ବନ୍ଧୁକ କିଣାବିକା ରୋକିବ କାନାଡା

ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଦେଶରେ ହ୍ୟାଣ୍ଡ୍‌ଗନ୍‌ ମାଲିକାନା ଉପରେ ରୋକ ସହ ସବୁସ୍ଥାନରେ ବନ୍ଧୁକ ବିକ୍ରି ଉପରେ କଟକଣା ଲଗାଇବାକୁ ଏହି ଆଇନ ଆଣିବାକୁ ଯାଉଛନ୍ତି। ଏହା ହ୍ୟାଣ୍ଡ୍‌ଗନ୍‌ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ। କିନ୍ତୁ ପାର୍ଲାମେଣ୍ଟରେ ବିଲ୍‌ ପାରିତ ହେଲେ ସାଧାରଣ ନାଗରିକ ସହଜରେ ବନ୍ଧୁକ କିଣାବିକା କରିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆମେରିକାରେ ବଢ଼ୁଥିବା ବନ୍ଧୁକ ହିଂସା ଘଟଣାକୁ ଦର୍ଶାଇ ଟ୍ରୁଡୋ କହିଛନ୍ତି, ଯଦି ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଯାଏ ତେବେ ଆଗକୁ ବଡ଼ ଚ୍ୟାଲେଞ୍ଜର ସାମ୍‌ନା କରିବାକୁ ପଡ଼ିବ।
ବିଲ୍‌ ଅନୁଯାୟୀ, ଘରୋଇ ହିଂସା, ଅପରାଧ, ଧମକ ମାମଲା ଥିବା ବ୍ୟକ୍ତିଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବ। ସେହିପରି ବନ୍ଧୁକ ଚୋରାଚାଲାଣ ଉପରେ ମଧ୍ୟ ରୋକ ଲଗାଯିବା ପାଇଁ ବ୍ୟବସ୍ଥା ରହିବ। ବ୍ୟକ୍ତିଗତ ବନ୍ଧୁକରେ ୫ ରାଉଣ୍ଡ ଗୁଳି ରହିବ। ଅଧିକ କ୍ଷମତା ବିଶିଷ୍ଟ ମାଗାଜିନ୍‌ କିଣାବିକାକୁ ବ୍ୟାନ୍‌ କରାଯିବ। ପ୍ରାୟ ୧୫ଶହ ପ୍ରକାରର ମିଲିଟାରି ବନ୍ଧୁକର ବ୍ୟକ୍ତିଗତ ବ୍ୟବହାର ଉପରେ ପୂର୍ବରୁ କାନାଡା ବ୍ୟାନ୍‌ ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ‘କଳ୍ପନା ଚାଓ୍ବଲା’

ଓ୍ବାଶିଂଟନ, ୩।୧୦: ନାସା ପକ୍ଷରୁ ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାଓ୍ବଲାଙ୍କ ନାମରେ ନିର୍ମିତ ହୋଇଥିବା ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର...

‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ...

ରୁଷିଆ ରାଷ୍ଟ୍ରପତିଙ୍କୁ ଡରାଉଛି ହତ୍ୟାର ଭୟ! ଜି-୨୦ ସମ୍ମିଳନୀରେ ଏଥିପାଇଁ ଯୋଗଦେବେ ନାହିଁ ପୁଟିନ: ବ୍ରିଟିଶ ଗଣମାଧ୍ୟମର ଦାବି

ମସ୍କୋ,୧୧ ।୧୧: ହତ୍ୟାର ଆଶଙ୍କା କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ବ୍ରିଟିଶ ଖବରକାଗଜ...

ଜାତିସଂଘରେ ଏକୁଟିଆ ରୁଷିଆ,ସଦସ୍ୟ ରାଷ୍ଟ୍ର କଲେ ଗୃହତ୍ୟାଗ…

ଜେନେଭା,୧।୩ : ୟୁକ୍ରେନ୍‌ ଉପରେ ଆକ୍ରମଣ କରି ରୁଷିଆ ଏବେ ଚାରିପଟୁ ବିରୋଧର ସମ୍ମୁଖୀନ ହେବାରେ ଲାଗିଛି। ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ବିରୋଧାଭାସର...

ବୁଚା ନରସଂହାର ପୂର୍ବ ନିର୍ଦ୍ଧାରିତ ଯୋଜନା: ରୁଷିଆ

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ବୁଚା ନରସଂହାରକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଏହି ନରସଂହାର ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି...

କରୋନା ପୁଣି ଫେରିଲା, ୫ କୋଟି ଲୋକ ଘରେ ବନ୍ଦ…

ବେଜିଂ, ୧୬।୩ : କରୋନା ମହାମାରୀ ପୁଣି ଚାଇନାକୁ ଫେରିଛି। ଗତ ତିନି ଦିନ ଧରି ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ...

ବର୍ଷା ଆଉ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ବାତ୍ୟା ‘ହିଗୋସ’

ବେଜିଂ,୨୦।୮: ପ୍ରଥମେ କରୋନା ମହାମାରୀ ଏହାପରେ ବର୍ଷା ଓ ବନ୍ୟା ଚାଇନାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ମାଡି ଆସିଛି ବାତ୍ୟା ‘ହିଗୋସ’। ବୁଧବାର...

ଏହି ଦେଶରେ ଏବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ରୋମ୍‌,୨୮ା୬: ଫେବୃୟାରୀ ୨୦୨୦ରେ ବିଶ୍ୱରେ ମହାମାରୀ କରୋନା ବ୍ୟାପିବା ପରେ ଲୋକମାନେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ। ୟୁରୋପର ଲୋକମାନେ ମଧ୍ୟ ମାସ୍କ ପିନ୍ଧି ଏହି...

Advertisement
Archives

Model This Week