କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀ ଏହି ମହାମାରୀର ପ୍ରଶଂସା କରିଛନ୍ତି। କାରଣ କରୋନା ଅନେକ ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଅନେକ ଫିଲ୍ମ ଷ୍ଟାର୍‌ଙ୍କ ରୁଟିନ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ବଲିଉଡର ଭେଟେରାନ ତଥା ସୁନ୍ଦରୀ ଅଭିନେତ୍ରୀ କାଜଲ କୋଭିଡ୍‌-୧୯କୁ ପ୍ରଶଂସା କରିଛନ୍ତି। ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ସେ ଏହି ମହାମାରୀକୁ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଏହାକୁ ପୁରସ୍କାର ପ୍ରଦାନ କରିବାକୁ ଯୁକ୍ତି ମଧ୍ୟ ବାଢ଼ିଛନ୍ତି। ସୋସିଆଲ ମିଡିଆରେ କାଜଲ ଏପରି କହିଛନ୍ତି।

ସୋସିଆଲ ମିଡିଆରେ କାଜଲ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ ପ୍ରାୟତଃ ନିଜର କିଛି ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ସେ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ କରୋନାକୁ ପୁରସ୍କାର ଦେବାକୁ ଆବେଦନ କରିଛନ୍ତି। ସେ କରୋନା ମହାମାରୀକୁ ‘ଟିଚର ଅପ୍‌ ଦ ଇୟର’ ଅର୍ଥାତ୍‌ କରୋନା ହେଉଛି ଏହି ବର୍ଷର ଶିକ୍ଷକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଉଚ୍ଛେଦ ଯୋଗୁ ଜାତୀୟ ପୁରସ୍କାର ଜିତିବା ଖବର ଜାଣି ନ ଥିଲେ ୮ ବର୍ଷର ଶିଶୁ କଳାକାର

୬୬ତମ ଜାତୀୟ ଚଳଚ୍ଚିତୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା କରାଯାଇଛି। ଊର୍ଦ୍ଦୁ ଫିଲ୍ମ ‘ହମିଦ୍‌’ ପାଇଁ ୮ବର୍ଷୀୟ ତହ୍ଲା ଅରଶଦ ରେଶୀଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଶିଶୁ କଳାକାର...

୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍‌ ନ୍ୟୁଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ଏବେ...

୧ ହଜାର ପିପିଇ କିଟ୍‌ ଦାନ କଲେ ବିଦ୍ୟା

ମୁମ୍ବାଇ,୨୫।୪: କରୋନା ଭାଇରସକୁ ହରାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ବିଲିଉଡ ସେଲିବ୍ରିଟିମାନେ। ଏବେ...

ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର...

କରୋନାକୁ ହରାଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟା

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଶେଷରେ କରୋନାକୁ ହରାଇଛନ୍ତି। ହସ୍ପିଟାଲରେ ୧୦ ଦିନ ରହିବା ପରେ ଉଭୟ ସୁସ୍ଥ...

ସ୍ବାମୀ ରଣବୀର ଶୋରେଙ୍କଠାରୁ ଅଲଗା ହେବେ କୋଙ୍କଣା

ବମ୍ବେ: ଅଲଗା ହେବେ ବଲିଉଡ୍‌ର ଆଉ ଏକ ଯୋଡ଼ି। ସ୍ବାମୀ ରଣବୀର ଶୋରେଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା।...

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି।...


Coronavirus Update

Archives

Model This Week

Why Dharitri