Posted inଜାତୀୟ

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିଲେ । ଏହାପରେ ବୁଧବାର ଅମରିନ୍ଦର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁଭବହିନ କହିଥିଲେ । ଏବେ କଂଗ୍ରେସ କହିଛି ଅମରିନ୍ଦର ତାଙ୍କ ବୟାନର ପୁନର୍ବିଚାର କରନ୍ତୁ । କଂଗ୍ରେସ ନେତା ସୁପ୍ରିୟା ଶ୍ରେନେତ କହିଛନ୍ତି ବରିଷ୍ଠମାନେ ଅଧିକାଂଶ ସମୟରେ ରାଗି ଯାଆନ୍ତି, ହେଲେ ଏମିତି କଥା ସେମାନଙ୍କ ତୁଣ୍ଡରେ ଶୋଭାପାଏ ନାହିଁ । ସୂଚନାଯୋଗ୍ୟ, ଅମରିନ୍ଦର କହିଥିଲେ ପ୍ରିୟଙ୍କା ଓ ରାହୁଲ ମୋ ପିଲାଭଳି, କୌଣସି କଥା ଏମିତି ଶେଷ ହେବା ଉଚିତ ନୁହେଁ । ମୁଁ ଅତ୍ୟନ୍ତ ଦୁଃଖି କାରଣ ରାହୁଲ ଓ ପ୍ରିୟଙ୍କା ନିକଟରେ କୌଣସି ଅନୁଭବ ନାହିଁ । ତାଙ୍କ ପରାମର୍ଶଦାତା ତାଙ୍କୁ ସମ୍ପୂର୍ଣ୍ଣ ଭୁଲ କଥା କହିଛନ୍ତି ଓ ସେମାନଙ୍କୁ ଭୁଲ ବାଟରେ ନେବାକୁ ଚାହୁଁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର ଛାଡ଼ିବେ ଗୋୟଲ !

ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି...

ଆଣ୍ଡାମାନ ଡିଜିପି କରୋନାରେ ଆକ୍ରାନ୍ତ

ପୋର୍ଟବ୍ଲେୟାର,୧୫।୬: ଆଣ୍ଡାମାନ ଓ ନିକୋବର ଦ୍ୱୀପର ମହାନିର୍ଦ୍ଦେଶକ(ଡିଜିପି) ଦେପେନ୍ଦ୍ର ପାଠକ ସୋମବାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ୨ଜଣ ଅଧିକାରୀ ମଧ୍ୟ...

ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ...

କାନପୁରରେ ୧୪୪ ଧାରା ଜାରି, ସମ୍ବେଦନଶୀଳ ଜିଲାରେ ଡ୍ରୋନ ରଖିବ ନଜର

କାନପୁର,୧୦ ।୬: କାନପୁରରେ ହୋଇଥିବା ହିଂସା ପରେ ଏବେ ପ୍ରଥମ କରି ଶୁକ୍ରବାର ନମାଜ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶାସନ ହାଇ ଆଲର୍ଟରେ...

ଆସାମରେ ଏକାଧିକ ଭୂସ୍ଖଳନ: ମାଟିତଳେ ଚାପିହୋଇ ୨୦ ଲୋକଙ୍କ ଜୀବନ ଗଲା

ଗୁଆହାଟି, ୨।୬: ଲଗାତାର ବର୍ଷା ଯୋଗୁ ଆସାମର ଏକାଧିକ ସ୍ଥାନରେ ମଙ୍ଗଳବାର ଭୂସ୍ଖଳନ ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଆହତ ହୋଇଛନ୍ତି।...

ଲିଭର ପ୍ରତିରୋପଣ କରିବାକୁ ଆସିଥିବା ଇରାକ ନାଗରିକଙ୍କଠାରୁ ପୋଲିସ୍‌ ପୋଷାକରେ ୨୦ ଲକ୍ଷ ଲୁଟିନେଲେ ଲୁଟେରା

ନୋଏଡ଼ା,୧୮।୭: ଦିଲ୍ଲୀର ନୋଏଡ଼ା ଥାନା ଅନ୍ତର୍ଗତ ଏକ୍ସପ୍ରେସ୍‌ ଓ୍ବେ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଭର ପ୍ରତିରୋପଣ ପାଇଁ ଆସିଥିବା ଇରାକର ଜଣେ ନାଗରିକଙ୍କଠାରୁ...

ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା

ପାଟନା,୨୪।୧: ବିହାରର ବୈଶାଳୀସ୍ଥିତ ହାଜିପୁରରେ ଜଣେ ବଜରଙ୍ଗ ଦଳର ନେତାଙ୍କୁ ହତ୍ୟା କରାଯାଇଛି। ହାଜିପୁର ଏସଡିପିଓ ରାଘବ ଦୟାଲଙ୍କ ମୁତାବକ, ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ୩୬...

ହାତୀ ମୃତ୍ୟୁ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ତିରୁଭାନନ୍ତପୁରମ,୫।୬: କେରଳର ମଲ୍ଲାପୁରମ୍‌ରେ ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ...

Advertisement
Archives

Model This Week