କ୍ୟାମ୍ବ୍ରିଜ ଡିକ୍ସନାରିରେ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାରାସୋସିଆଲ’: ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୯ା୧୧:କ୍ୟାମ୍ବ୍ରିଜ ଡିକ୍ସନାରିରେ ୨୦୨୫ ବର୍ଷର ଓ୍ବାର୍ଡ ଅଫ୍‌ ଦି ଇୟର ଭାବେ ମାନ୍ୟତା ପାଇଛି ‘ପାରାସୋସିଆଲ’, ଯାହାର ଅର୍ଥ ହେଉଛି ସେଲିବ୍ରିଟିଙ୍କ ପ୍ରତି ଏକତରଫା ଆକର୍ଷଣ। ଯଦି ଜଣେ ବ୍ୟକ୍ତି ଏଭଳି କୌଣସି ସେଲିବ୍ରିଟି, କାଳ୍ପନିକ ଚରିତ୍ର କିମ୍ବା ସାଧାରଣ ଜୀବନରେ ଥିବା ବ୍ୟକ୍ତିଙ୍କ ସହ ଏକତରଫା ଓ ଭାବନାତ୍ମକ ସମ୍ପର୍କ ଅନୁଭବ କରନ୍ତି, ଯାହାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣି ନ ଥାନ୍ତି ତାକୁ ପାରାସୋସିଆଲ ରିଲେଶନ୍‌ କୁହାଯାଏ। ଟିଭି, ଫିଲ୍ମ, ପୋଡ୍‌କାଷ୍ଟ ଭଳି ମିଡିଆ କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସମ୍ପର୍କ ବିକଶିତ ହୋଇଥାଏ, ଯେଉଁଠି ଦର୍ଶକ ବା ସମ୍ପୃକ୍ତ ୟୁଜର ସହି ପରିଚିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଜାଣିଥିବା ମନେକରନ୍ତି। ଏହା ତାଙ୍କର ଏକ ମିଥ୍ୟା ଧାରଣା। ଆମେରିକୀୟ ଫୁଟ୍‌ବଲର୍‌ ଟ୍ରାଭିସ୍‌ କେଲ୍‌ସେ ଏବଂ କଣ୍ଠଶିଳ୍ପୀ ଟେଲର ସ୍ବିଫ୍ଟ ସେମାନଙ୍କ ନିର୍ବନ୍ଧ ଘୋଷଣା କରିବା ସମୟରେ ପ୍ରଶଂସକମାନେ ଦେଖାଇଥିବା ରୁଚି ଏହାର ଏକ ଉତ୍କୃଷ୍ଟ ଉଦାହରଣ। ୧୯୫୬ରେ ଆମେରିକୀୟ ସମାଜବିଜ୍ଞାନୀମାନେ ଟିଭି ଦର୍ଶକମାନେ ପରଦାରେ ଆସୁଥିବା ବ୍ୟକ୍ତିତ୍ୱଙ୍କ ସହ ପାରାସୋସିଆଲ ରିଲେଶନ୍‌ରେ ରହୁଥିବା ନେଇ ପ୍ରଥମ ଥର ଦେଖାଯାଇଥିଲା। ଶିକାଗୋ ୟୁନିଭର୍ସିଟିର ସୋସିଓଲୋଜିଷ୍ଟ ଡୋନାଲ୍ଡ ହୋର୍ଟନ୍‌ ଏବଂ ରିଚାର୍ଡ ଓ୍ବୋହଲ୍‌ ପ୍ରଥମେ ଏହି ଶବ୍ଦକୁ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ଏହାର ବହୁଳ ବ୍ୟବହାର ହେବାରେ ଲାଗିଲା। ୨୦୨୫ରେ କ୍ୟାମ୍ବ୍ରିଜ ଡିକ୍ସନାରିରେ ଡେଲୁଲୁ, ସ୍ଲୋପ୍‌, ସ୍କିବିଡି ଓ ଟ୍ରାଡ୍‌ଓ୍ବାଇଫ୍‌ ସମେତ ୬,୦୦୦ ନୂଆ ଶବ୍ଦକୁ ଯୋଡ଼ାଯାଇଛି। ତନ୍ମଧ୍ୟରୁ ପାରାସୋସିଆଲକୁ ଶ୍ରେଷ୍ଠ ବିବେଚନା କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri