ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନ ବାତିଲ

ନୟାଗଡ଼ ଅଫିସ,୩୧।୩: ନୟାଗଡ଼ ଜିଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଜିଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ୨୧,୮୪୪ ଆବେଦନକୁ ବାତିଲ କରାଯାଇଛି। ଏହାପରେ ଶ୍ରମିକମାନେ ଏହାକୁ ବିରୋଧ କରିଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି ବିରୋଧରେ ଶ୍ରମିକମାନେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲାର ୨୧,୮୪୪ ନିର୍ମାଣ ଶ୍ରମିକଙ୍କ ଆବେଦନ ପତ୍ର ବାତିଲ ହେବା ପରେ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୮ଟି ସ୍ବତନ୍ତ୍ର କ୍ୟାମ୍ପରେ ଖର୍ଚ୍ଚ ହୋଇଥିବା ୬ ଲକ୍ଷ ଟଙ୍କା ପାଣିରେ ପଡିଛି। ଅନ୍ୟପକ୍ଷେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଆବେଦନରେ ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ମିଶ୍ରଙ୍କ ଜାଲିଆତି ସ୍ବୀକାର ପରେ ବି ଜିଲା ଶ୍ରମ ଅଧିକାରୀ କି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନି। ସରକାରଙ୍କର ଟଙ୍କା ଅଯଥାରେ ଖର୍ଚ୍ଚ କରିବା ଓ ଜିଲାର ଶ୍ରମିକମାନଙ୍କୁ ଅଯଥା ଖର୍ଚ୍ଚାନ୍ତ କରାଇବାରେ ୨୦୧୭ରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଜିଲାରେ କାର୍ଯ୍ୟରତ ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଏହି ଦୁର୍ନୀତିରେ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।
ଅଭିଯୋଗ ଅନୁସାରେ, ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ ପାଇଁ ୨୦୧୭ରେ ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲାର ୮ଟି ବ୍ଲକରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଏଥିପାଇଁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କ୍ୟାମ୍ପ ପରେ ଜିଲାରେ ନୂଆଗଁା ବ୍ଲକର ୫୦୦, ଦଶପଲ୍ଲାରେ ୩୨୨, ଗଣିଆରେ ୨୨୭ ଜଣଙ୍କର ଆବେଦନ ପତ୍ର ଯାଞ୍ଚ କରାଯାଇ ନିର୍ମାଣ ଶ୍ରମିକ କାର୍ଡ ଦିଆଯାଇଥିଲା। ତେବେ ଅନ୍ୟ ଆବେଦନକାରୀଙ୍କ ଆବେଦନକୁ ଅଣଦେଖା କରି ୨୦୧୭ରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ହଇରାଣ କରାଯାଇଛି। ଏଥିପାଇଁ ଜିଲାରେ ଶ୍ରମିକମାନେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଥର ଆନ୍ଦୋଳନ, ଧାରଣା, ବିକ୍ଷୋଭ କରିଥିଲେ। ଶେଷରେ ୨୧,୮୪୪ ନିର୍ମାଣ ଶ୍ରମିକଙ୍କ ଆବେଦନପତ୍ରକୁ ବାତିଲ କରାଯିିବା ପରେ ଜିଲା ଶ୍ରମ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ନିର୍ମାଣ ଶ୍ରମିକଙ୍କ ସଂଖ୍ୟାକୁ ନେଇ ବିବାଦ ପରେ ପୂର୍ବତନ ଜିଲା ଶ୍ରମ ଅଧିକାରୀ ପି. କେ. ସିଂଙ୍କ ସୂଚନା ଅନୁସାରେ, ଜିଲାରେ ୨୦୧୭ ସ୍ବତନ୍ତ୍ର କ୍ୟାମ୍ପରେ ୨୦,୭୬୮ ଜଣ ନିର୍ମାଣ ଶ୍ରମିକ ଆବେଦନ ପତ୍ର ଦାଖଲ କରିଥିଲେ ବୋଲି ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ସଚିତାନନ୍ଦ ଜେନା ଜିଲାପାଳଙ୍କୁ ପତ୍ରାଙ୍କ ସଂଖ୍ୟା ୧୧୭୯/୩୦ା୭ା୧୮ରେ ଜଣାଇଥିଲେ। ଲେବର କମିଶନରଙ୍କ ଚିଠି ସଂଖ୍ୟା ୫୭୪/ଓବିଓସିଡବ୍ଲୁ ଡବ୍ଲୁ ବି ଅଫ ଭୁବନେଶ୍ୱର ୧୯।୫।୨୨ ଅନୁଯାୟୀ ନୟାଗଡ଼ ଜିଲାରେ ପଡ଼ି ରହିଥିବା ଆବେଦନ ପତ୍ରସଂଖ୍ୟା ୧୭,୩୭୦ ବୋଲି ଦର୍ଶାଯାଇଥିଲା। ଜିଲା ଶ୍ରମ ଅଧିକାରୀ ଓ ଲେବର କମିଶନରଙ୍କ ତଥ୍ୟରେ ତାଳମେଳ ନ ଥିବାବେଳେ ୭।୪।୨୨ ସୁଦ୍ଧା ତତ୍କାଳୀନ ଜିଲା ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ମିଶ୍ର ପୁଣି ନୂଆ ତଥ୍ୟ ଦେଇଥିଲେ। ଲୋକାୟୁକ୍ତଙ୍କୁ ପ୍ରଦାନ କରିଥିବା କାରଣ ଦର୍ଶାଅ ନୋଟିସରେ ମିଶ୍ରଙ୍କ ତଥ୍ୟ ଅନୁସାରେ ଜିଲାରେ ୨୧, ୮୪୪ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପାଇବା ପାଇଁ ୨୦୧୭ରେ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟରେ ଆବେଦନ କରିଥିଲେ। ବିଭିନ୍ନ କାରଣରୁ ଅନେକ ଆବେଦନ ପତ୍ର ବାତିଲ ହୋଇଯାଇଥିବା ଦର୍ଶାଇଥିଲେ। ମିଶ୍ର ସ୍ବୀକାର କରିଥିଲେ, ନିର୍ମାଣ ଶ୍ରମିକ ପଞ୍ଜୀକରଣ ଆବେଦନରେ ଦୁର୍ନୀତି ହୋଇଛି। ପରେ ମିଶ୍ର ନିଲମ୍ବିତ ହୋଇଥିଲେ। ଏହା ଭିତରେ ଶିବ ନାରାୟଣ ସାହୁ ପ୍ରାୟ ୪ ମାସ ରହି ବଦଳି ହୋଇ ସାରିଲେଣି। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲା ଶ୍ରମ ଅଧିକାରୀ ଭାବେ ଚିତ୍ତରଞ୍ଜନ ରାଉତ କାମ କରୁଛନ୍ତି। ବର୍ତ୍ତମାନର ଜିଲା ଶ୍ରମ ଅଧିକାରୀ ରାଉତ ୨୧,୮୪୪ ଆବେଦନକୁ ବାତିଲ କରିବା ପରେ ବିବାଦ ଦେଖାଦେଇଛି। ଏ ନେଇ ନୟାଗଡ଼ ଜିଲା ଶ୍ରମିକ ମହାସଂଘର ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ନିର୍ମାଣ ଶ୍ରମିକ ପଞ୍ଜୀକରଣ ପାଇଁ ଆବେଦନରେ ଘୋଟାଲା ହୋଇଥିବା ପ୍ରମାଣିତ ହୋଇଛି। ଏହାକୁ ଲୁଚାଇବାକୁ ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ୨୧, ୮୪୪ ଆବେଦନପତ୍ର ବାତିଲ କରିଛନ୍ତି। ଆବେଦନପତ୍ର ବାତିଲ ହେବା ପରେ ସରକାରଙ୍କ ୬ ଲକ୍ଷ ଟଙ୍କା ପାଣିରେ ପଡିଛି। ଯେଉଁ ଅଫିସରମାନେ ସରକାରଙ୍କ ଟଙ୍କା ପାଣିରେ ପକାଇଲେ ଓ ଶ୍ରମିକମାନଙ୍କୁ ଅଯଥାରେ ଖର୍ଚ୍ଚାନ୍ତ କରାଇଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏଣୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିର୍ମାଣ ଶ୍ରମିକଙ୍କ ହକ୍‌ ପାଇଁ କେତେଜଣ ଶ୍ରମିକ ନେତା ଓ ନିର୍ମାଣ ଶ୍ରମିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି। ଅନ୍ୟପକ୍ଷେ ବର୍ତ୍ତମାନର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଫିସକୁ ମାସକୁ ୨୫ରୁ ଊର୍ଦ୍ଧ୍ୱ ଦିନ ନ ଥିବାରୁ ଏ ସମ୍ପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଇବୁ। ନିର୍ମାଣ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ବାସୁଦେବ ମହାନ୍ତି କୁହନ୍ତି, ଆବେଦନପତ୍ର ବାତିଲ ପରେ ଶ୍ରମିକମାନେ କ’ଣ କରିବେ କିଛି ଜାଣି ପାରୁନାହାନ୍ତି। ପୁଣି ଥରେ ଶ୍ରମିକ ଆନ୍ଦୋଳନ ହୋଇପାରେ। ଜିଲା ଶ୍ରମ ଅଧିକାରୀ ରାଉତଙ୍କୁ ପଚାରିବାରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୨୧,୮୪୪ ଆବେଦନପତ୍ର ବାତିଲ ହେଶଇଥିବା ନୋଟିସ୍‌ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri