ଦେଶ,ରାଜ୍ୟର ଉନ୍ନତି ଲାଗି ସଙ୍କଳ୍ପ ନେବାକୁ ଆହ୍ବାନ

ବାରିପଦା ଅଫିସ,୨୮।୧ ମୟୂରଭଞ୍ଜ ଜିଲା ବାରିପଦା ରିଜର୍ଭ ପୋଲିସ ପଡ଼ିଆଠାରେ ୭୩ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଛାତ୍ରୀଛାତ୍ର, ଯୁବପିଢ଼ି ଓ ଜନସାଧାରଣ ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ତାଙ୍କ ଉଦ୍‌ବୋଧନରେ ଆହ୍ବାନ ଦେଇଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧୀକ୍ଷକ କେ.ଆର୍‌. ଦ୍ୟାନଦେଓ ଉପସ୍ଥିତ ଥିଲେ। ରିଜର୍ଭ ଆର୍ମ ପୋଲିସ, ଏସ୍‌ପିଓ ଏବଂ ଗୃହରକ୍ଷୀ ବାହିନୀ ଦଳ ସମ୍ମିଳିତ ଅଭିବାଦନ ଜଣାଇଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ହେମନ୍ତ କୁମାର ସିଂ, ପିଡି ଡିିଆରଡ଼ିଏ ପି.ଅନ୍ବେଷା ରେଡ୍ଡି, ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ସଦର ଉପଜିଲାପାଳ ଅନ୍ୟା ଦାସ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ସେହିପରି ଜିଲାର
ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସନ୍ଧ୍ୟାରେ ଅନଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri