ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା: ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୬ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଦାୟର ମାମଲାରେ ଆବେଦନକାରୀଙ୍କୁ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗାମୀ ୨ ସପ୍ତାହ ମଧ୍ୟରେ ଏହି ସତ୍ୟପାଠ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ଶୁଣାଣିକୁ ୨ ସପ୍ତାହ ଯାଏ ସ୍ଥଗିତ ରଖିଥିବା ଜଣାଯାଇଛି। ଆବେଦନକାରୀ ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନା ସେମାନଙ୍କ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନକଲେ ଆବେଦନକୁ ଖାରଜ କରିଦେବା ନିମନ୍ତେ ହାଇକୋର୍ଟ ଚେତାବନୀ ଦେଇଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ କେବଳ ୪ଗୋଟି ଶୌଚାଳୟ ଓ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ରାସ୍ତା ନିର୍ମାଣ କରାଯାଇଛି। ଏହାର ଉଦ୍‌ଘାଟନ ପାଇଁ ୧୫୫.୮୮ କୋଟି ଟଙ୍କା ରାଜକୋଷରୁ ବଦଖର୍ଚ୍ଚ ସହିତ ୩୧୮୫ ବସ୍‌ରେ ଲକ୍ଷାଧିକ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ପୁରୀରେ ସମାବେଶ କରାଯାଉଛିି। ଏତେଲୋକ ସମାବେଶ ଦ୍ୱାରା ଓଡ଼ିଶାରେ କରୋନା ପ୍ରସାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରୋକିବା ପାଇଁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି। ସେଥିରେ ଦର୍ଶାଯାଇଛି ଯେ, ୨୦୨୩ ଡିସେମ୍ବର ୩୦ ତାରିଖରେ ରାଜ୍ୟ କ୍ୟାବିନେଟ ୧୦ଟି ବିଭାଗର ୧୩ଗୋଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କିନ୍ତୁ ଜନବିରୋଧୀ, ବେନିୟମ, ଅସାମ୍ବିଧାନିକ ଏବଂ ରାଜକୋଷ ଲୁଣ୍ଠନ କରି ଲକ୍ଷାଧିକ ବିଜେଡି କର୍ମୀ ଓ ନେତାଙ୍କୁ ପୁରୀ ବୁଲାଇବା ସହିତ କରୋନା ମୁହଁକୁ ଠେଲି ଦିଆଯାଉଛି। ଜଗନାଥ ମନ୍ଦିରର ଚାରି ପାର୍ଶ୍ୱ ରାସ୍ତା ଓ ଚାରିଗୋଟି ଶୌଚାଳୟ ଉଦ୍‌ଘାଟନ ପାଇଁ ଜଗନ୍ନାଥ ରଥ ଓଡ଼ିଶାର ପ୍ରତିଗ୍ରାମରେ ଭଜନ ଓ କୀର୍ତ୍ତନ ସହ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବା କାର୍ଯ୍ୟରେ ସମସ୍ତ ସରକାରୀ କଳ ନିୟୋଜିତ ହୋଇଛି। ପ୍ରତି ଗ୍ରାମ ପଞ୍ଚାୟତ ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି ଅର୍ଥ ରାଶି ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ପାଇଁ ୧୩୫.୮୮ କୋଟି ଟଙ୍କା ମୋଟ ଖର୍ଚ୍ଚ କରାଯାଉଛି। ପୁଣି ସବୁ ଗ୍ରାମପଞ୍ଚାୟତରୁ ସଂଗୃହିତ ଗୁଆ, ଚାଉଳ ପ୍ରତି ବ୍ଲକ୍‌ର ଏକ ସୁସଜ୍ଜିତ ମନ୍ଦିରରେ ରଖାଯିବ। ସେହି ମନ୍ଦିରର ଚତୁଃପାର୍ଶ୍ୱରେ ଭଜନ କୀର୍ତ୍ତନ ସହିତ ହଜାର ହଜାର ବିଜେଡି କର୍ମକର୍ତ୍ତାଙ୍କ ପାଇଁ ଖାଇବା ଖର୍ଚ୍ଚ ମଧ୍ୟ ରାଜକୋଷରୁ ଭରଣା କରାଯିବ। ପ୍ରତି ଗ୍ରାମ ପଂଚାୟତରୁ ୨୦ ଜଣ ଲେଖାଏଁ ବିଜେଡି ନେତା ମୋଟ ୬୭୯୪ ପଞ୍ଚାୟତରୁ ମୋଟ ୧,୩୫,୦୦୦ ଟଙ୍କା ବିଜେଡି କର୍ମକର୍ତ୍ତାଙ୍କୁ ପୁରୀ ନେବା ଓ ଆଣିବା ପାଇଁ ଖର୍ଚ୍ଚ ହେବ। ଏଥିସହ ୩୧୮୫ଟି ବସ୍‌ର ବ୍ୟବସ୍ଥା ସହିତ ପ୍ରତି ଲୋକ ପିଛା ଖାଇବା ବାବଦକୁ ଖର୍ଚ୍ଚ ୨୫୦ ଟଙ୍କା ଲେଖାଏଁ ମୋଟ ୨୦ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରସ୍ତାବ ଅନୁମୋଦନ କରାଯାଇଛି। ଏହା ଅଗଣତାନ୍ତ୍ରିକ, ବେନିୟମ ଓ ଅସମ୍ବିଧାନିକ। ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ବିଜେଡି କର୍ମୀ ଓ ନେତାଙ୍କୁ ପୁରୀ ଦର୍ଶନ ପାଇଁ ଓଡ଼ିଶା ଭଳି ଗରିବ ରାଜ୍ୟର ରାଜକୋଷରୁ ୧୫୮.୮୮ କୋଟି ବଦଖର୍ଚ୍ଚ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହେଇଛି ତାହାକୁ ତୁରନ୍ତ ହାଇକୋର୍ଟ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଗତ ୯ ତାରିଖରେ ଦାୟର ପିଟିସନ୍‌ରେ ପ୍ରାର୍ଥନା କରାଯାଇଛି। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ମୁଖ୍ୟ ପ୍ରଶାସକ ପୁରୀ, ପୁରୀ ଜିଲାପାଳ, ପୁରୀ ଏସପି ଓ ଶ୍ରୀମନ୍ଦିର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?