ଶାରୀଶୁଆ ପାହାଡ଼ରୁ ବୋହି ନେଲେ ମାଟି, ପଥର

ଖଇରା, ୨୦।୧: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରୁ ମାଟି ଓ ପଥର ଲୁଟ କରୁଥିବା ମାଫିଆମାନେ କିଛି ଦିନ ନୀରବ ରହିବା ପରେ ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି। ସନ୍ଧ୍ୟା ହେଲେ ହଜାର ହଜାର ସଂଖ୍ୟାର ହାଇୱା ବାସୁଦେବପୁର ଏବଂ ଧାମରା ଅଞ୍ଚଳରୁ ଆସି ପାହାଡରୁ ମାଟି ଓ ମେଟାଲ ନେଉଛନ୍ତି। ଏଥିରେ ଏବେ ପ୍ରଶାସନ ଓ ରାଜନେତା ସାମିଲ ହୋଇଥିବାରୁ ସେମାନେ ଚିନ୍ତାମୁକ୍ତ ହୋଇ ଏହି ଚୋରାଚାଲାଣରେ ଲାଗିପଡିଛନ୍ତି। ସକାଳେ ଯେକୌଣସି ଲୋକ ପାହାଡକୁ ଯାଇ ନଜର ପକାଇଲେ ବଡ ବଡ ଗର୍ତ୍ତ ଦେଖି ତାହା ପୂର୍ବ ରାତିର ମାଟି ଓ ପଥର ଚୋରି ବିଷୟରେ ଜାଣିପାରିବ। ପୂର୍ବରୁ ମଝିରେ ମଝିରେ ପାହାଡ ପରିଦର୍ଶନ ପାଇଁ ଜିଲାରୁ କେହି ଅଧିକାରୀ ଆସିଲେ ଚୋରି ଉପରେ କିଛିଟା ରୋକ ଲାଗୁଥିଲା। ଏବେ ଅଧିକରୁ ଅଧିକ ଲୁଟ୍‌ ହେଉଥିବା ନଜରକୁ ଆସୁଛି। ଯଦି କେନ୍ଦ୍ର କିମ୍ବା ରାଜ୍ୟ ନେତୃବର୍ଗ ସ୍ତରରେ ଏହା ଉପରେ ନଜର ଦିଆ ନ ଯାଏ ତେବେ ଅଳ୍ପ କିଛିଦିନ ମଧ୍ୟରେ ପାହାଡ ଯେ ଶେଷ ହୋଇଯିବ ଏଥିରେ ସନ୍ଦେହ ନାହିଁ।
ଉକ୍ତ ପାହାଡ ଜୈବ ସମ୍ବେଦନ କ୍ଷେତ୍ର ମଧ୍ୟରେ ଆସୁଥିବାରୁ ୨୦୧୯ ମସିହା ଅକ୍ଟୋବର ୧୬ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଖଣି ଖୋଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଖଣିରେ ୧୪୪ ଧାରା ଲାଗୁ କରାଯାଇଥିଲା। ଖଣି ଖୋଳା ଦିନରେ ବନ୍ଦ ଥିବା ବେଳେ ରାତିରେ କିଛି ଖଣି ବ୍ୟବହାରକାରୀ ପଥର ଉତ୍ତୋଳନ ଅବ୍ୟାହତ ରଖିଥିଲେ। ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ୨୦୨୦ ମସିହା ଜୁଲାଇ ୧୮ ତାରିଖରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ୧୪୪ଧାରା ବଳବତ୍ତର ଥିବା ବିଭିନ୍ନ ଖଣି ଉପରେ ଚଢାଉ କରିଥିଲେ। ଏହି ଘଟଣାରେ କେତେଜଣ ଖଣି ମାଲିକଙ୍କ ବିରୋଧରେ ଖଇରା ଥାନାରେ ଏକ ମାମଲା(ନଂ. ୪୧/୨୦) ରୁଜୁ କରାଯାଇଥିଲା। ସେହିଦିନଠାରୁ କିଛି ମାସ ପାଇଁ ଖଣିମାଫିଆମାନେ ସେମାନଙ୍କର ଏହି ବେଆଇନ କାର୍ଯ୍ୟକୁ ବନ୍ଦ ରଖିଥିଲେ। ପୁନଶ୍ଚ ଡିସେମ୍ବର ମାସରେ ଏହି ଚୋରାଚାଲାଣ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ପରେ ଏହା କିଛି ଦିନ ଧରି ବନ୍ଦ ରହିଥିଲା। ଏବେ ପୁଣିଥରେ ସ୍ଥାନୀୟ ଲୋକପ୍ରିନିଧିଙ୍କ ଇଶାରାରେ ଧାମରା ଅଞ୍ଚଳକୁ ହଜାର ହଜାର ଟ୍ରିପ ପାହାଡ ମାଟି ଓ ମୋରମ ଚାଲାଣକୁ ଜୋରଦାର କରାଯାଇଛି। ଗାଡିଗୁଡିକର ଗର୍ଜନରେ ବନ୍ୟଜନ୍ତୁ ବିଶେଷ କରି ହାତୀମାନେ ଭୟଭୀତ ହୋଇ ପାହାଡ ସଂଲଗ୍ନ ଗାଁ କଇଥଗଡିଆ, ଗଗୁଆ, ରଣପୁର ବାଉଁଶଗଡିଆ, ବଗେଇପୁର ଆଦି ଅଞ୍ଚଳରେ ପଶି ବହୁ କ୍ଷତି ଘଟାଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖଇରା ପୋଲିସ ପାଖରେ ଆବଶ୍ୟକ ଫୋର୍ସ ଏବଂ ଷ୍ଟାଫ ନ ଥିବାରୁ ରାତିରେ ଖଣିଜ ଚାଲାଣକାରୀଙ୍କୁ ଧରିବା ସମ୍ଭବ ନୁହେଁ ବୋଲି ଆଇଆଇସି ସୁବ୍ରତ ବେହେରା କହିଛନ୍ତି। ତହସିଲଦାର ପ୍ରଦୀପ ସାହୁଙ୍କ ସହ ଯୋଗାଯୋଗ କରିବାରେ ମାଟି ଚୋରି ବିଷୟରେ ଖବର ପାଇଛନ୍ତି। ତେବେ ରାତିରେ ପାହାଡକୁ ଯାଇ ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି।

(ଉତ୍କଳବନ୍ଧୁ ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?