ବ୍ୟସ୍ତବହୁଳ ବଡ଼ବଜାର: ପାନୀୟ ଜଳ ସୁବିଧା ନାହିଁ

ବ୍ରହ୍ମପୁର ଅଫିସ,୨୦।୧: ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ବଡ଼ବଜାରରେ ଖରାଦିନେ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଗ୍ରାହକ ଓ ଅନ୍ୟ ଯେ କୌଣସି କାମ ପାଇଁ ଆସୁଥିବା ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପ୍ରତ୍ୟେହ ଏହି ବଜାରରେ ବହୁ ଟଙ୍କାର ବ୍ୟବସାୟ ହେଉଥିଲେ ମଧ୍ୟ ସାଧାରଣ ସୁବିଧା ଯୋଗାଇ ଦିଆଯାଇପାରୁନାହିଁ।
ବଡ଼ବଜାର ଦେଶୀ ବେହେରାସାହି, ଅଶ୍ୱିନୀ କମ୍ପ୍ଲେକ୍ସ, ଜାନକୀ ସୁରୟା କମ୍ପ୍ଲେକ୍ସ, ତ୍ରିନାଥ ମାର୍କେଟ, ପରିବା ବଜାର, ମାଛବଜାର, ରାମ ମାର୍କେଟ ଆଦିରେ ପାନୀୟ ଜଳ ସମସ୍ୟା ଲାଗି ରହୁଛି। ବ୍ୟବସାୟୀମାନେ ନିୟମିତ ପାଣି ବୋତଲ କିଣି ପିଉଛନ୍ତି। ବଡ଼ବଜାରର ଶତାଧିକ ବ୍ୟବସାୟୀ, ୫୦୦ରୁ ଊର୍ଦ୍ଧ୍ୱ ପଟାରିକ୍ସା ଚାଳକ ଏବଂ କୁଲିଙ୍କ ବାଦ୍‌ଦେଲେ ଏଠାକୁ ଦୈନିକ ଜିଲା ତଥା ରାଜ୍ୟ ବାହାରରୁ ଲୋକେ ଆସୁଥିଲେ ବି ସେମାନଙ୍କ ପାଇଁ ପାନୀୟ ଜଳ ସୁବିଧା ନାହିଁ । ପିତାଗୁଣ୍ଡି ସାହି, ତ୍ରିନାଥ ମନ୍ଦିର ସମ୍ମୁ୍‌ଖ ଏବଂ ମାଛବଜାର ନିକଟ ଏପରି ୩ଟି ସ୍ଥାନରେ ୩ ନଳକୂପ ରହିଛି। ସେଥିଧ୍ୟରୁ ଦୁଇଟିରେ ପାଣି ଆସୁଛି । ମାଛ ବଜାର ନିକଟ ନଳକୂପଟି ଅସ୍ବାସ୍ଥ୍ୟକର ପରିବେଶରେ ଥିବାରୁ ତାହା ବ୍ୟବହାର ହେଉନି।
ଅନ୍ୟପକ୍ଷରେ ବଡ଼ ବଜାରର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଛି। ଚନ୍ଦ୍ରମା ସାହି ଓ ଦେଶୀ ବେହେରା ସାହି ତ୍ରିନାଥ ମନ୍ଦିର ସମ୍ମୁଖରେ ଷ୍ଟାଣ୍ଡ ପୋଷ୍ଟ ରହିଛି। ଚନ୍ଦ୍ରମା ସାହି ଷ୍ଟାଣ୍ଡ ପୋଷ୍ଟ ବହୁ ଦିନ ହେଲା ବନ୍ଦ ରହିଛି। ତ୍ରିନାଥ ମନ୍ଦିର ନିକଟ ଷ୍ଟାଣ୍ଡ ପୋଷ୍ଟରେ ମାତ୍ର ଅଧଘଣ୍ଟା ପାଇଁ ପାଣି ଆସୁଛି। ଯାହାକି ବ୍ୟବସାୟୀ ଓ ଗ୍ରାହକଙ୍କ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ । ବର୍ଷ ବର୍ଷ ଧରି ଏଠାର ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରୁ ନ ଥିବା ବ୍ୟବସାୟୀ ଦିଲେଶ୍ୱର ଦଳେଇ ଅଭିଯୋଗ କରିଛନ୍ତି । ପୂର୍ବତନ କର୍ପୋରେଟର ପି. ଆଶାରାଣୀ କହିଛନ୍ତି, ବଡ଼ ବଜାରରେ ଖରାଦିନେ ଲୋକଙ୍କ ସୁବିଧା ନିମନ୍ତେ ଜଳଛତ୍ର ଖୋଲାଯାଉଛି। ବହୁବାର ମହାନଗର ନିଗମ କର୍ତ୍ତୃପକ୍ଷ ଓ ଜନସ୍ବାସ୍ଥ୍ୟ ବିଭାଗ ସହ ବଡ଼ବଜାର ଅଞ୍ଚଳରେ ଏକ ଓଭର ହେଡ୍‌ ଟାଙ୍କି କରି ଲୋକଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ଜଳ ଯୋଗାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି। ହେଲେ ସ୍ଥାନ ଅଭାବ ଯୋଗୁ ଏହା ଅଟକି ରହିଛି। ସେପଟେ ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୀତାରାମ ପଣ୍ଡା କହିଛନ୍ତି, ବଡ଼ବଜାର ଅଞ୍ଚଳର ଅଧିକାଂଶ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ତେଣୁ ବଜାରରେ ଷ୍ଟାଣ୍ଡପୋଷ୍ଟକୁ ଗୁରୁତ୍ୱ ଦିଆଯାଇନି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri