ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା ମତଦାନ ପାଇଁ ଜୋରଦାର ଚାଲିଛି ପ୍ରଚାର। ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି।

କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡ଼ା ୮୨ ନଂ. ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ପକ୍ଷରୁ ଚକ୍ରମଣି କହଁର, କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ, ଭାଜପା ପକ୍ଷରୁ କଳ୍ପନା କହଁର ହୋଇଥିବା ବେଳେ ନ୍ୟାସନାଲ ଅପନୀ ପାର୍ଟି ତରଫରୁ ପ୍ରାର୍ଥୀ ଜୟସିଂ ମଲିକ ଏବଂ ମାନସ ଲୋକ ଶକ୍ତି ଦଳ ତରଫରୁ ଅଜୟ କୁମାର ମଲ୍ଲିକ ଅବତୀର୍ଣ୍ଣ ହୋଇଛନ୍ତି l ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି।

ଚଳିତ ଥର ବିଜେଡି ଦ୍ୱିତୀୟ ଥର ପାଇଁ ଚକ୍ରମଣିଙ୍କୁ ଭରସା କରି ଟିକଟ ଦେଇଥିବା ବେଳେ ଭାଜପା ଓ କଂଗ୍ରେସ ରାଜନୀତି ରେ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀଙ୍କୁ ଦେଇ ମୈଦାନକୁ ଓହ୍ଲାଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ଭୋଟର ମାନଙ୍କ ଦ୍ୱାର ଦ୍ୱାର ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ବ୍ୟସ୍ତ ରହିଛନ୍ତି। ଏଥର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସ୍ପଷ୍ଟ ହୋଇସାରିଥିବା ବେଳେ, ଏଥର ଭୋଟର କିନ୍ତୁ ଅଧିକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି।

ଭୋଟରମାନେ ପ୍ରାର୍ଥୀଙ୍କ ଯୋଗ୍ୟତା, ଅଞ୍ଚଳରେ ହୋଇଥିବା ବିକାଶ କାର୍ଯ୍ୟ, ହୋଇପାରିନଥିବା କାର୍ଯ୍ୟ, ଗ୍ରାମର ସମସ୍ୟା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବିଫଳତା ନେଇ ପ୍ରାର୍ଥୀମାନଙ୍କ ସହିତ ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଭୋଟ ଭିକ୍ଷା ପାଇଁ ଯାଉଥିବା ପ୍ରାର୍ଥୀ କିମ୍ବା ତାଙ୍କର ସମର୍ଥକ ସରପଞ୍ଚ, ସମିତି ସଦସ୍ୟଙ୍କୁ ଗ୍ରାମର ସମସ୍ୟା ସମାଧାନ କେବେ ହେବ ବୋଲି ସିଧାସଳଖ ପଚାରୁଛନ୍ତି। ଯଦିଓ ଭୋଟବେଳେ ଅର୍ଥ ନେଣଦେଣ ଏକ ସାଧାରଣ ଘଟଣା ହୋଇସାରିଲାଣି, ଏଥର କିନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ବାଲିଗୁଡା ଭୋଟରଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଅଛି। ସହରାଞ୍ଚଳର ଭୋଟରମାନେ ଅଧିକ ସଚେତନ ସହିତ କୌଣସି ପ୍ରାର୍ଥୀଙ୍କ ସପକ୍ଷ କି ବିପକ୍ଷରେ ସିଧସାଳଖ ପାଟି ଖୋଲୁନଥିବାବେଳେ ପ୍ରାର୍ଥୀମାନେ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳିଛି।

ବିଜେଡି ପ୍ରାର୍ଥୀ ଭାବରେ ଏଠାରୁ ପ୍ରଥମ ଥର ବିଜୟୀ ହୋଇ ଚକ୍ରମଣି କହଁରଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ସେ ନିଜ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଓ ରଣ କୌଶଳରେ ବିରୋଧୀଙ୍କୁ ମାତ ଦେଇ ବିଜୟର ଡବଲ ହାଟ୍ରିକ ଲଗାଇବା ପାଇଁ ଦିନ ରାତି ଏକ କରି ନିର୍ବାଚନ ମଇଦାନରେ ବ୍ୟସ୍ତ ରହିଛନ୍ତି। ସେହିପରି ପ୍ରମୁଖ ବିରୋଧୀ ଦଳ ବିଜେପି ଏଠାରେ ମହିଳା କାର୍ଡ ଖେଳି ରାଜନୀତିରେ ପ୍ରଥମେ ପାଦ ଥାପି ଥିବା ନୂତନ ମହିଳା ପ୍ରାର୍ଥୀ ଭାବେ କଳ୍ପନା କହଁରଙ୍କୁ ସୁଯୋଗ ଦେଇଛି ।

ଗତ ୨୦୧୪ ନିର୍ବାଚନରେ ବିଜେଡି ତରଫରୁ ରାଜୀବ ପାତ୍ର ୩୭ହଜାର ୬୦୬ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର କ୍ଳେଶ ପ୍ରଧାନ ୩୪ହଜାର ୯୧୦ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଓ ବିଜେପି ର କରେନ୍ଦ୍ର ମାଝୀ ୧୮ ହଜାର ୧୦୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।ଏଥିରେ ବିଜେଡିର ରାଜୀବ ପାତ୍ର ୨୬୯୬ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୯ ନିର୍ବାଚନ ରେ ବିଜେଡିର ଚକ୍ରମଣି ୪୩ ହଜାର ୧୭୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ର ସିମନ ମଲ୍ଲିକ ୩୬ ହଜାର ୨୬୫ ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନ ଓ ବିଜେପି ର କରେନ୍ଦ୍ର ମାଝୀ ୨୫ ହଜାର ୨୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଏଥିରେ ବିଜେଡିର ଚକ୍ରମଣି କହଁର ୬୯୧୦ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ।

୨୦୧୪ ଓ ୨୦୧୯ ନିର୍ବାଚନ ର ଗଣନା କୁ ଲକ୍ଷ୍ୟ କଲେ କଂଗ୍ରେସ ଦ୍ୱିତୀୟ ସ୍ଥାନ ଓ ବିଜେପି ତୃତୀୟ ସ୍ଥାନରେ ରହି ଆସିଛି l ଏଥି ମଧ୍ୟରେ ପ୍ରଥମେ ପାଣ୍ଡିଆନ ଓ ପରେ ମୋଦି ଆସି ପ୍ରଚାର କାର୍ଯ୍ୟ କରିଛନ୍ତିl କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କେହି ଷ୍ଟାର ପ୍ରଚାରକ ଆସି ନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ହାୱା ଯୁବ ପିଢିର ଭୋଟରଙ୍କୁ ଅଧିକ ଆକର୍ଷିତ କରୁଥିବାବେଳେ ଏହା ତାଙ୍କୁ ସଫଳ କରାଇବ ବୋଲି ଭାଜପା ଆଶାବାଦୀ ଅଛି । ସେହିପରି ନିଜର ଆମାୟିକ ବ୍ୟବହାର ଓ ଜଣେ ଦକ୍ଷ ବ୍ୟକ୍ତିତ୍ୱ ଭାବରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିବାରେ ସଫଳ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଲଢୁଆ ରଣନୀତି ସହିତ ଏଥର ନିର୍ବାଚନରେ ଫୋକସରେ ରହିଛନ୍ତି। ତାଙ୍କର ନିର୍ବାଚନ ପ୍ରଚାର ଶୈଳୀ ଅନ୍ୟ ଦଳ ଠାରୁ ଚର୍ଚ୍ଚାରେ ରହିଥିବାବେଳେ ନିର୍ବାଚନ ମଣ୍ଡଳୀରେ ଏଥର ନିର୍ବାଚନରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଲୋଚନା ହେଉଅଛି।

ବିଜେଡି ଓ ବିଜେପିି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ହାର ଉପରେ ନିଜର ଜୟ ପରାଜୟ ନେଇ ଆକଳନ କରୁଥିବାବେଳେ ପ୍ରଧାନ ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ବିଶ୍ୱାସ ତାଙ୍କୁ ବିଜୟି କରାଇବ ବୋଲି ଦୃଢ ବିଶ୍ୱାସ ନେଇ ଶ୍ରୀପ୍ରଧାନ ଏଥର ନିର୍ବାଚନ ମଇଦାନରେ ଉଭୟ ଦଳକୁ କଡା ଟକ୍କର ଦେଉଛନ୍ତି। ଏସବୁ ମଧ୍ୟରେ ବାଲିଗୁଡା ଲୋକ ଶାନ୍ତିପ୍ରିୟ। ବିକାଶ ସହିତ ଶାନ୍ତି ସଂସ୍କୃତି ସଂପର୍ଣ୍ଣ ଏହି ଅଞ୍ଚଳ ପରିଚୟ। ତେଣୁ ଭୋଟର ଜନାର୍ଦ୍ଦନ ନିଜ ଅଞ୍ଚଳର ବିକାଶ ପାଇଁ କାହାକୁ ନିଜର ନେତା ଭାବରେ ନିର୍ବାଚିତ କରିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri