ମୋଟରଯାନ ଆଇନ ସମ୍ପର୍କିତ ମାମଲା ବଢୁଛି

କଟକ ଅଫିସ,୩୧ା୧୦: ବିଭିନ୍ନ କାରଣରୁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ମୋଟର ଯାନ ଆଇନ ପାଇଁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବା ଏକ ପ୍ରମୁଖ କାରଣ ପାଲଟିଛି। ବିଶେଷକରି ଇ-ଚାଲାଣ କଟାଯାଉଥିବାରୁ ଗାଡ଼ି ମାଲିକମାନେ ଅନେକ କ୍ଷେତ୍ରରେ ଜରିମାନା ଅର୍ଥ ପଇଠ ନ କରି ଅଦାଲତରେ ମାମଲା ଲଢ଼ିବାକୁ ଚାହୁଁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମାମଲା ଫଇସଲା ନିମନ୍ତେ ନିମ୍ନ ଅଦାଲତଗୁଡ଼ିକରେ ବିଚାରପତି ସଂଖ୍ୟା କମ୍‌ ଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବା ଜଣାଯାଇଛି।
ଓଡ଼ିଶା ହାଇକୋର୍ଟରୁ ମିଳିଥିବା ସୂଚନାନୁସାରେ, ରାଜ୍ୟର ନିମ୍ନ ଅଦାଲତଗୁଡ଼ିକରେ ୨୦୨୧ରେ ମୋଟ ୪,୩୪,୮୧୦ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ମୋଟରଯାନ ଆଇନ ସମ୍ପର୍କିତ ମାମଲାର ସଂଖ୍ୟା ଥିଲା ୩୩,୯୭୪। ସେହିପରି ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୩,୮୯,୪୦୧ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୫୬,୪୧୩ଟି ମାମଲା ମୋଟରଯାନ ଆଇନଜନିତ ଇ-ଚାଲାଣରୁ ପଞ୍ଜୀକୃତ ହୋଇଛି। ୨୦୨୧ରେ ୫୩,୬୮୮ ଦେୱାନୀ ଓ ୧,୮୪,୯୦୦ ଫୌଜଦାରି ମାମଲା ଫଇସଲା ହୋଇଥିଲା। ସେହିପରି ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୭,୩୬୫ଟି ଦେୱାନୀ ଓ ୨,୬୪,୩୦୧ଟି ଫୌଜଦାରି ମାମଲା ଫଇସଲା ହୋଇଛି, ଯାହାକି ମାମଲା ଫଏସଲା ହାର ୨୦୨୧ ଅପେକ୍ଷା ୨୦୨୨ରେ ୩୯% ଅଧିକ ହୋଇଛି। ୨୦୨୧ରେ କୋଭିଡ୍‌ ଜନିତ କାର୍ଯ୍ୟନିର୍ଘଣ୍ଟ କମ୍‌ ହେବାରୁ ଅଧିକ ମାମଲା ଫଇସଲାରେ ବାଧକ ସାଜିଥିଲା। ହେଲେ ୨୦୨୨ ସେପ୍ଟେମ୍ବର ମଧ୍ୟରେ ୪୫ଟି କାର୍ଯ୍ୟ ଦିବସ ଯାହାକି ୨,୧୪,୧୭୬ କାର୍ଯ୍ୟନିର୍ଘଣ୍ଟ ବିଭିନ୍ନ କାରଣରୁ ନଷ୍ଟ ହୋଇଥିଲେ ବି ମାମଲା ଫଇସଲା ହାର ବୃଦ୍ଧି ହେବା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ ହେଉଥିବାକୁ ପ୍ରମାଣିତ କରିପାରିଛି।
ପରିସଂଖ୍ୟାନକୁ ଦେଖିଲେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ମାମଲା ଫଇସଲା କ୍ଷେତ୍ରରେ ଏକ କ୍ରମୋନ୍ନତି ହେଉଥିବା ପରିଲକ୍ଷିତ ହୋଇଛି। ସେହିପରି ୨୦୨୦ରେ ୪୩,୩୫୯ଟି ମାମଲାର ରାୟ ପ୍ରକାଶ ପାଇଥିବାବେଳେ ୨୦୨୧ରେ ୭୨,୮୦୬ ଏବଂ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୯,୮୩୨ଟି ମାମଲାର ରାୟ ପ୍ରକାଶ ହେବା ନିମ୍ନ ଅଦାଲତଗୁଡ଼ିକର କ୍ରିୟାଶୀଳତାକୁ ଦର୍ଶାଉଛି।
ଅପରପକ୍ଷରେ ବିଳମ୍ବିତ ବିଚାର ପ୍ରକ୍ରିୟା ପାଇଁ ଅନ୍ୟତମ ବାଧକ ହୋଇଛି ବିଚାରପତିଙ୍କ ଅଭାବ। ନ୍ୟାୟିକ ବ୍ୟବସ୍ଥା ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କଲେ ମାମଲାର ବିଚାର ଓ ଫଇସଲା ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା। ୨୦୨୧ରେ ରାଜ୍ୟର ବିଚାର ବିଭାଗୀୟ ଅଧିକାରୀ ପଦବୀ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ ଅଧିକାରୀ କାର୍ଯ୍ୟରତ ଥିଲେ। ୨୦୨୨ରେ ଏହି ପଦବୀ ସଂଖ୍ୟା ବୃଦ୍ଧି ପାଇ ୯୭୭ରେ ପହଞ୍ଚତ୍ ଥିବାବେଳେ ୭୭୬ ଜଣ ଅଧିକାରୀ ନିଯୁକ୍ତ ଅଛନ୍ତି। ବିଚାରପତିଙ୍କ ସଂଖ୍ୟା ଉପରେ ମାମଲା ଫଇସଲାର ପରିମାଣ ନିର୍ଭର କରୁଛି। ୨୦୨୧ରେ ଜଣେ ବିଚାରପତି ପିଛା ୩୧୧ଟି ମାମଲା ଫଇସଲା ପାଇଁ ରହୁଥିବାବେଳେ ୨୦୨୨ରେ ଏହା ୪୨୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri