୨ ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୮ା୨: କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ ହୋଇଛି । ଟାଉନ ଥାନା ଏସ୍‌ଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତିକରି ନଂ. ୫/୨୩ରେ ଏକ ମାମଲା ରୁଜୁ କରାଯାଇଛି । ଏଥିରେ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ଥିବା ବେଳେ ଅନ୍ୟଜଣେ ସ୍ଥାନୀୟ ଯୁବକ ବୋଲି ଜଣାପଡିଛି ।
କନଷ୍ଟେବଲ ପଦ ପାଇଁ ବ୍ରହ୍ମପୁରର ୫ଟି କନ୍ଦ୍ରରେ ଲିଖିତ ପରୀକ୍ଷା ହୋଇଥିଲା। ଏଗୁଡିକ ମଧ୍ୟରେ ଖଲ୍ଲିକୋଟ ଏକକ ବିଶ୍ୱଦ୍ୟାଳୟରେ ଗୋଟିଏ କେନ୍ଦ୍ର ରହିଥିଲା । ପୂର୍ବାହ୍ନ ୧୦ଟାରୁ ୧୨ ଟା ଯାଏ ପରୀକ୍ଷା ଚାଲିଥିଲା। ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ବ୍ରହ୍ମପୁରର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା। ଯାହା ଚଳିତ ପରୀକ୍ଷାର ବୋଲି କୁହାଯାଇଥିଲା। ସେହିପରି ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଏହାର ଖବର ପ୍ରସାର କରାଯାଇଥିଲା। ଟାଉନ ଥାନା ଏସ୍‌ଆଇ ରାଜକିଶୋର ପାତ୍ରଙ୍କ ମୋବାଇଲକୁ ମଧ୍ୟ ଏହି ନକଲି ପ୍ରଶ୍ନପତ୍ର ଓ ପ୍ରସାରିତ ଖବର ପହଞ୍ଚିଥିଲା । ଏ ନେଇ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ କରାଯାଇଥିଲା  । ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଏହି ପ୍ରଶ୍ନପତ୍ର ଦେଇଥିବା ଗଣମାଧ୍ୟମ ପ୍ରତିନିଧି ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌-ଅଟୋ ମୁହାଁମୁହିଁ ଧକ୍କା: ୩ ଆହତ

କେନ୍ଦୁଝର,୧୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ- ଜଗମୋହନପୁର ରାସ୍ତାର ହନୁମନ୍ତିଆ ନାଳ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ସକାଳେ ତେଲକୋଇରୁ ରାଉରକେଲା ଯାଉଥିବା...

‘ସମସ୍ତ ବିଭାଗ ସଜାଗ ରୁହନ୍ତୁ’

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ କରାଯିବ ସେନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ଜୋରଦାର ପ୍ରୟାସ ଚଳାଇଛି। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି...

ନଳିତା,ଧନିଚା ବିହନ ନାହିଁ, ଚାଷୀ ହତାଶ

କେନ୍ଦ୍ରାପଡା ଅଫିସ, ୨୬ା୬- ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ାର ସୁନାମ ରହିଛି। ୨୦୦୫ରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା...

ଆଶ୍ରୟ ନେବାକୁ ହୀନସ୍ତା ହେଉଛନ୍ତି ଖଲାସୀ

ପାରାଦୀପ,୧୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ଦର ଓ ଶିଳ୍ପସଂସ୍ଥାରେ ପଣ୍ୟ ପରିବହନ କରୁଥିବା...

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ

ଟିକିରି,୪ା୮(ଡି.ଏନ୍‌.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି...

କ୍ରିକେଟ ଖେଳରୁ ଗଣ୍ଡଗୋଳ: ଏୟାରଗନ୍‌ ସହିତ ୨ଗିରଫ

ବରଗଡ଼ ଅଫିସ୍‌,୧୩।୬- ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ କ୍ରିକେଟ ଖେଳକୁ ନେଇ ୨ଜଣଙ୍କ ମଧ୍ୟରେଗଣ୍ଡଗୋଳ ଘଟଣାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।...

ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍‌ ମୃତ

ବୌଦ୍ଧ,୨୬।୮(ଡି.ଏନ୍‌.ଏ.) : ବୌଦ୍ଧ ଜିଲା ଏଡିଏମ୍‌ ରମାକାନ୍ତ ସେଠୀ(୫୫)ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସେଠୀ ସୋମବାର ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବାବେଳେ...

କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ...

Advertisement
Archives

Model This Week