ବ୍ୟସ୍ତବହୁଳ ବଡ଼ବଜାର: ପାନୀୟ ଜଳ ସୁବିଧା ନାହିଁ

ବ୍ରହ୍ମପୁର ଅଫିସ,୨୦।୧: ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ବଡ଼ବଜାରରେ ଖରାଦିନେ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଗ୍ରାହକ ଓ ଅନ୍ୟ ଯେ କୌଣସି କାମ ପାଇଁ ଆସୁଥିବା ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପ୍ରତ୍ୟେହ ଏହି ବଜାରରେ ବହୁ ଟଙ୍କାର ବ୍ୟବସାୟ ହେଉଥିଲେ ମଧ୍ୟ ସାଧାରଣ ସୁବିଧା ଯୋଗାଇ ଦିଆଯାଇପାରୁନାହିଁ।
ବଡ଼ବଜାର ଦେଶୀ ବେହେରାସାହି, ଅଶ୍ୱିନୀ କମ୍ପ୍ଲେକ୍ସ, ଜାନକୀ ସୁରୟା କମ୍ପ୍ଲେକ୍ସ, ତ୍ରିନାଥ ମାର୍କେଟ, ପରିବା ବଜାର, ମାଛବଜାର, ରାମ ମାର୍କେଟ ଆଦିରେ ପାନୀୟ ଜଳ ସମସ୍ୟା ଲାଗି ରହୁଛି। ବ୍ୟବସାୟୀମାନେ ନିୟମିତ ପାଣି ବୋତଲ କିଣି ପିଉଛନ୍ତି। ବଡ଼ବଜାରର ଶତାଧିକ ବ୍ୟବସାୟୀ, ୫୦୦ରୁ ଊର୍ଦ୍ଧ୍ୱ ପଟାରିକ୍ସା ଚାଳକ ଏବଂ କୁଲିଙ୍କ ବାଦ୍‌ଦେଲେ ଏଠାକୁ ଦୈନିକ ଜିଲା ତଥା ରାଜ୍ୟ ବାହାରରୁ ଲୋକେ ଆସୁଥିଲେ ବି ସେମାନଙ୍କ ପାଇଁ ପାନୀୟ ଜଳ ସୁବିଧା ନାହିଁ । ପିତାଗୁଣ୍ଡି ସାହି, ତ୍ରିନାଥ ମନ୍ଦିର ସମ୍ମୁ୍‌ଖ ଏବଂ ମାଛବଜାର ନିକଟ ଏପରି ୩ଟି ସ୍ଥାନରେ ୩ ନଳକୂପ ରହିଛି। ସେଥିଧ୍ୟରୁ ଦୁଇଟିରେ ପାଣି ଆସୁଛି । ମାଛ ବଜାର ନିକଟ ନଳକୂପଟି ଅସ୍ବାସ୍ଥ୍ୟକର ପରିବେଶରେ ଥିବାରୁ ତାହା ବ୍ୟବହାର ହେଉନି।
ଅନ୍ୟପକ୍ଷରେ ବଡ଼ ବଜାରର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଛି। ଚନ୍ଦ୍ରମା ସାହି ଓ ଦେଶୀ ବେହେରା ସାହି ତ୍ରିନାଥ ମନ୍ଦିର ସମ୍ମୁଖରେ ଷ୍ଟାଣ୍ଡ ପୋଷ୍ଟ ରହିଛି। ଚନ୍ଦ୍ରମା ସାହି ଷ୍ଟାଣ୍ଡ ପୋଷ୍ଟ ବହୁ ଦିନ ହେଲା ବନ୍ଦ ରହିଛି। ତ୍ରିନାଥ ମନ୍ଦିର ନିକଟ ଷ୍ଟାଣ୍ଡ ପୋଷ୍ଟରେ ମାତ୍ର ଅଧଘଣ୍ଟା ପାଇଁ ପାଣି ଆସୁଛି। ଯାହାକି ବ୍ୟବସାୟୀ ଓ ଗ୍ରାହକଙ୍କ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ । ବର୍ଷ ବର୍ଷ ଧରି ଏଠାର ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରୁ ନ ଥିବା ବ୍ୟବସାୟୀ ଦିଲେଶ୍ୱର ଦଳେଇ ଅଭିଯୋଗ କରିଛନ୍ତି । ପୂର୍ବତନ କର୍ପୋରେଟର ପି. ଆଶାରାଣୀ କହିଛନ୍ତି, ବଡ଼ ବଜାରରେ ଖରାଦିନେ ଲୋକଙ୍କ ସୁବିଧା ନିମନ୍ତେ ଜଳଛତ୍ର ଖୋଲାଯାଉଛି। ବହୁବାର ମହାନଗର ନିଗମ କର୍ତ୍ତୃପକ୍ଷ ଓ ଜନସ୍ବାସ୍ଥ୍ୟ ବିଭାଗ ସହ ବଡ଼ବଜାର ଅଞ୍ଚଳରେ ଏକ ଓଭର ହେଡ୍‌ ଟାଙ୍କି କରି ଲୋକଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ଜଳ ଯୋଗାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି। ହେଲେ ସ୍ଥାନ ଅଭାବ ଯୋଗୁ ଏହା ଅଟକି ରହିଛି। ସେପଟେ ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୀତାରାମ ପଣ୍ଡା କହିଛନ୍ତି, ବଡ଼ବଜାର ଅଞ୍ଚଳର ଅଧିକାଂଶ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ତେଣୁ ବଜାରରେ ଷ୍ଟାଣ୍ଡପୋଷ୍ଟକୁ ଗୁରୁତ୍ୱ ଦିଆଯାଇନି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?