ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନ ବାତିଲ

ନୟାଗଡ଼ ଅଫିସ,୩୧।୩: ନୟାଗଡ଼ ଜିଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଜିଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନକୁ ବାତିଲ କରାଯାଇଛି। ଏହାପରେ ଶ୍ରମିକମାନେ ଏହାକୁ ବିରୋଧ କରିଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ ଶ୍ରମିକମାନେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲାର ୨୧,୮୪୪ ନିର୍ମାଣ ଶ୍ରମିକଙ୍କ ଆବେଦନ ପତ୍ର ବାତିଲ ହେବା ପରେ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୮ଟି ସ୍ବତନ୍ତ୍ର କ୍ୟାମ୍ପରେ ଖର୍ଚ୍ଚ ହୋଇଥିବା ୬ ଲକ୍ଷ ଟଙ୍କା ପାଣିରେ ପଡିଛି। ଅନ୍ୟପକ୍ଷେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଆବେଦନରେ ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ମିଶ୍ରଙ୍କ ଜାଲିଆତି ସ୍ବୀକାର ପରେ ବି ଜିଲା ଶ୍ରମ ଅଧିକାରୀ କି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନି। ସରକାରଙ୍କର ଟଙ୍କା ଅଯଥାରେ ଖର୍ଚ୍ଚ କରିବା ଓ ଜିଲାର ଶ୍ରମିକମାନଙ୍କୁ ଅଯଥା ଖର୍ଚ୍ଚାନ୍ତ କରାଇବାରେ ୨୦୧୭ରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଜିଲାରେ କାର୍ଯ୍ୟରତ ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଏହି ଦୁର୍ନୀତିରେ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।
ଅଭିଯୋଗ ଅନୁସାରେ, ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ ପାଇଁ ୨୦୧୭ରେ ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲାର ୮ଟି ବ୍ଲକରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଏଥିପାଇଁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କ୍ୟାମ୍ପ ପରେ ଜିଲାରେ ନୂଆଗଁା ବ୍ଲକର ୫୦୦, ଦଶପଲ୍ଲାରେ ୩୨୨, ଗଣିଆରେ ୨୨୭ ଜଣଙ୍କର ଆବେଦନ ପତ୍ର ଯାଞ୍ଚ କରାଯାଇ ନିର୍ମାଣ ଶ୍ରମିକ କାର୍ଡ ଦିଆଯାଇଥିଲା। ତେବେ ଅନ୍ୟ ଆବେଦନକାରୀଙ୍କ ଆବେଦନକୁ ଅଣଦେଖା କରି ୨୦୧୭ରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ହଇରାଣ କରାଯାଇଛି। ଏଥିପାଇଁ ଜିଲାରେ ଶ୍ରମିକମାନେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଥର ଆନ୍ଦୋଳନ, ଧାରଣା, ବିକ୍ଷୋଭ କରିଥିଲେ। ଶେଷରେ ୨୧,୮୪୪ ନିର୍ମାଣ ଶ୍ରମିକଙ୍କ ଆବେଦନପତ୍ରକୁ ବାତିଲ କରାଯିିବା ପରେ ଜିଲା ଶ୍ରମ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ନିର୍ମାଣ ଶ୍ରମିକଙ୍କ ସଂଖ୍ୟାକୁ ନେଇ ବିବାଦ ପରେ ପୂର୍ବତନ ଜିଲା ଶ୍ରମ ଅଧିକାରୀ ପି. କେ. ସିଂଙ୍କ ସୂଚନା ଅନୁସାରେ, ଜିଲାରେ ୨୦୧୭ ସ୍ବତନ୍ତ୍ର କ୍ୟାମ୍ପରେ ୨୦,୭୬୮ ଜଣ ନିର୍ମାଣ ଶ୍ରମିକ ଆବେଦନ ପତ୍ର ଦାଖଲ କରିଥିଲେ ବୋଲି ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ସଚିତାନନ୍ଦ ଜେନା ଜିଲାପାଳଙ୍କୁ ପତ୍ରାଙ୍କ ସଂଖ୍ୟା ୧୧୭୯/୩୦ା୭ା୧୮ରେ ଜଣାଇଥିଲେ। ଲେବର କମିଶନରଙ୍କ ଚିଠି ସଂଖ୍ୟା ୫୭୪/ଓବିଓସିଡବ୍ଲୁ ଡବ୍ଲୁ ବି ଅଫ ଭୁବନେଶ୍ୱର ୧୯।୫।୨୨ ଅନୁଯାୟୀ ନୟାଗଡ଼ ଜିଲାରେ ପଡ଼ି ରହିଥିବା ଆବେଦନ ପତ୍ରସଂଖ୍ୟା ୧୭,୩୭୦ ବୋଲି ଦର୍ଶାଯାଇଥିଲା। ଜିଲା ଶ୍ରମ ଅଧିକାରୀ ଓ ଲେବର କମିଶନରଙ୍କ ତଥ୍ୟରେ ତାଳମେଳ ନ ଥିବାବେଳେ ୭।୪।୨୨ ସୁଦ୍ଧା ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ମିଶ୍ର ପୁଣି ନୂଆ ତଥ୍ୟ ଦେଇଥିଲେ। ଲୋକାୟୁକ୍ତଙ୍କୁ ପ୍ରଦାନ କରିଥିବା କାରଣ ଦର୍ଶାଅ ନୋଟିସରେ ମିଶ୍ରଙ୍କ ତଥ୍ୟ ଅନୁସାରେ ଜିଲାରେ ୨୧, ୮୪୪ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇବା ପାଇଁ ୨୦୧୭ରେ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟରେ ଆବେଦନ କରିଥିଲେ। ବିଭିନ୍ନ କାରଣରୁ ଅନେକ ଆବେଦନ ପତ୍ର ବାତିଲ ହୋଇଯାଇଥିବା ଦର୍ଶାଇଥିଲେ। ମିଶ୍ର ସ୍ବୀକାର କରିଥିଲେ, ନିର୍ମାଣ ଶ୍ରମିକ ପଞ୍ଜୀକରଣ ଆବେଦନରେ ଦୁର୍ନୀତି ହୋଇଛି। ପରେ ମିଶ୍ର ନିଲମ୍ବିତ ହୋଇଥିଲେ। ଏହା ଭିତରେ ଶିବ ନାରାୟଣ ସାହୁ ପ୍ରାୟ ୪ ମାସ ରହି ବଦଳି ହୋଇ ସାରିଲେଣି। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲା ଶ୍ରମ ଅଧିକାରୀ ଭାବେ ଚିତ୍ତରଞ୍ଜନ ରାଉତ କାମ କରୁଛନ୍ତି। ବର୍ତ୍ତମାନର ଜିଲା ଶ୍ରମ ଅଧିକାରୀ ରାଉତ ୨୧,୮୪୪ ଆବେଦନକୁ ବାତିଲ କରିବା ପରେ ବିବାଦ ଦେଖାଦେଇଛି। ଏ ନେଇ ନୟାଗଡ଼ ଜିଲା ଶ୍ରମିକ ମହାସଂଘର ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ନିର୍ମାଣ ଶ୍ରମିକ ପଞ୍ଜୀକରଣ ପାଇଁ ଆବେଦନରେ ଘୋଟାଲା ହୋଇଥିବା ପ୍ରମାଣିତ ହୋଇଛି। ଏହାକୁ ଲୁଚାଇବାକୁ ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ୨୧, ୮୪୪ ଆବେଦନପତ୍ର ବାତିଲ କରିଛନ୍ତି। ଆବେଦନପତ୍ର ବାତିଲ ହେବା ପରେ ସରକାରଙ୍କ ୬ ଲକ୍ଷ ଟଙ୍କା ପାଣିରେ ପଡିଛି। ଯେଉଁ ଅଫିସରମାନେ ସରକାରଙ୍କ ଟଙ୍କା ପାଣିରେ ପକାଇଲେ ଓ ଶ୍ରମିକମାନଙ୍କୁ ଅଯଥାରେ ଖର୍ଚ୍ଚାନ୍ତ କରାଇଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏଣୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିର୍ମାଣ ଶ୍ରମିକଙ୍କ ହକ୍‌ ପାଇଁ କେତେଜଣ ଶ୍ରମିକ ନେତା ଓ ନିର୍ମାଣ ଶ୍ରମିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଫିସକୁ ମାସକୁ ୨୫ରୁ ଊର୍ଦ୍ଧ୍ୱ ଦିନ ନ ଥିବାରୁ ଏ ସମ୍ପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଇବୁ। ନିର୍ମାଣ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ବାସୁଦେବ ମହାନ୍ତି କୁହନ୍ତି, ଆବେଦନପତ୍ର ବାତିଲ ପରେ ଶ୍ରମିକମାନେ କ’ଣ କରିବେ କିଛି ଜାଣି ପାରୁନାହାନ୍ତି। ପୁଣି ଥରେ ଶ୍ରମିକ ଆନ୍ଦୋଳନ ହୋଇପାରେ। ଜିଲା ଶ୍ରମ ଅଧିକାରୀ ରାଉତଙ୍କୁ ପଚାରିବାରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୨୧,୮୪୪ ଆବେଦନପତ୍ର ବାତିଲ ହେଶଇଥିବା ନୋଟିସ୍‌ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?