ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି କେନାଲ ପାଣି। ଫଳରେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ମୁତାବକ, ଧର୍ମଶାଳା ଅଞ୍ଚଳର ଅନେକ ଜମି କେନାଲ ପାଣି ଦ୍ୱାରା ଜଳସେଚନ କରାଯାଇ ଚାଷ କାର୍ଯ୍ୟ ହୋଇଥାଏ। କେତେକ ସ୍ଥାନରେ ମେନ୍‌ କେନାଲ, ମାଇନର କେନାଲ ଓ ସବ୍‌ମାଇନର କେନାଲ ମାଧ୍ୟମରେ ଜଳସେଚନ ବିଭାଗ ପକ୍ଷରୁ ଚାଷ ଜମିଗୁଡିକୁ ପାଣି ଯୋଗାଇ ଦିଆଯାଇଥାଏ। ଚଳିତ ବର୍ଷ ଅନେକ ସ୍ଥାନରେ ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଗତ ୧୫ ତାରିଖରେ ହାଇଲେଭଲ କେନାଲରେ ପାଣି ଛଡ଼ାଯାଇଛି। ୫ଦିନ ମଧ୍ୟରେ ମାଇନର କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯିବାକଥା। ହେଲେ ୫ଦିନ ବଦଳରେ ୧୦ଦିନ ପରେ ମାଇନର ଓ ସବମାଇନର କେନାଲରେ ପାଣି ଆସିଛି, କିନ୍ତୁ ଶେଷ ମୁଣ୍ଡରେ ପହଞ୍ଚି ପାରିନାହିଁ। କେତେକ ସ୍ଥାନରେ କେନାଲ ବନ୍ଧ ଭାଙ୍ଗିଗଲାଣି ତ ଆଉ କେତେକ ସ୍ଥାନ ସଫା ହୋଇ ପାରିନାହିଁ। ଏହା ମଧ୍ୟରୁ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବମାଇନର କେନାଲର ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଏହି କେନାଲର ଶେଷ ସୀମା ଡେରାବର ହୋଇଥିବାବେଳେ ୧୦ ବର୍ଷରୁ ଅଧିକ ହେବ ଏହି ଶେଷ ସୀମାକୁ ପାଣି ପହଞ୍ଚିପାରୁନି। ଏହି ସ୍ଥାନରେ ୫୦ଏକରରୁ ଅଧିକ ଚାଷ ଜମି ରହିଛି ଓ ଅନେକ ଚାଷୀ ପ୍ରତିବର୍ଷ ଜଳକର ଦେଉଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଉ ନ ଥିବା ଅଭିଯୋଗ ହୋଇଛି। ଗତ ଦୁଇ ଦିନ ହେବ ଏହି ସବ୍‌ମାଇନର କେନାଲରେ ପାଣି ଆସି ନୀଳାଦେଈପୁର ଓ ଅଚ୍ୟୁତପୁର ନିକଟରେ ଅଟକି ରହିଛି। କେନାଲ ମଧ୍ୟ ଭାଗ ଓ ଉପର ଅନାବନା ଗଛରେ ଭର୍ତ୍ତି ହୋଇ ଜଙ୍ଗଲ ସଦୃଶ ରହିଛି। ପାଣି ଆସିବା ପୂର୍ବରୁ କେନାଲ ସଫା କରାଯିବା କଥା। କିନ୍ତୁ କେନାଲ ସଫା ହୋଇ ନଥିବାରୁ ପାଣି ଆସି ଅଧାରେ ଅନାବନା ଗଛ ଲତାରେ ରହିଯାଇଛି। ଦୁଇ ଦିନ ହେବ ଲଘୁଚାପଜନିତ ବର୍ଷା ହେଉଛି। ଏହାଦ୍ୱାରା କେନାଲ ପାଶର୍‌ବରେ ଥିବା ଅନେକ ଚାଷୀ ବର୍ଷା ଜଳରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହା ଉପରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଚାଷୀ ଦେବେନ୍ଦ୍ର ରାଉତ, ପଞ୍ଚାନନ ରାଉତ, ଅନନ୍ତ ସାହୁ, ଯୁଧିଷ୍ଠିର ନାୟକ, ଅଜୟ ରଣା, କୁଳମଣି ବେହେରା, ବଟକୃଷ୍ଣ ସାହୁ, ନରହରି ସାହୁ, ରବୀନ୍ଦ୍ର ବେହେରା ଓ ମକରଧ୍ବଜ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜାରକା ଜଳସେଚନ ବିଭାଗ ଏସ୍‌ଡିଓ ଭାଗବତ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସବ୍‌ମାଇନର କେନାଲର ଶାନ୍ତି ବଜାରଠାରୁ ଡେରାବାର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ନ ଯିବା କଥାରେ ସତ୍ୟତା ନାହିଁ। ଏବର୍ଷ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କେନାଲ ସଫା କରାଯାଉଛି। ଆଗକୁ କେନାଲ ସଫା ହେବା ପରେ ପାଣି ଶେଷ ମୁଣ୍ଡରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?