ଇସାଇ ଧର୍ମର ପ୍ରସାର କରିପାରିବି ନାହିଁ: ରାମସ୍ବାମୀ

ଓ୍ବାଶିଂଟନ,୧୪।୧୨: ଆମେରିକାରରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି ଏବଂ ସେ ବୋଧହୁଏ ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ପ୍ରଚାର କରିବାରେ ସଠିକ ବ୍ୟକ୍ତି ନୁହଁନ୍ତି। ବିବେକ ରାମସ୍ବାମୀ ବୁଧବାର ଅୟୋବା ରାଜ୍ୟରେ ସିଏନଏନର ଟାଉନ ହଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ରାମସୱାମୀ ଧର୍ମ, ଆମେରିକାକୁ ଆସୁଥିବା ପ୍ରବାସୀ, ସୀମା ସୁରକ୍ଷା, ଅର୍ଥନୈତିକ ଅସମାନତା ଭଳି ପ୍ରଶ୍ନର ଉତ୍ତର ଦେଇଥିଲେ।
ଆୟୋବା ରାଜ୍ୟରେ ରିପବ୍ଲିକାନ ପାର୍ଟିର ଏକ ଦୃଢ ସମର୍ଥନ ଆଧାର ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଇବେଲ ଉପରେ ଗଭୀର ବିଶ୍ୱାସ ଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭୋଟର ଅଟନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଜଣେ ଦର୍ଶକ ରାମସ୍ବାମୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଖ୍ରୀଷ୍ଟିଆନ ଧର୍ମର ନୁହଁନ୍ତି, ତେଣୁ ସେ ଆମର ରାଷ୍ଟ୍ରପତି ହୋଇପାରିବେ ନାହିଁ କାରଣ ଆମର ପୂର୍ବଜମାନେ ଖ୍ରୀଷ୍ଟିଆନ ଧର୍ମ ଆଧାରରେ ଏହି ଦେଶ ନିର୍ମାଣ କରିଥିଲେ। ଏହାର ଉତ୍ତରରେ ରାମସ୍ବାମୀ କହିଛନ୍ତି ଯେ ସେ ଏଥିରେ ଆଦୌ ସହମତ ନୁହଁନ୍ତି। ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଧର୍ମର କିଛି ନୀତି ସିଦ୍ଧାନ୍ତ ଖ୍ରୀଷ୍ଟିଆନ ମୂଲ୍ୟବୋଧ ସହିତ ସମାନ’। ତଥାପି ସେ କହିଥିଲେ ଯେ ‘ବୋଧହୁଏ ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରିବାରେ ସେ ଠିକ ବ୍ୟକ୍ତି ନୁହଁନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଶିକାର କରିବାକୁ ଘରୁ ଡାକିନେଲେ ସାଥୀ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…

ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍‌): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି…

ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ନିବେଦନ କରି କହିଲେ…

ଭୁବନେଶ୍ୱର,୨ା୫: କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନରେ ଚିଠିରେ…

ତରଭୁଜ ଖାଇ ୪ ଜଣଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଅପଡେଟ, ଫଳରେ ନ ଥିଲା ବିଷ ପୀଡ଼ିତଙ୍କ ଶରୀରରୁ ମିଳିଲା ଅସାଧାରଣ ପଦାର୍ଥ

ମୁମ୍ବାଇ,୨।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ତରଭୁଜ ଖାଇବା ପରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଥିବା ମାମଲା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି। ସୂତ୍ର ଅନୁଯାୟୀ,…

ଇରାନ ପରେ ଏବେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ, ଘୋଷଣା ପରେ ବିଶ୍ୱରେ ହଇଚଇ

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ବୟାନ ଦେଇଛନ୍ତି ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଫ୍ଲୋରିଡାର ପାମ ବିଚ୍‌ରେ ଥିବା…

ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଲକ୍ଷ ଲକ୍ଷ ମୋବାଇଲ ଫୋନରେ ହଠାତ ଏକକାଳୀନ ବାଜି ଉଠିଲା ସାଇରନ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୫: ୨ ମଇ, ୨୦୨୬ ଦିନ, ସକାଳ ୧୧ଟା୪୧ ସମୟରେ, ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ ଫୋନରେ ଏକ ଜରୁରୀକାଳୀନ ସାଇରନ ବାଜିଲା। ଏହା ଭାରତ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri