Posted inଖେଳ

୧-୦ରେ ସିରିଜ ଜିତିଲା ଭାରତ

ଅକ୍‌ଲାଣ୍ଡ, ୨୨ା୧୧: ଭାରତୀୟ ପୁରୁଷ ହକି ଦଳ ଅକ୍‌ଲାଣ୍ଡରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ହକି ମ୍ୟାଚ ୨-୨ରେ ଡ୍ର’ ରଖିଛି। ଫଳରେ ସିରିଜ ୧-୦ରେ ବିଜୟ ଲାଭ କରି ଭାରତ-ନ୍ୟୁଜିଲାଣ୍ଡ ସେଞ୍ଚୁରୀ ଅଫ୍‌ ସ୍ପୋର୍ଟିଂ ୟୁନିଟ୍‌ ଇଭେଣ୍ଟ ଜିତିଛି।

୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଅପରାଜେୟ ରହିଥିଲା। ନଭେମ୍ବର ୧୯ରେ ଓପନିଂ ମୁକାବିଲା ୩-୨ରେ ଜିତିବା ପରେ ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ ୨-୨ରେ ଡ୍ର ରଖିଛି। ରବିବାର ମ୍ୟାଚର ୯ମ ମିନିଟ୍‌ରେ ଡାଇଲାନ ଥୋମାସ ଏକ ପେନାଲ୍ଟି କର୍ନରକୁ ଗୋଲ୍‌ରେ ପରିଣତ କରି ନ୍ୟୁଜିଲାଣ୍ଡକୁ ୧-୦ରେ ଅଗ୍ରଣୀ କରିଥିଲା।

ଜବାବରେ ଭାରତୀୟ ଅଧିନାୟକ ୧୬ତମ ମିନିଟ୍‌ରେ ଏକ ପେନାଲ୍ଟି କର୍ନରକୁ ଗୋଲରେୀ ପରିଣତ କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା। ପରେ ୧୮ତମ ମିନିଟ୍‌ରେ କାର୍ଥି ସେଲଭାମ୍‌ ଏକ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଲୟଡ ଏଲ୍ସମୋର୍‌ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୋଲ୍‌ ପରିଶୋଧ କରିବା ଲାଗି ଯଥା ସମ୍ଭବ ପ୍ରୟାସ ଚଳାଇଥିଲା।

୫୫ତମ ମିନିଟ୍‌ରେ ବେନ୍‌ଜୀ କୁଲ୍‌ହେନ୍‌ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକ୍‌ୁ ୨-୨ ସ୍ତରକୁ ନେଇ ଆସିଥଲେ। ଉଭୟ ଦଳ ବିଳମ୍ବରେ ହେଉ ପଛେ ଏକ ଗୋଲ୍‌ ସ୍କୋର କରି ମ୍ୟାଚ ଜିତିବା ଲାଗି ଜୋରଦାର ଉଦ୍ୟମ କରି ବିଫଳ ହୋଇଥିଲେ।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୦ ବର୍ଷରୁ କ୍ରୀଡ଼ା ସମ୍ପର୍କକୁ ପାଳନ କରିବାକୁ ଯାଇ ଦୁଇ ଦେଶ ମଧ୍ୟରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜର ଆୟୋଜନ କରାଯାଇଥିଲା। ୧୯୨୬ରେ କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ନେଇ ଇଣ୍ଡିଆନ ଆର୍ମି ହକି ଦଳ ପ୍ରଥମେ ନ୍ୟୁଜିଲାଣ୍ଡ ଟୁର୍‌ରେ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ. ପ୍ରଶାନ୍ତ କୁମାର ନାୟକଙ୍କୁ ଗୁରୁଦାୟତ୍ବ ଦେଲା ଭାଜପା, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନମଣ୍ଡଳୀର ଜଣେ ଦକ୍ଷ ସଂଗଠକ ତଥା ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ନାୟକଙ୍କୁ ଭାଜପା…

‘ନୋ ହ୍ୟାଣ୍ଡସେକ୍‌’ ପରେ ଟସ୍‌କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ଡ୍ରାମା, ମୁହାଁମୁହିଁ ହେଲେ ଦୁଇ ଅଧିନାୟକ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ-ପାକିସ୍ତାନ ଏ’ ଦଳ ମଧ୍ୟରେ ମୁକାବିଲା ପୂର୍ବରୁ ଟସ୍‌କୁ ନେଇ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଟସ୍‌…

ମହିଳା ଏସ୍‌ଆଇଙ୍କ ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କ ସହ ଶେଷ ହ୍ୱାଟ୍ସଆପ୍‌ ଚାଟ୍‌କୁ ନେଇ ବଢ଼ିଲା ସସ୍‌ପେନ୍ସ, ମୋବାଇଲ-ଲାପ୍‌ଟପ୍‌ ଜବତ

ପୁରୁଷୋତ୍ତମପୁର,୨୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟର୍ସରୁ ମହିଳା ସବଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ରହସ୍ୟ ଘେରରେ।…

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅତୁଳନୀୟ

କୋରାପୁଟ,୨୨।୧୧(ଅମିତାଭ ବେହେରା): ମହାନ ସ୍ବଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ନିଜ ଦଳର ବିଧାୟକଙ୍କୁ ‘ପାଗଳ କୁକୁର’ କହିଲେ CM, ତେଲଙ୍ଗାନା କଂଗ୍ରେସରେ ହଇଚଇ

ହାଇଦ୍ରାବାଦ,୨୨ା୧୧: ତେଲଙ୍ଗାନା କଂଗ୍ରେସରେ ଏବେ ଦଳୀୟ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ୍‌ କରି…

ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି।…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

ଭାଜପା ରାଜ୍ୟ ସଭା ଏମପିଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ,୨୨।୧୧: ଭାଜପାର ରାଜ୍ୟ ସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?