ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ ଜୋର ଲଗାଇ ଦେଇଛନ୍ତି। ରାୟଗଡ଼ା ଓ ଗୁଣପୁର ଆସନରେ ପ୍ରାୟ ୨୫ ହଜାର ଲେଖାଏଁ ତେଲୁଗୁ ଭୋଟର ଅଛନ୍ତି। ସେମାନେ ଏଠାରେ ପିଢ଼ି ପରେ ପିଢ଼ି ରହିଆସିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ଯେଉଁ ପ୍ରାର୍ଥୀ ଓ ଦଳକୁ ସମର୍ଥନ କରନ୍ତି, ପ୍ରାୟତଃ ସେହିମାନଙ୍କୁ ଭୋଟ ଦେଇଥାନ୍ତି। ଅର୍ଥାତ୍‌ ନିର୍ବାଚନରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଅନ୍ତି ଏହି ତେଲୁଗୁ ମତଦାତା। ଏମାନଙ୍କ ଭୋଟ ଏକପ୍ରକାର ପ୍ରାର୍ଥୀଙ୍କ ବିଜୟ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ତେଣୁ ତେଲୁଗୁ ଭୋଟ ହାତେଇବାକୁ ସମସ୍ତ ରାଜନୈତିକ ଦଳ ଉଦ୍ୟମ ଜାରି ରଖିଛନ୍ତି। ତେଲୁଗୁ ଭାଷାରେ ପ୍ରଚାର ସହିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୌଶଳ ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି।
ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସମେତ କୋରାପୁଟ ଲୋକ ସଭା ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିପାଇଁ ଉଭୟ କଂଗ୍ରେସ ଓ ଭାଜପା ରାୟଗଡ଼ାରୁ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପଟେ ବିଜେଡି କୋରାପୁଟ ଜିଲାର ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିଛି। ଜିଲାର ମୋଟ ଜନସଂଖ୍ୟା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଭୋଟର ରହିଛନ୍ତି ୭ ଲକ୍ଷରୁ ଊର୍ଦ୍ଧ୍ୱ। ସେଥିରେ ପ୍ରାୟ ୧୦% ରହିଛନ୍ତି ତେଲୁଗୁ ସମ୍ପ୍ରଦାୟର ଲୋକ। ସମଗ୍ର ଜିଲାରେ ୭ ଲକ୍ଷ ୪ ହଜାର ୫୦୩ ଭୋଟର ରହିଛନ୍ତି। ବିଷମକଟକରେ ୨ ଲକ୍ଷ ୩୨ ହଜାର ୪୪୨ ଜଣ ଭୋଟର, ଗୁଣପୁରରେ ୨ ଲକ୍ଷ ୨୧ ହଜାର ୪୯୫ ଓ ରାୟଗଡ଼ା ଆସନରେ ୨ ଲକ୍ଷ ୫୦ ହଜାର ୫୬୬ ରହିଛନ୍ତି। ସେଥିରୁ ପ୍ରାୟ ୭୦ ହଜାର ଭୋଟର ତେଲୁଗୁ ସମ୍ପ୍ରଦାୟର ରହିଛନ୍ତି। ବିଷମକଟକ ଆସନରେ ପ୍ରାୟ ୨୦ ହଜାର ଭୋଟର ରହିଥିବା ବେଳେ ରାୟଗଡ଼ା ଓ ଗୁଣପୁର ଆସନରେ ପ୍ରାୟ ୨୫ ହଜାର ଲେଖାଏଁ ତେଲୁଗୁ ଭୋଟର ଅଛନ୍ତି। ଏମାନଙ୍କ ଭୋଟ ଏକପ୍ରକାର ପ୍ରାର୍ଥୀଙ୍କ ବିଜୟ କ୍ଷେତ୍ରରେ ଅନେକ ଗୁରୁତ୍ୱ ବହନ କରିଆସୁଛି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ରାଜନୀତି ପ୍ରଭାବ ମଧ୍ୟ ରାୟଗଡ଼ା ଜିଲାର ସମସ୍ତ ଆସନରେ ପଡ଼ିଥାଏ। ସେହି ୨ ରାଜ୍ୟରେ ଯେଉଁ ଆଡ଼କୁ ଭୋଟର ଢଳନ୍ତି, ରାୟଗଡ଼ା ଜିଲାରେ ମଧ୍ୟ ତାହାର ପ୍ରଭାବ ପଡ଼ୁଥିବା ନଜିର ରହିଛି। ତେଣୁ ସବୁ ଦଳର ନଜର ତେଲୁଗୁ ଭୋଟରଙ୍କ ଉପରେ। ରାୟଗଡ଼ା ଓ ଗୁଣପୁରଠାରେ କଂଗ୍ରେସ ପ୍ରାର୍ଥୀ ତେଲୁଗୁ ଭାଷାରେ ଭୋଟ ଭିକ୍ଷା କରୁଛନ୍ତି। ଏତଦ୍‌ବ୍ୟତୀତ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମାର୍କା ଗୁରୁବାର ଓ ଶୁକ୍ରବାର ରାୟଗଡ଼ା ଗସ୍ତରେ ଆସି ତେଲୁଗୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨ ଦିନ ପ୍ରଚାର କରି ଫେରିଛନ୍ତି। ତେବେ ଜିଲାର ସମସ୍ତ ୩ ଆସନରେ ବିଜେଡି ପ୍ରାର୍ଥୀ ତେଲୁଗୁ ଭାଷା ଜାଣି ନ ଥିବାରୁ ସେମାନଙ୍କ ପାଇଁ ସମସ୍ୟା ହେଉଥିବା ଆଲୋଚନା ହେଉଛି। କିନ୍ତୁ ଜିଲା ବିଜେଡି ସଭାପତି ଏନ୍‌. ଭାସ୍କର ରାଓ ତେଲୁଗୁ ସମ୍ପ୍ରଦାୟର ହୋଇଥିବାରୁ ସେ ବିଭିନ୍ନ ସମୟରେ ଅତି ଚତୁରତାର ସହିତ ତେଲୁଗୁ ଭୋଟରଙ୍କୁ ପରିଚାଳନା କରିଥା’ନ୍ତି। ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ ମଧ୍ୟ ତେଲୁଗୁ ଭାଷା କହିବା ଓ ବୁଝିବାରେ ପୋଖତ। ଭାଜପା ରାୟଗଡ଼ା ପ୍ରାର୍ଥୀ ମଧ୍ୟ ତେଲୁଗୁ ଭାଷା ଜାଣିଛନ୍ତି। ତେଣୁ ତେଲୁଗୁ ଭୋଟରଙ୍କ ଉପରେ ସବୁ ଦଳର ପ୍ରାର୍ଥୀଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?