କପିଳାସ ପୀଠ ସୁରକ୍ଷା ପ୍ରତି ଅଣଦେଖା

ଢେଙ୍କାନାଳ ଅଫିସ,୧୬ା୫: ରାଜ୍ୟର ପ୍ରମୁଖ ଶୈବପୀଠ ମଧ୍ୟରୁ ଢେଙ୍କାନାଳ ଜିଲାର ବିଶ୍ୱ ପ୍ରସିଦ୍ଧ କପିଳାସ ଅନ୍ୟତମ। ସେହିପରି ମହିମାଧର୍ମର ପୀଠ ଯୋରନ୍ଦା, ସବୁଜିମାମୟ ସପ୍ତଶଯ୍ୟା ମଧ୍ୟ ବେଶ୍‌ ପ୍ରସିଦ୍ଧ। ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ଭାବେ ସ୍ଥାନ ପାଇଥିବା ଏହି ୩ଟି ପୀଠକୁ ଢେଙ୍କାନାଳ ଜିଲାର ସ୍ବର୍ଣ୍ଣ ତ୍ରିଭୁଜ କୁହାଯାଏ। କିନ୍ତୁ ଏହି ସ୍ବର୍ଣ୍ଣ ତ୍ରିଭୁଜର ଯେପରି ବିକାଶ ହେବା କଥା ତାହା ଏଯାଏ ହୋଇପାରି ନାହିଁ। ବିଶେଷକରି ଶୈବପୀଠ କପିଳାସର ସୁରକ୍ଷା ପ୍ରତି ଅଣଦେଖା କରାଯାଇଆସୁଛି। ଦୀର୍ଘବର୍ଷ ହେଲା ଗର୍ଭଗୃହରୁ ପାଣି ଗଳୁଥିଲେ ମଧ୍ୟ ଦାୟିତ୍ୱ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଆନ୍ତରିକତା ଦେଖାଉ ନ ଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
୧୨୩୯ ଖ୍ରୀଷ୍ଟାବ୍ଦରେ ନିର୍ମିତ କପିଳାସ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ୨୦୦୫ ମସିହାରୁ ହାତକୁ ନେଇଛି। ନିୟମ ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ଯେଉଁଠି ଉନ୍ନତୀକରଣ କାର୍ଯ୍ୟ କରିବେ, ସେଠି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ଉନ୍ନତୀକରଣ କାର୍ଯ୍ୟ ହାତକୁ ନେବାର ୧୮ବର୍ଷ ବିତିଯିବା ପରେ ମଧ୍ୟ ମନ୍ଦିରର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏପରି କି ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ହେଉଥିବା କାର୍ଯ୍ୟର ସମୀକ୍ଷା କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଗଲା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାଂଶ ମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଢେଙ୍କାନାଳ ଗସ୍ତରେ ଆସୁଥିବା ବେଳେ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି। କିନ୍ତୁ ମନ୍ଦିର ସୁରକ୍ଷା ପ୍ରତି କାହାର ଆନ୍ତରିକତା ପ୍ରକାଶ ନ ପାଇବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରିଛି। ଦୀର୍ଘଦିନ ହେବ କପିଳାସ ପୀଠାଧୀଶ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହରେ ପାଣି ଗଳୁଥିବାରୁ ମନ୍ଦିର ପ୍ରତି ଏହା ବିପଦ ସମ୍ଭାବନା ସୃଷ୍ଟି କରିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବହୁବାର ବୈଠକ ବସି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ ଉନ୍ନତୀକରଣ କାର୍ଯ୍ୟ କରାଯାଉନାହିଁ। ଗତ ବୈଠକରେ ଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ପ୍ରତ୍ନତତ୍ତ୍ୱ ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ଗର୍ଭଗୃହ ମରାମତି କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏଯାଏ ମରାମତି କାମ ଆରମ୍ଭ ହୋଇପାରିଲା ନାହିଁଁ। ଏତଦ୍‌ବ୍ୟତୀତ ଦେବତ୍ତ୍ୱର ବିଭାଗର ଉଦାସୀନତା ଯୋଗୁ କପିଳାସ ପୀଠର ପାହାଚ ରାସ୍ତା ନିକଟରେ ଥିବା ଶୌଚାଳୟ ଲଜ୍‌ରେ ପରିଣତ ହୋଇଯାଇଛି। ସେଠାରେ ଅସାମାଜିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ପୀଠ ପରିସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମାତ୍ର ୩ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସେମାନେ ଅଧିକାଂଶ ସମୟ ସାଦା ପୋଷାକରେ ରହୁଛନ୍ତି। ତେଣୁ ସେମାନେ ପୋଲିସ କି ସାଧାରଣ ଲୋକ ତାହା ଶ୍ରଦ୍ଧାଳୁମାନେ ଜାଣିପାରୁନାହାନ୍ତି। କପିଳାସରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଫାଣ୍ଡି ପ୍ରତିଷ୍ଠା ହୋଇ ନ ଥିବା ବେଳେ ଏହାର ପାଦଦେଶରେ ଥିବା ଯାତ୍ରୀ ନିବାସକୁ ଫାଣ୍ଡିରେ ପରିଣତ କରାଯାଇଛି। ନିମ୍ନମାନର ପ୍ରସାଦ ପ୍ରଦାନ, ଠାକୁରଙ୍କ ସମ୍ପତିର ରକ୍ଷଣାବେକ୍ଷଣ ଉପଯୁକ୍ତ ଭାବରେ କରାଯାଉ ନ ଥିବା, ବହୁ ପର୍ବପର୍ବାଣି, ପୂଜା ନୀତିକାନ୍ତି ଓ ଉତ୍ସବ ପୂର୍ବଭଳି ଠିକ୍‌ ଭାବରେ ପାଳନ ହେଉ ନ ଥିବା ଶ୍ରଦ୍ଧାଳୁ ସୁକାନ୍ତ କୁମାର ମିଶ୍ର ଅଭିଯୋଗ କରିଛନ୍ତି। ସେହିପରି ବାରବାଙ୍କରେ ଲାଗିଥିବା ଲାଇଟ୍‌ ମଧ୍ୟ ଜଳୁନାହିଁ। ମନ୍ଦିର ସୁରକ୍ଷା ଓ ସୁପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ମିଶ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ଜିଲା ଭାଜପାର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ଜିଲା ସଭାପତି ନରେଶ ମହାପାତ୍ର, ସୁନୀଲ ଶର୍ମା, ରାମଚନ୍ଦ୍ର ପାତ୍ର ପ୍ରମୁଖ କହିଛନ୍ତି, କପିଳାସ ମନ୍ଦିରର ସୁରକ୍ଷା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ପ୍ରତ୍ନତତ୍ତ୍ୱ ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ଗର୍ଭଗୃହ ମରାମତି ସାରିବାକୁ କହିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇ ନହିଁ। ଖୁବ୍‌ଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri