ଚାଲିଥିଲା ଗଞ୍ଜେଇ କାରବାର, ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରି…

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି। ଗଡ଼ଖୋର୍ଦ୍ଧାସ୍ଥିତ ଗଡ଼ ଚଣ୍ଡିମନ୍ଦିର ନିକଟରେ ଚଢ଼ାଉ କରି ଏକ ବୋଲେରୋ ପିକ୍‌ଅପ୍‌ର ଗୁପ୍ତ ଚାମ୍ବରରୁ ୧୦୯ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫.୪୫ ଲକ୍ଷ ଟଙ୍କା ହେବ।

ଏହି ଘଟଣାରେ କଟକ ଜିଲା ବାଙ୍କୀ ଅଞ୍ଚଳର ମାନସ କୁମାର ନାୟକ (୪୩) ଏବଂ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର କୁନି ଓରଫ ସାବିନା ବିବି (୩୨)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବୋଲେରୋ ପିକ୍‌ଅପ୍‌, ଏକ କାର୍‌, ଦୁଇଟି ମୋଟର ସାଇକେଲ ଏବଂ ୬ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି।

କନ୍ଧମାଳ ଜିଲାରୁ ନୟାଗଡ଼-ଖୋର୍ଦ୍ଧା ଦେଇ ବାହାର ଜିଲା, ରାଜ୍ୟକୁ ଏକ ପିକ୍‌ଅପ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଶିଳ୍ପାଞ୍ଚଳ ପୋଲିସ ଖବରପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ସମୟରେ ଗଡ଼ଖୋଦ୍ଧା ଚଣ୍ଡି ମନ୍ଦିର ନିକଟରେ ଟିମ୍‌ ଯାଞ୍ଚ ବେଳେ ପ୍ରଥମେ କିଛି ପାଇ ନ ଥିଲେ। ପିକ୍‌ଅପ୍‌କୁ ଅନୁଧ୍ୟାନ ସମୟରେ ଏକ ସିକ୍ରେଟ୍‌ ଚ୍ୟାମ୍ବର କରାଯାଇ ତା’ ଭିତରେ ଗଞ୍ଜେଇ ର଼୍ୟାକେଟ୍‌ ରହିଥିବା ଦେଖିବାକୁ ପାଇଥିଲେ। ସେଠାରୁ ୧୦୯ କେଜି ଗଞ୍ଜେଇ ସହ ପିକ୍‌ଅପ୍‌ର ଡ୍ରାଇଭରଙ୍କୁ ଗିରଫ କରିଥିଲେ। ତାଙ୍କ ସୂଚନା ଆଧାରରେ ଗଞ୍ଜେଇ ଚୋରାଚାଲାଣ ମଧ୍ୟ କାର୍ପଟଦାର ସାବିନା ବିବିଙ୍କୁ ଗିରଫ କରିଥିଲେ।

ଏନେଇ ଶିଳ୍ପାଞ୍ଚଳ ଥାନାରେ କେସ୍‌ ନଂ୨୩୧/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅନିଲ ମହାନ୍ତି ଏହି ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ପଙ୍କଜ କୁମାର ମାଝୀ ଏବଂ ଶିଳ୍ପାଞ୍ଚଳ ଥାନାଧିକାରୀ ଉମେଶ ସାହୁ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଦେଶୀ ମଦରେ ଅପମିଶ୍ରଣ ଅଭିଯୋଗ:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଭଞ୍ଜନଗର, ୭।୮ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ବିଭିନ୍ନ ଦେଶୀ ମଦ ଭାଟିରେ ଅପମିଶ୍ରିତ ଓ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ)…

ରାସ୍ତାକଡ଼ରେ ଗର୍ଜନ କରୁଥିଲା ୧୨ ଫୁଟ ଲମ୍ବର ଅହିରାଜ, ଯୁବକ ଦେଖିବା ପରେ…

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୩ ନଂ ଓ୍ବାର୍ଡ ପିଏଚ୍‌ଡି ରୋଡ୍‌ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍‌ ପ୍ରାୟ ୧୨ ଫୁଟ…

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri