ଚାଲିଥିଲା ଗଞ୍ଜେଇ କାରବାର, ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରି…

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି। ଗଡ଼ଖୋର୍ଦ୍ଧାସ୍ଥିତ ଗଡ଼ ଚଣ୍ଡିମନ୍ଦିର ନିକଟରେ ଚଢ଼ାଉ କରି ଏକ ବୋଲେରୋ ପିକ୍‌ଅପ୍‌ର ଗୁପ୍ତ ଚାମ୍ବରରୁ ୧୦୯ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫.୪୫ ଲକ୍ଷ ଟଙ୍କା ହେବ।

ଏହି ଘଟଣାରେ କଟକ ଜିଲା ବାଙ୍କୀ ଅଞ୍ଚଳର ମାନସ କୁମାର ନାୟକ (୪୩) ଏବଂ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର କୁନି ଓରଫ ସାବିନା ବିବି (୩୨)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବୋଲେରୋ ପିକ୍‌ଅପ୍‌, ଏକ କାର୍‌, ଦୁଇଟି ମୋଟର ସାଇକେଲ ଏବଂ ୬ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି।

କନ୍ଧମାଳ ଜିଲାରୁ ନୟାଗଡ଼-ଖୋର୍ଦ୍ଧା ଦେଇ ବାହାର ଜିଲା, ରାଜ୍ୟକୁ ଏକ ପିକ୍‌ଅପ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଶିଳ୍ପାଞ୍ଚଳ ପୋଲିସ ଖବରପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ସମୟରେ ଗଡ଼ଖୋଦ୍ଧା ଚଣ୍ଡି ମନ୍ଦିର ନିକଟରେ ଟିମ୍‌ ଯାଞ୍ଚ ବେଳେ ପ୍ରଥମେ କିଛି ପାଇ ନ ଥିଲେ। ପିକ୍‌ଅପ୍‌କୁ ଅନୁଧ୍ୟାନ ସମୟରେ ଏକ ସିକ୍ରେଟ୍‌ ଚ୍ୟାମ୍ବର କରାଯାଇ ତା’ ଭିତରେ ଗଞ୍ଜେଇ ର଼୍ୟାକେଟ୍‌ ରହିଥିବା ଦେଖିବାକୁ ପାଇଥିଲେ। ସେଠାରୁ ୧୦୯ କେଜି ଗଞ୍ଜେଇ ସହ ପିକ୍‌ଅପ୍‌ର ଡ୍ରାଇଭରଙ୍କୁ ଗିରଫ କରିଥିଲେ। ତାଙ୍କ ସୂଚନା ଆଧାରରେ ଗଞ୍ଜେଇ ଚୋରାଚାଲାଣ ମଧ୍ୟ କାର୍ପଟଦାର ସାବିନା ବିବିଙ୍କୁ ଗିରଫ କରିଥିଲେ।

ଏନେଇ ଶିଳ୍ପାଞ୍ଚଳ ଥାନାରେ କେସ୍‌ ନଂ୨୩୧/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅନିଲ ମହାନ୍ତି ଏହି ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ପଙ୍କଜ କୁମାର ମାଝୀ ଏବଂ ଶିଳ୍ପାଞ୍ଚଳ ଥାନାଧିକାରୀ ଉମେଶ ସାହୁ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?