ମେଣ୍ଟକୁ ନେଇ ଆଶା ଆଶଙ୍କାରେ ପ୍ରାର୍ଥୀ

ଯାଜପୁର,୧୨ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟରେ କ୍ଷମତାସୀନ ବିଜେଡି ଓ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ଏଥର ବୁଝାମଣା ଭିତ୍ତିରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ରାଜ୍ୟସାରା ହୁଲ୍‌ସ୍ଥୂଲ ପଡିଛି। ହେଲେ ଯାଜପୁର ଜିଲାରେ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏବେ ଅକଳରେ ପଡିଛନ୍ତି ଦଳ ପରିବର୍ତ୍ତନ କରିଥିବା କେତେଜଣ ଟିକେଟ ଆଶାୟୀ। କାରଣ ଏମାନେ ରାଜନୈତିକ ଦଳ ବଳେଇବାର କେଇ ଦିନ ମଧ୍ୟରେ ରାଜନୀତି ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ଦଳ ଡିଆଁ ନୁହନ୍ତି, ନୂଆ ସମୀକରଣ ନେଇ ଘର ସଜାଡୁ ଥିବା ନେତାଙ୍କ ମୁଣ୍ଡ ମଧ୍ୟ ଅକଲ ଗୁଡୁମ ହୋଇଥିବା ଚର୍ଚ୍ଚା ହେଉଛି। କେଉଁ ଆଧାରରେ ଆସନ ବୁଝାମଣା ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ବି କେତେଜଣ ଆଶାୟୀ ଏଥର ନିଶ୍ଚିତ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି।
ମେଣ୍ଟ ହେଲେ କେଉଁ ଆସନ କାହା ମୁଣ୍ଡରେ ପଡିବ ତା’ର ପୂର୍ବାନୁମାନ କରି ହେଉନାହିଁ। ତେଣୁ ଆଶାୟୀଙ୍କ ଏଭଳି ଆଶଙ୍କା ହେବା ସ୍ବାଭାବିକ । ଆସନ ବୁଝାମଣାକୁ ଅତୀତ ଘଟଣାକୁ ମନେ ପକାଇଲେ ସୂତ୍ରଟି ହେଉଛି ତେଲିଆ ମୁଣ୍ଡରେ ତେଲ। ପ୍ରାର୍ଥୀଙ୍କ ପତିଆରାକୁ ଦୃଷ୍ଟିରେ ରଖି ଭାଗବଣ୍ଟା ଚୂଡ଼ାନ୍ତ ହୋଇଥାଏ। ଏହାଦ୍ୱାରା ତୃଣମୂଳସ୍ତରର ନେତା ବଳି ପଡନ୍ତି ଏବଂ କେତେଜଣ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ଚମକି ଉଠିଥାଏ। ଏହି କ୍ରମରେ ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଭାଜପାର ପ୍ରଦୀପ ବଳ ସାମନ୍ତ, କୋରେଇ ଭାଜପାରୁ ଆଲେକ୍‌ଜାଣ୍ଡର ଦାସ, ଧର୍ମଶାଳାର ଭାଜପା ନେତା ହିମାଂଶୁ ଶେଖର ସାହୁ, ବିଜେଡିରୁ ନୂତନ କରି ଭାଜପା ଶିବିରକୁ ଯାଇଥିବା ଦେବାଶିଷ ନାୟକ, ବଡ଼ଚଣାରୁ ଭାଜପା ନେତା ଅମର ନାୟକ ପ୍ରମୁଖ ବଳି ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବିଜେଡିରୁ କୋରେଇ ପୂର୍ବତନ ବିଧାୟକ ଆକାଶ ଦାସନାୟକ ଏଥର ଲୋକଙ୍କ ଅତି ନିକଟତର ହେବାରେ ସକ୍ଷମ ହୋଇ ପାରିଥିବା ମନେ ହେଉଛି। ତେଣୁ ତାଙ୍କ ପାଇଁ ମଧ୍ୟ ଏବେ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ହେଲେ ତାଙ୍କ ସମର୍ଥକମାନେ ଟିକେଟ ମିଳୁ କି ନ ମିଳୁ, ମେଣ୍ଟ ହେଲେ କିଛି ଯାଏ ଆସେ ନୁହେଁ ନିର୍ବାଚନ ମଇଦାନରେ ଠିଆ ହେବା ନିଶ୍ଚିତ ବୋଲି କହି ବୁଲୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏନେଇ ଚର୍ଚ୍ଚା ଜୋର ଧରିଛି। ବିଜେିଡିରେ ସେହିପରି ବରୀରୁ ଉଭୟ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀ ଏବଂ କୋରେଇର ବିଧାୟକ ଅଶୋକ ବଳଙ୍କ ମଧ୍ୟରେ ଆଶଙ୍କା ବଢି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri