Posted inଜାତୀୟ

କୃଷି ଆଇନକୁ ବିରୋଧ କରି ‘ଦିଲ୍ଲୀ ଚଲୋ’ ଡାକରା

ଚଣ୍ଡିଗଡ଼, ୨୫ା୧୧: କେନ୍ଦ୍ରର କୃଷି ବିଲ୍‌କୁ ବିରୋଧକରି ପଞ୍ଜାବ, ହରିୟାଣାର ସହସ୍ରାଧିକ କୃଷକ ‘ଦିଲ୍ଲୀ ଚଲୋ’ ଡାକରା ଦେବା ସହ ବିକ୍ଷୋଭ ଲାଗି ଆଗେଇ ଆସିଛନ୍ତି। ହରିୟାଣା ସୀମାରେ ଟ୍ରାକ୍ଟର, ଟ୍ରେଲର ସହ କୃଷକମାନେ ମେଳି ବାନ୍ଧିଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାଜପା ଶାସିତ ହରିୟାଣା ସରକାରଙ୍କ ପକ୍ଷରୁ ବିିଧାନସଭା ନିକଟରେ ବିକ୍ଷୋଭ ଆଶଙ୍କାରେ ୧୪୪ ଧାରା ଲଗାଯାଇଛି। ଏଥିସହ ଶତାଧିକ କୃଷକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଛି। ପଞ୍ଜାବରୁ ପ୍ରାୟ ୨ ଲକ୍ଷ କୃଷକ ଦିଲ୍ଲୀ ଅଭିମୁଖେ ବାହାରି ଥିବା ପୋଲିସ ସୂତ୍ରରୁ ପ୍ରକାଶ। ନଭେମ୍ବର ୨୬ରେ ଦିଲ୍ଲୀରେ ୪୭୦ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯିବାର କାର୍ଯ୍ୟକ୍ରମ ରହିଛି।
ଭାରତୀୟ କିଶାନ ସଂଘ ସଭାପତି ବଲ୍‌ବୀର ସିଂ ରାଜଓ୍ବୋଲ ଅଭିଯୋଗ କରିିଛନ୍ତି ଯେ, ହରିୟାଣା ସରକାର ଆନ୍ତଃରାଜ୍ୟ ସୀମାକୁ ସିଲ୍‌କରି ପଞ୍ଜାବ କୃଷକଙ୍କୁ ଦିଲ୍ଲୀ ଆସିବାକୁ ଦେଉନାହାନ୍ତି। ଆମେ ହିମାଚଳ, ଜମ୍ମୁ-କଶ୍ମୀରକୁ ଯାଉଥିବା ରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବାକୁ ଚାହୁଁ। କୃଷକଙ୍କୁ ଦିଲ୍ଲୀ ଛଡ଼ା ନ ଗଲେ ବିକ୍ଷୋଭ ଜୋର୍‌ଦାର କରାଯିବା ସହ ଦିଲ୍ଲୀର ସବୁ ରାସ୍ତା ବନ୍ଦ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେପଟେ ପୋଲିସ ପ୍ରଶାସନ ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ଲାଗି ଅନୁମତି ଦିଆଯିବ ନାହିଁ ବୋଲି କହୁଛି। ହରିୟାଣା ପୋଲିସ ମଧ୍ୟ ଏନେଇ ଆଡଭାଇଜରି ଜାରିକରିଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନକୁ ମାନୁଥିବା ବ୍ୟକ୍ତି ହିଁ ଅଧିକାରର ଦାବି କରିପାରିବେ, ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ, ୨୫।୫ : ମୌଳିକ ଅଧିକାର ନାମରେ, ଯେକୌଣସି ସୁରକ୍ଷା କବଚ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ଆଇନକୁ ଅନୁସରଣ କରନ୍ତି...

ବିଚାରପତି ସମ୍ରାଟ ନୁହନ୍ତି

ନୂଆଦିଲ୍ଲୀ, ୧୧।୭(ଆଇଏଏନ୍‌ଏସ୍‌): ସରକାରୀ ଅଧିକାରୀମାନଙ୍କୁ ଅଯଥା ବାରମ୍ବାର ଅଦାଲତକୁ ଡକାଯାଉଥିବାରୁ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତିମାନେ ସେମାନଙ୍କ କ୍ଷମତାର ସୀମା ଜାଣିବା ଆବଶ୍ୟକ।...

ଫେବୃୟାରୀ ୧୪କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାକୁ ଏଡବ୍ଲ୍ୟୁବିଆଇର ଅପିଲ୍‌

ନୂଆଦିଲ୍ଲୀ,୮।୨: ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ...

ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ବଢୁଛି ,ମୃତ୍ୟୁ ହାର କମୁଛି

ନୂଆଦିଲ୍ଲୀ, ୧୧।୮: ଭାରତରେ କରୋନା ମହାମାରୀ ସଙ୍କଟ ହାରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୦ ପ୍ରତିଶତ ପାଖାପାଖି ରହିଛି। ଏହା...

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

‘ଯେକୌଣସି ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଆମକୁ ଦିଅ’ ଲୋକସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୨୪।୯ : କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏହି ମର୍ମରେ ଲୋକସଭା...

‘ଅଢେଇ ବର୍ଷ ମୁଁ, ଅଢେଇ ବର୍ଷ ତୁମେ ହେବ ମୁଖ୍ୟମନ୍ତ୍ରୀ’

ପାଟନା,୧୭।୩: ବିହାରର ରାଜନୀତି ପୁଣି ଥରେ ରୋଚକ ମୋଡ଼ ନେଉଛି। ଏଥର ପ୍ରସଙ୍ଗ ଭାଜପା ଏବଂ ଜେଡିୟୁ ମଧ୍ୟରେ ନୁହେଁ, ବରଂ ବିକାଶଶୀଳ ଇନସାନ ପାର୍ଟି...

କରୋନା ରୋଗୀଙ୍କ ଉପରେ ହେବ ସେପ୍ସିସ୍‌ ଔଷଧର ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ସେପ୍ସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ଗୁରୁତର କୋଭିଡ୍‌-୧୯ ରୋଗୀଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ଲାଗି ନିଷ୍ପତ୍ତି ହୋଇଛି। ଦେଶର ତିନୋଟି...

Advertisement
Archives

Model This Week