Posted inଖେଳ

ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏବେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ଶ୍ରୀଲଙ୍କୁକୁ ହରାଇବାକୁ ପ୍ରସ୍ତୁତ ହେଉଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି -୨୦ ମ୍ୟାଚ ଫେବୃୟାରୀ ୨୪ ଲକ୍ଷୌ୍ନର ଅଟଳ ବିହାରୀ ବାଜପେୟୀ ଇକାନା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏବେଭାରତୀୟ ଦଳ ଏଥିପାଇଁ ଜୋରଦାର ଅଭ୍ୟାସ କରିଥିଲେ। ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମ୍‌ରା ଏବଂ ଦଳର ଅନ୍ୟ ଖେଳାଳିଙ୍କ ସମେତ ଅଧିନାକୟ ରୋହିତ ଶର୍ମା ନେଟ ନଜର ଆସିଥିଲେ। ଏହି ସିରିଜ ଜରିଆରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବୁମରା ଫେରୁଛନ୍ତି। ରୋହିତ ବ୍ୟାୟାମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଫଟୋ ଦେଖି ତାଙ୍କୁ ସ୍ତ୍ରୀ ରିତିକା ସଜଦେହ ଟ୍ରୋଲ କରିଥିଲେ। ବିଶ୍ୱ କ୍ରିକେଟରେ ହିଟମ୍ୟାନ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ରୋହିତ ଫଟୋ କ୍ୟାପସନରେ ଲେଖିଛନ୍ତି, ଏବେ ଶ୍ରୀଲଙ୍କା ପାଳି। ଏହା ଦେଖି ରିତିକା ଲେଖିଛନ୍ତି, ହଁ-ହଁ, ସବୁକିଛି ଭଲ, କିନ୍ତୁ ଦୟାକରି ମୋତେ କଲ୍‌ ବ୍ୟାକ୍‌ କରିବ କି?
ଉଭୟ ଦଳ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ୧୯ ଥର ଭେଟିଛନ୍ତି। ଏଥିରୁ ୧୩ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ୫ ଟି ମ୍ୟାଚ ଜିତିଛି। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ୧୧ ଟି -୨୦ ମ୍ୟାଚ ଖେଳିଛି। ସେଥିରେ ୮ଟି ଭାରତୀୟ ଦଳ ଜିତିଛି।

 

View this post on Instagram

 

A post shared by Rohit Sharma (@rohitsharma45)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡ଼ିବେ ରାମପ୍ରକାଶ

ଲଣ୍ଡନ,୩୧।୫- ଇଂଲଣ୍ଡ ଜାତୀୟ ଦଳର ବ୍ୟାଟିଂ କୋଚ ମାର୍କ ରାମପ୍ରକାଶ ଜୁନରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ୫୨ ଟେଷ୍ଟ ଖେଳିଥିବା ପୂର୍ବତନ ଇଂଲିଶ...

ଭାରତ ଛିଡ଼ା କଲା ୨୭୮ ରନ୍‌ର ଟାର୍ଗେଟ

ଅକ୍‌ଲାଣ୍ଡ,୧୯।୩: ଅଷ୍ଟ୍ରେଲିଆ ଆଗରେ ଭାରତ ଛିଡ଼ା କରିଛି ୨୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ସ୍ଥାନୀୟ ଇଡେନ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ...

ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ,୧୭ | ୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଆସନ୍ତା ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ପ୍ରତିଯୋଗିତାରୁ...

କ୍ଲୁଜନର ଆଫଗାନିସ୍ତାନ ମୁଖ୍ୟ କୋଚ୍‌

କାବୁଲ, ୨୮।୯ (ପି.ଟି.)- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଆଫଗାନିସ୍ତାନ...

ମିଷ୍ଟର ଡିପେଣ୍ଡବୁଲ୍‌ ୪୭ ବର୍ଷରେ କଲେ ପଦାର୍ପଣ: ପିଲାଦିନ ସାଥୀ ବିଜେତାଙ୍କୁ କରିଥିଲେ ଜୀବନସାଥୀ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶନିବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ଜାନୁୟାରୀ ୧୧ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ...

ଥରେ ସ୍ତ୍ରୀଙ୍କ ପାଇଁ ଉପହାର ଆଣିବାକୁ ଯାଇଥିଲେ କୋହଲି, ଘଟିଥିଲା ଏମିତି

ମୁମ୍ବାଇ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଆଇପିଏଲ୍‌ ୨୦୨୨ରେ ମଧ୍ୟରେ କୋହଲି ଆରସିବି ଇନ୍‌ସାଇଡର୍‌କୁ ଦେଇଥିବା...

କୋହଲିଙ୍କ ମଜାକ୍‌ ଉଡାଇଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ...

ଏସିଆ କପ୍‌ ସାଇକ୍ଲିଂ: ପଦକ ତାଲିକାର ଶୀର୍ଷରେ ଭାରତ

ନୂଆଦିଲ୍ଲୀ, ୧୨।୯ (ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ସ୍ପୋଟର୍‌ସ କମ୍ପେକ୍ସଠାରେ ଅନୁଷ୍ଠିତ ଟ୍ରାକ୍‌ ଏସିଆ କପ୍‌ ସାଇକ୍ଲିଂ ପ୍ରତିଯୋଗିତାରେ ଭାରତର ରୋନାଲ୍ଡୋ ଲାଇତୋଞ୍ଜାମ ବ୍ୟକ୍ତିଗତ...

Advertisement
Archives

Model This Week