ଆରପିଡିଏସି ବୈଠକ ଡାକ

ବଲାଙ୍ଗୀର ଅଫିସ, ୮ା୫: ଚଳିତବର୍ଷ ବହୁପ୍ରତୀକ୍ଷିତ ଲୋୟର ସୁୁକତେଲ ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଗଲାଣି। ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଏହି ପ୍ରକଳ୍ପ ଚଳିତବର୍ଷ ଶେଷ ହେବ ବୋଲି ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ପ୍ରକଳ୍ପର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖିଲେ ସ୍ଥିତି ଭିନ୍ନ ରହିଛି। ବିସ୍ଥାପିତ ହେବାକୁ ଥିବା ଅନେକ ଗାଁର ଲୋକଙ୍କ ବହୁ ସମସ୍ୟା ଏଯାଏ ସମାଧାନ ହୋଇନାହିଁ। ପ୍ରକଳ୍ପ ପ୍ରଭାବିତ ଗାଁକୁ ଗଲେ ଲୋକମାନେ ଅନେକ ଗୁରୁତର ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କଥା କହୁଛନ୍ତି। ଏଭଳି ସ୍ଥିତିରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ନାର୍ଯ୍ୟ ଅଧିକାର ଏବଂ ଉଚିତ୍‌ କ୍ଷତିପୂରଣ, ପୁନର୍ବାସ ସମ୍ପର୍କରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଏହିମର୍ମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳେଇଙ୍କୁ ଚିଠି ଲେଖି ଶୀଘ୍ର ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସ୍‌ସି) ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ଉକ୍ତ ବୈଠକରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ସମସ୍ୟାର ଆଲୋଚନା କରାଯାଇ ସମସ୍ୟାସମାଧାନ ଦିଗରେ ପଦକ୍ଷେପ ନିଆଯିବ।
ଗତ ୩ ତାରିଖ ବିଧାୟକ ନରସିଂହ ମିଶ୍ର ଗଡଶଙ୍କର ଡୁଙ୍ଗୁରିପାଲି ଏବଂ ପରଧିଆରପାଲି ଗ୍ରାମ ଗସ୍ତ କରି ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ପ୍ରକଳ୍ପ ଅକ୍ଷସ୍ଥଳରେ ଥିବା ଗାଁ ପରଧିଆପାଲିରେ ଆଜିବି କେତେଜ ପରିବାର ଗାଁ ଛାଡିନାହାନ୍ତି। ଗାଁରେ ଏପରି ଏକ ପରିବାର ଅଛନ୍ତି ଯେଉଁମାନେ ଏଯାଏ କୌଣସି କ୍ଷତିପୂରଣ ପାଇ ନାହାନ୍ତି। ସମ୍ପୂର୍ଣ୍ଣ ବିସ୍ଥାପିତ ଗାଁର ସ୍କୁଲ ପଢ଼ୁଥିବା ପିଲା କେଉଁ ସ୍କୁଲରେ ପଢିବେ, ସେହି ସ୍କୁଲର ଶିକ୍ଷକ କ୍ଷମତା କେତେ, ସ୍କୁଲ କୋଠା ସ୍ଥିତି କ’ଣ, ଅଙ୍ଗନଓ୍ବାଡି କେନ୍ଦ୍ରର ସ୍ଥିତି କ’ଣ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିସ୍ଥାପିତ ପରିବାରର ସ୍କୁଲ ପଢ଼ା ଛାତ୍ରୀଛାତ୍ରମାନଙ୍କ ଭବିଷ୍‌ୟତକୁ ନେଇ ପ୍ରଶ୍ନ ଉଠିଛି। ପଞ୍ଚାୟତ ଓ ଅଙ୍ଗନଓ୍ବାଡି ତରଫରୁ ଛୋଟ ଛୁଆ ଓ ମା’ ମାନଙ୍କ ପାଇଁ ଚାଲିଥିବା ପୃଷ୍ଟିକର ଖାଦ୍ୟ ଯୋଜନା ବ୍ୟାଘାତ ହେଉଛି। ତା ସହ ଥଇଥାନ ଓ ପୁନର୍ବାସ କଲୋନୀମାନଙ୍କରେ ମଧ୍ୟ ଥଇଥାନ ହୋଇଥିବା ଲୋକଙ୍କ ସମସ୍ତ ମୌଳିକ ଅଧିକାର ପ୍ରତି ଦୃଷ୍ଟି ଦିଆଯାଇପାରିନାହିଁ। ତେଣୁ ବଲାଙ୍ଗୀର ବିଧାୟକ ମିଶ୍ର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଦଳେଇଙ୍କୁ ଚିଠି ଲେଖି ଯେତେ ଶୀଘ୍ର ହେବ ଆରପିଡଏସି ବୈଠକ ଡାକିବା ପାଇଁ ଅନୁରୋଧ କରିଛନ୍ତି। ବିଧାୟକ ମିଶ୍ର ବୁଡି ଅଞ୍ଚଳର ଗଡଶଙ୍କର ଡୁଙ୍ଗୁରିପାଲି ଓ ପରଧିଆପାଲି ଗ୍ରାମ ପରିଦର୍ଶନ ସମୟରେ ପ୍ରକଳ୍ପର ବିସ୍ଥାପନ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଏଡିଏମ୍‌ ମହେନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଉପଜିଲାପାଳ କୁମାର ନାଗଭୂଷଣ ଉପସ୍ଥିତ ଥିଲେ। ପ୍ରକଳ୍ପରେ ବର୍ଷା ଋତୁରେ ପାଣି ଭରିଯିବା ଆଶଙ୍କାରେ ଲୋକେ ଆତଙ୍କିତ ଥିବାବେଳେ ଥଇଥାନ ଓ କ୍ଷତିପୂରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଏସବୁ ସମସ୍ୟାରେ ସମାଧାନ ପାଇଁ ବିଧାୟକ ମିଶ୍ର ଉତ୍ତରାଞ୍ଚ କମିଶନରଙ୍କୁ ଆରପିଏସି ବୈଠକ କରିବା ପାଇଁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri