୍ଷେତ୍ର ପୋଖରୀ ଖନନ କରାଯାଇ ଜବକାର୍ଡ ମାଧ୍ୟମରେ ଜାଲ୍‌ ଶ୍ରମିକଙ୍କ ଆକାଉଣ୍ଟକୁ ଅର୍ଥ ପୈଠକରି ସ୍ଥାନୀୟ ନେତା ଓ ଯନ୍ତ୍ରୀ ଲାଭବାନ ହେଉଛନ୍ତି। ଏନେଇ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକଙ୍କୁ ପଚାରିବାରେ କଡ଼ମା କାଜୁ ବଗିଚା ଦୁର୍ନୀତି ବାବଦରେ ତାଙ୍କ ପାଖରେ ଅଭିଯୋଗ ହୋଇଛି। ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?