Posted inଫୁରସତ

ଡିଜିଟାଲ୍‌ ସେକ୍ଟରରେ କ୍ୟାରିଅର

ଡିଜିଟାଲ୍‌ ମାର୍କେଟିଂରେ ବର୍ତ୍ତମାନ କ୍ୟାରିଅର ଗଢ଼ିବାକୁ ଯୁବପିଢ଼ିଙ୍କ
ମଧ୍ୟରେ କ୍ରେଜ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି। କାହିଁକି ବା ନ ବଢ଼ିବ; କାରଣ ମାର୍କେଟିଂ, ଶପିଂଠୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍‌ ଏବଂ ପଢ଼ା ପର୍ଯ୍ୟନ୍ତ ସବୁ ଏବେ ଡିଜିଟାଲ୍‌। ତେଣୁ ଏହାକୁ ନେଇ ଭଲ କ୍ୟାରିଅର ଗଢ଼ିବାର
ଅପ୍ସନ ବି ଢେର…

ଏକ ଗବେଷଣା ରିପୋର୍ଟ ମୁତାବକ ୨୦୧୪ ମସିହାରେ ଡିଜିଟାଲ୍‌ ସେକ୍ଟର ଅନ୍ୟ ସମସ୍ତ ସେକ୍ଟର ମଧ୍ୟରେ ଗ୍ରୋଥ୍‌ କରିବାରେ ଅଗ୍ରଣୀ ଥିଲା। ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ସଂକ୍ରମଣ ଭୟରେ ଯେବେ ଅଧିକାଂଶ ଅଫ୍‌ଲାଇନ୍‌ ଦୋକାନ, ଅନୁଷ୍ଠାନ ଆଦି ବନ୍ଦ କରିଦିଆଗଲା, ସେତେବେଳେ ଓ୍ବେବ୍‌ସାଇଟ୍‌, ସୋସିଆଲ୍‌ ମିଡିଆ ହେଉ ଅବା ଇ-ମେଲ୍‌ ଜରିଆରେ ଏହାଦ୍ୱାରା ଗ୍ରାହକଙ୍କ ସହ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିବା ସହଜ ହୋଇପାରିଲା। ଫଳରେ ଡିଜିଟାଲ୍‌ ସେକ୍ଟରର ଡିମାଣ୍ଡ ବହୁପରିମାଣରେ ବୃଦ୍ଧି ପାଇବାକୁ ଲାଗିଲା। ତା’ଛଡ଼ା ବର୍ତ୍ତମାନ ସ୍ମାର୍ଟଫୋନ୍‌ରେ ଇଣ୍ଟରନେଟ୍‌ ବ୍ୟବହାର ପ୍ରାୟ ସମସ୍ତେ କରୁଥିବାରୁ ଅନେକ କମ୍ପାନୀ ଡିଜିଟାଲ୍‌ ମାର୍କେଟିଂ ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ଫଳରେ ଡିଜିଟାଲ୍‌ ଫିଲ୍ଡରେ କୋର୍ସ କରିଥିବା ଯୁବପିଢ଼ିଙ୍କ ପାଇଁ ରୋଜଗାରର ଅନେକ ମାର୍ଗ ଖୋଲିଯାଇଛି।
ମିଳୁଛି ଭଲ ସାଲାରି: ଯେକୌଣସି ଜବ୍‌ କରିବା ପୂର୍ବରୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଆସେ ଏଠାରେ ସାଲାରି କେତେ। ବର୍ତ୍ତମାନ ଡିଜିଟାଲ ସେକ୍ଟରରେ କ୍ୟାରିଅର ଗଢ଼ିବା ଅଧିକାଂଶ ଯୁବପିଢ଼ିଙ୍କ ଲାଗି ବେଶ୍‌ ଲାଭଦାୟକ ହୋଇପାରୁଛି। କାରଣ ବର୍ତ୍ତମାନ ସମୟରେ ସର୍ବାଧିକ ସାଲାରି ଦେଉଥିବା ଜବ୍‌ଗୁଡ଼ିକ ମଧ୍ୟରେ ଡିଜିଟାଲ୍‌ ମାର୍କେଟିଂ ବେଶ୍‌ ଚର୍ଚ୍ଚାରେ ରହିଛି। କର୍ମଜୀବୀଙ୍କ ଏକ୍ସପେରିଏନ୍ସ ଏବଂ କାର୍ଯ୍ୟଦକ୍ଷତା ଆଧାରରେ କମ୍ପାନୀ ଦରମା ନିର୍ଦ୍ଧାରଣ କରିଥାଏ।
କ୍ୟାରିଅର୍‌ ଅପ୍ସନ ଢେର୍‌: ଡିଜିଟାଲ୍‌ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳର ଯେଉଁଭଳି ଦ୍ରୁତ ପ୍ରଗତି ହେବାରେ ଲାଗିଛି, ତାହାକୁ ଦେଖି ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଡିଜିଟାଲ୍‌ ସେକ୍ଟରରେ ଜବ୍‌ ମିଳିବାରେ ଅସୁବିଧା ହେବନାହିଁ ବୋଲି ଅନୁମାନ କରାଯାଉଛି। ଏହା ଲାଟେଷ୍ଟ ଏବଂ ଅପ୍‌ଡେଟ୍‌ ଫିଲ୍ଡ ହୋଇଥିବାରୁ ଦକ୍ଷ ଯୁବପିଢ଼ିଙ୍କର ଏହି କ୍ଷେତ୍ରରେ ଜବ୍‌ କରିବାକୁ ନେଇ ଅଧିକ କ୍ରେଜ୍‌ ରହିଛି। ସୋସିଆଲ୍‌ ମିଡିଆର ଦ୍ରୁତ ପ୍ରଗତି ସହ କଣ୍ଟେଣ୍ଟ ମାର୍କେଟିଂର ବୃଦ୍ଧିକୁ ଆଖିଆଗରେ ରଖି ବଡ଼ ବଡ଼ ବ୍ୟବସାୟୀ ସଂସ୍ଥା ଡିଜିଟାଲ୍‌ ମାର୍କେଟିଂକୁ ଅଧିକରୁ ଅଧିକ ବୃଦ୍ଧି କରାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଡିଜିଟାଲ୍‌ ସେକ୍ଟରରେ ମିଳୁଥିବା ବିଭିନ୍ନ ଜବ୍‌ ଅପ୍ସନଗୁଡ଼ିକ ହେଲା-
– ଇମେଲ୍‌ ମାର୍କେଟିଂ,
– ସର୍ଚ୍ଚ ଇଞ୍ଜିନ୍‌ ଅପ୍ଟିମାଇଜେଶନ୍‌
– କପି ରାଇଟିଂ
– କଣ୍ଟେଣ୍ଟ ରାଇଟିଂ
– ସୋସିଆଲ୍‌ ମିଡିଆ ମାର୍କେଟିଂ
– ଆଡଭର୍ଟାଇଜିଂ
– ସର୍ଚ୍ଚ ଇଞ୍ଜିନ୍‌ ମାର୍କେଟିଂ
ରହିଛି ପ୍ରଫେଶନାଲ୍‌ କୋର୍ସ: ବର୍ତ୍ତମାନ ଡିଜିଟାଲ ମାର୍କେଟିଂ ହେଉ ଅବା ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବା ଲାଗି ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ରେ ଅନେକ କୋର୍ସ ଉପଲବ୍ଧ। ଯେଉଁ କୋର୍ସ କରିବା ଦ୍ୱାରା ଏଥିରେ ଭଲ କ୍ୟାରିଅର ଗଢ଼ିପାରିବେ। ବର୍ତ୍ତମାନ ଦେଶ ବିଦେଶର ଅନେକ ଏଡ୍‌ଟେକ୍‌ କମ୍ପାନୀ ପ୍ରଫେଶନାଲ୍‌ ଏବଂ ସ୍କିଲ୍‌ ଓରିଏଣ୍ଟେଡ୍‌ ଶର୍ଟ ଏବଂ ଲଙ୍ଗ୍‌ଟର୍ମ କୋର୍ସ ଆରମ୍ଭ କରିଛନ୍ତି। ଗ୍ରାଜୁଏସନ୍‌ ସମାପ୍ତ କରିଥିବା ଯେକୌଣସି ଯୁବତୀଯୁବକ ଘରେ ବସି ମଧ୍ୟ ଅନ୍‌ଲାଇନ୍‌ରେ ଏହି କୋର୍ସ କରିପାରିବେ। ଟେକ୍ନୋଲୋଜିରେ ଦିନକୁ ଦିନ ହେଉଥିବା ପରିବର୍ତ୍ତନ ଓ ବିଜ୍‌ନେସ୍‌ କ୍ଷେତ୍ରରେ ବୃଦ୍ଧି ପାଉଥିବା ଅନ୍‌ଲାଇନ୍‌ର ବ୍ୟବହାରକୁ ଆଖିଆଗରେ ରଖି ଏଭଳି ସେକ୍ଟରରେ ସ୍କିଲ୍ଟ ବା ତାଲିମ ନେଇଥିବା ଯୁବତୀଯୁବକଙ୍କୁ ହାୟର କରୁଛନ୍ତି।

 

ଶୁଭାଶିଷ ପଣ୍ଡା (ସିନିୟର ଡିଜିଟାଲ୍‌ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌, ଭୁବନେଶ୍ୱର)- ଲାଟେଷ୍ଟ ଟେକ୍ନୋଲୋଜି ସହ ଅପ୍‌ଡେଟ୍‌ ରହିବାକୁ ନେଇ ମନରେ ସବୁବେଳେ କ୍ରେଜ୍‌ ରହିଛି। ତେଣୁ ଜବ୍‌ ମଧ୍ୟ ସେହିଭଳି ବାଛିଛି। ବର୍ତ୍ତମାନର ଡିଜିଟାଲ୍‌ ଓ୍ବାଲର୍‌ଡରେ ଏହି ଫିଲ୍ଡ ହିଁ ସବୁଠୁ ବେଷ୍ଟ କ୍ୟାରିଅର ଅପ୍ସନ ବୋଲି ଏକ ଡିଜିଟାଲ୍‌ ମାର୍କେଟିଂ କମ୍ପାନୀରେ କାର୍ଯ୍ୟ କରୁଛି। ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେଶନ (ଏସ୍‌ଇଓ)ରେ କାର୍ଯ୍ୟ କରି ଭଲ ଲାଗୁଛି। ଏହାଦ୍ୱାରା ଜ୍ଞାନର ପରିସର ବୃଦ୍ଧି ମଧ୍ୟ ହେଉଛି।
ପୂଜାରାଣୀ ଦାସ (ଛାତ୍ରୀ, ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ)- ପାରମ୍ପରିକ ମିଡିଆର ବିକଳ୍ପ ଭାବେ ଡିଜିଟାଲ ମିଡିଆ ପ୍ରସାରିତ ହେଉଛି। ସାମ୍ପ୍ରତିକ ସ୍ଥିତିରେ ଯୁବପିଢ଼ି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏଥିପାଇଁ ସେମାନଙ୍କୁ ଦ୍ରୁତ ଗତିରେ କୌଣସି ବି ସୂଚନା ବା ଖବର ପହଞ୍ଚାଇବା ପାଇଁ ଡିଜିଟାଲ ମିଡିଆ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହି ମିଡିଆ ବିଜ୍ଞାପନ ଓ ଡିଜିଟାଲ ମାର୍କେଟିଂ ମଧ୍ୟ କରିପାରୁଛି। ଡିଜିଟାଲ ମିଡିଆର ଆବଶ୍ୟକତାକୁ ଦେଖି ବିଭିନ୍ନ ପାଠ୍ୟକ୍ରମ ମଧ୍ୟ ଆସିଲାଣି। ଡିଜିଟାଲ ମିଡିଆ ପାଠ୍ୟକ୍ରମରେ ଗଣଯୋଗାଯୋଗ, ବିଷୟବସ୍ତୁ ପରିଚାଳନା, ଡିଜାଇନିଂ ଏବଂ ଡିଜିଟାଲ ମାର୍କେଟିଂ ସହ ଜଡିତ ବିଭିନ୍ନ ବିଷୟବସ୍ତୁ ଜଡ଼ିତ ଅଛି। ଏହିସବୁ ପାଠ୍ୟକ୍ରମରେ କ୍ୟାରିଅର କରି ଯୁବପିଢ଼ି ଲାଭବାନ୍‌ ହୋଇପାରୁଛନ୍ତି। ମୁଁ ବି ପଢ଼ା ସରିବା ପରେ ଏହି କ୍ଷେତ୍ରରେ ସଫଳ କ୍ୟାରିଅର ଗଢ଼ିବାକୁ ଆଶାୟୀ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?