ଏ ଯାଏ ସରିଲାନି କେନାଲ ମରାମତି: ଦୃଷ୍ଟି ଦେଉନାହାନ୍ତି ଜଳସମ୍ପଦ ବିଭାଗର ଅଧିକାରୀ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ ଆରମ୍ଭ ହେଲା। ଇତିମଧ୍ୟରେ ନିର୍ଦ୍ଧାରିତ ଅବଧି ସରିଥିଲେ ମଧ୍ୟ କାମ ସରିନାହିଁ। ବର୍ଷା ଛାଡ଼ିଗଲା ପରେ ବଳକା ରହିଥିବା କେନାଲ ମରାମତି କାମ ହେବ ବୋଲି ଯନ୍ତ୍ରୀମାନେ କହୁଛନ୍ତି। ବର୍ଷା ଋତୁରେ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କେନାଲ ମରାମତି ହେଉଛି। ଯଦି ସେ ସମୟ ପୂର୍ବରୁ ମରାମତି ନ ହେଲା ତେବେ ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।
ଅନେକ ସ୍ଥାନରେ ଲୋକେ କେନାଲ, ନଦୀ ଆଡ଼ିବନ୍ଧକୁ ଜବରଦଖଲ କରିଦେଲେଣି। କେଉଁଠି ଲୋକେ କେନାଲ ଆଡ଼ିରେ ପରିବା ଚାଷ କରୁଛନ୍ତି ତ ଆଉ କେଉଁଠି ଘରଦ୍ୱାର କରିଦେଲେଣି।ଏଥିପ୍ରତି ଜଳସମ୍ପଦ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ଆଡ଼ିବନ୍ଧ ଜବରଦଖଲ ଯୋଗୁ କେନାଲ ଗୁଡିକ ମଧ୍ୟ ଠିକ ଭାବେ ମରାମତି ହୋଇପାରୁନାହିଁ। ଅନ୍ୟପକ୍ଷରେ ଗତ ଏକ ସପ୍ତାହ ହେବ ଭଞ୍ଜନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ତେଣୁ କେନାଲଗୁଡ଼ିକରେ ବିଭିନ୍ନ ଆଡୁ ପାଣି ଆସୁଛି। କିନ୍ତୁ ତାହା ତଳମୁଣ୍ଡକୁ ଆସୁନାହିଁ। ଇତିମଧ୍ୟରେ ଭଞ୍ଜନଗର, ଡହ, ସୋରଡା ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଯାଇଛି । କିନ୍ତୁ ବାଘୁଆ ଜଳଭଣ୍ଡାର ଏବେ ବି ଶୁଖିଲା ପଡ଼ିଛି। ବୁଗୁଡ଼ା ଅଞ୍ଚଳର ଚାଷୀମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଭଞ୍ଜନଗର ଜଳଭଣ୍ଡାରରେ ଶୁକ୍ରବାର ସକାଳ ସୁଦ୍ଧା ୭୪.୫୩ ପ୍ରତିଶତ ପାଣି ମହଜୁଦ ଅଛି। ବାଘୁଆରେ ମାତ୍ର ୧୨ ପ୍ରତିଶତ ପାଣି ଅଛି। ସୋରଡାରେ ୯୦.୫୮, ଡହରେ ୯୦ ପ୍ରତିଶତରୁ ଉଦ୍ଧର୍‌ବ ପାଣି ମହଜୁଦ ଅଛି। ଆଗକୁ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩ ଜଳଭଣ୍ଡାରରୁ ବଳକା ପାଣି ଛଡାଯିବା ସମ୍ଭାବନା ରହିଛି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଧିକାଂଶ କେନାଲ ମରାମତି କାମ ସରିଛି। ବଳକା ଥିବା କାମ ବର୍ଷା ଛାଡ଼ିଲେ ହେବ। ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଥିବା ଯୋଗୁ ଯେ କୌଣସି ମୁହୂର୍ତ୍ତରେ ପାଣି ଛଡା ଯିବା ସମ୍ଭାବନା ରହିଛି। ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?