ବରଗଡ ସହରରେ ପ୍ରଶାସନର ଉଚ୍ଛେଦ ଅଭିଯାନ: ଉପରେ ଶାନ୍ତ, ଭିତରେ କୁହୁଳୁଛି

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଛି। ତେବେ ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ। ଅନ୍ୟପଟେ ଏହି ରାସ୍ତାର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ବୁଧବାର ମାମଲାର ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିବାବେଳେ ସେଥିପ୍ରତି ସହରବାସୀଙ୍କ ନଜର ରହିଛି। ତେବେ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଆସିଥିବା ଟ୍ରାଫିକ୍‌ ସମସ୍ୟା ବହୁଳ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତା ଜବରଦଖଲ ଉଚ୍ଛେଦ ହୋଇପାରି ନ ଥିବାବେଳେ ସହରର ଅନ୍ୟ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯାଇଛି। ଗତ କିଛିଦିନ ତଳେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକରୁ ଭଟଲି ଛକ ରାସ୍ତା ସମେତ ବିଭିନ୍ନ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ହୋଇଥିବାବେଳେ ସୋମବାର ଗାନ୍ଧୀ ଛକରେ ଉଚ୍ଛେଦ କରାଯାଇଥିଲା। ଅନୁରୂପ ଭାବେ ରବିବାର ବରଗଡ଼ ଟାଉନ ଥାନା ସମ୍ମୁଖରୁ ଲେଙ୍ଗୁ ମିଶ୍ର ଛକ ଏବଂ ଜେଲ୍‌ ରାସ୍ତାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ଆଇନ ଅବମାନନା କରି ଉଚ୍ଛେଦ ଚାଲିଥିବା ଅଭିଯୋଗ କରି ଉତ୍ତେଜନା ଦେଖାଯାଇଥିଲା। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଏହି କ୍ରମରେ ସୋମବାର ସହରର ରାଜନୈତିକ, ବ୍ୟବସାୟିକ ଆଦି ବର୍ଗ ସମେତ ସାଧାରଣ ଲୋକେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉଚ୍ଛେଦ ପ୍ରକ୍ରିୟାରେ ଅଦାଲତଙ୍କ ଆଦେଶ, ଗାଇଡ୍‌ ଲାଇନକୁ ଅବମାନନା କରା ନ ଯାଉ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି। ଅନ୍ୟପଟେ ସହରର ବିକାଶ ତଥା ଟ୍ରାଫିକ୍‌, ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଆଇନ ଅନୁଯାୟୀ ଉଚ୍ଛେଦ ପ୍ରକ୍ରିୟା ଚାଲିଛି ଏବଂ ଏଥିରେ ସହରବାସୀ ସହଯୋଗ କରିବାକୁ ଜିଲାପାଳ ଗୋୟଲ ଅନୁରୋଧ କରିଛନ୍ତି।
ପ୍ରକାଶ ଯେ, ରବିବାର ଟାଉନ ଥାନା ଛକ ସମ୍ମୁଖରେ ଉଚ୍ଛେଦ ହୋଇଥିଲା। ସେଥିରେ ତତ୍କାଳୀନ ରିଜିଓନାଲ ଇମ୍‌ପ୍ରୁଭମେଣ୍ଟ ଟ୍ରଷ୍ଟ ତଥା ବର୍ତ୍ତମାନ ମ୍ୟୁନିସିପାଲିଟି ଅଧୀନରେ ରହିଥିବା ଗୃହ ଗୁଡ଼ିକ ଧୂଳିସାତ୍‌ ହୋଇଥିଲା। ଏହାସହିତ ଅନେକ ବ୍ୟବସାୟିକ ଦୋକାନ ଗୃହ ମଧ୍ୟ ମାଟିରେ ମିଶିଯାଇଥିଲା। ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ କଂଗ୍ରେସ ନେତା ସ୍ବର ଉତ୍ତୋଳନ କରିବା ପରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଏହାସହିତ ରାସ୍ତା ଅବରୋଧ କରିଥିବା କଂଗ୍ରେସ ନେତାଙ୍କ ଅନେକ ସମର୍ଥକଙ୍କୁ ମଧ୍ୟ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିଜେଡ଼ି ସମେତ ଅନ୍ୟ କିଛି ନାଗରିକ ମଧ୍ୟ ବେଆଇନ ଦର୍ଶାଇଥିଲେ ଏବଂ ସୋମବାର ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ସମାଜ ଏବଂ ସହରର ବିକାଶ ପାଇଁ ମ୍ୟୁନିସିପାଲିଟି ଭଳି ସଂସ୍ଥା ଗଠିତ ହୋଇଥିଲା। ସେହିପରି ବ୍ୟବସାୟିକ, ଆବାସିକ ଏଭଳି ଆଦି ଦୃଷ୍ଟିକୋଣରୁ ସହରାଞ୍ଚଳକୁ ବିଭକ୍ତ କରାଯାଇଛି। କିନ୍ତୁ ବରଗଡ଼ ସହରର ବିଭିନ୍ନ ଦିଗକୁ ନେଇ ସହରରେ ବର୍ତ୍ତମାନ ଯେଭଳି ଉଚ୍ଛେଦ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ଏହା ଲୋକଙ୍କ ମାନବିକ ଅଧିକାରକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ଉଚ୍ଛେଦସ୍ଥଳୀରେ ସହରର କିଭଳି ବିକାଶ ପ୍ରକଳ୍ପ ହେବ, ସେଥିପାଇଁ କିଭଳି ଯୋଜନା ରହିଛି, ତାହା ଏପର୍ଯ୍ୟନ୍ତ ସହରବାସୀଙ୍କୁ ଅବଗତ କରାଯାଇନାହିଁ। ଅନ୍ୟପଟେ ରିଜିଓନାଲ ଇମ୍‌ପ୍ରୁଭମେଣ୍ଟ ଟ୍ରଷ୍ଟ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରିଥିବା ଦୋକାନଗୃହକୁ ଉଚ୍ଛେଦ କରାଯାଇଛି। ଏଭଳି ଦୂରଦୃଷ୍ଟିହୀନତା ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଚାର୍ଯ୍ୟ କହିଛନ୍ତି। ସେହିପରି କଂଗ୍ରେସ ନେତା ନିପନ କୁମାର ଦାଶ କହିଛନ୍ତି, ଆଇନ ପରିଧି ମଧ୍ୟରେ ରହି ପ୍ରଶାସନ କାମ କରୁ । ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ସରକାରଙ୍କ ଆଦେଶକୁ ଅବମାନନା କରି ଉଚ୍ଛେଦ ସହିତ ଲୋକଙ୍କ ଉପରେ ଅତ୍ୟାଚାର ଆଦୌ ଠିକ୍‌ ନୁହେଁ ଏବଂ ଏହା ବଡ଼ ବିପଦ ବୋଲି ସେ କହିଛନ୍ତି। ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଜିଲା କଂଗ୍ରେସ ସଭାପତି ହରଦୀପ ସିଂ, ଲିପ୍‌ସିତ ମିଶ୍ର, ଦିଲ୍ଲୀପ ସାୱଡ଼ିଆ, ଶେଖ୍‌ ନଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?