Posted inଫୁରସତ

ମାଲିକଙ୍କ ମୃତ୍ୟୁ ପରେ ଶ୍ମଶାନରେ ପହଞ୍ଚି ଏଭଳି କାନ୍ଦିଲା ପାଳିତ ବାଛୁରୀ, ଭିଡିଓ ଦେଖିଲେ ହେବେ ଭାବବିହ୍ବଳ

ପଶୁପକ୍ଷୀମାନେ ସିନା କଥା କହିପାରନ୍ତିନି, ହେଲେ ମାଲିକ ପ୍ରତି ଥିବା ଭଲପାଇବାକୁ ନିଜ ହାବଭାବ ଯୋଗେ ଜାହିର କରିପାରନ୍ତି। ଅନେକ ସମୟରେ ଏଭଳି କିଛି ଭିଡିଓ ଭାବବିହ୍ବଳ କରିପକାଏ। ମଣିଷ ଏବଂ ପଶୁର ସମ୍ପର୍କକୁ ନେଇ ଏବେ ଏକ ଭିଡିଓ ବେଶ ଭାଇରାଲ ହେଉଛି। ଏଥିରେ ମାଲିକର ମୃତ୍ୟୁରେ ଦୁଃଖି ହୋଇ ବାଛୁରୀଟିଏ କିଭଳି ଶ୍ମଶାନ ଯାଇ ସେଠାରେ କାନ୍ଦୁଛି ତାହା ଦେଖିବାକୁ ମିଳୁଛି।

ଝାଡ଼ଖଣ୍ଡ ହଜାରିବାଗର ମାଲିକ ବେଶ ଶ୍ରଦ୍ଧାର ସହ ବାଛୁରୀଟିଏ ପାଳିଥିଲେ। ବେଶ ଆଉ କ’ଣ। ତାଙ୍କର ମୃତ୍ୟୁକୁ ସେ ବା କିପରି ସହି ପାରିଥାନ୍ତା। ମାଲିକଙ୍କୁ ଶେଷଥର ଲାଗି ଦେଖିବାକୁ ସେ କୋକେଇ ପଛେ ପଛେ ଯାଇ ଶ୍ମଶାନରେ ପହଞ୍ଚିଥିଲା। ସେଠାରେ ନିଜସ୍ବ ଶୈଳିରେ ବୋବାଇ କାନ୍ଦିବାରେ ଲାଗିଥିଲା। ଏହାଦେଖି ଗ୍ରାମବାସୀ ଭାବବିହ୍ବଳ ହୋଇଯାଇଥିଲେ। ପରେ ମାଲିକଙ୍କ ଅନ୍ତିମ ସଂସ୍କାର ତାଙ୍କଦ୍ୱାରା କରାଇଥିଲେ। ଟୁଇଟରରେ ଏହି ଘଟଣାର ଭିଡିଓ ଶେୟାର କରାଯିବା ପରେ ଅନେକେ ଭାବବିହ୍ବଳ ହେଉଛନ୍ତି।

ଆପଣ ମଧ୍ୟ ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ଦ୍ୱାରା ବିଶ୍ୱ ଶାନ୍ତି

ବିଶ୍ୱ ଶାନ୍ତି ସାମ୍ପ୍ରତିକ ସମୟରେ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଜ୍ଞାନର ବିକାଶ ସହିତ ବିଭିନ୍ନ ଦେଶ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ପୁଣି ଏଥିରେ...

କିସ୍‌ ଡେ’: ଚୁମ୍ବନ ସୂଚାଏ…

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…

ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି।...

ସ୍କୁଲ ବ୍ୟାଗ୍‌ରେ ଭୟଙ୍କର ସାପ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

କରୋନାକୁ ଭୟ ନ କରି କଲେ ବିବାହ: ବାଣ୍ଟିଲେ ସଚେତନତାର ବାର୍ତ୍ତା

ମୁମ୍ବାଇ,୧୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଥିବା ବେଳେ ବିଶ୍ୱ ଏକ ପ୍ରକାର ଅଚଳ ହୋଇଗଲାଣି କହିଲେ ଚଳେ। କରୋନାର...

ଶୀଘ୍ର ତରଳୁଛି ପାଣି ତଳେ ଥିବା ଗ୍ଲାସିୟର

ଗ୍ରୀନ୍‌ଲାଣ୍ଡ,ଆଲାସ୍କା ଓ ଆଣ୍ଟାର୍କଟିକାରେ ଭାସମାନ ବିରାଟକାୟ ଗ୍ଲାସିୟର ଏବେ ଦ୍ରୁ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଫଳରେ ସମୁଦ୍ର ପତ୍ତନ ବି ବୃଦ୍ଧି ପାଇବ...

ପ୍ରେମିକ ଯୁକ୍ତି ନ କରିବାରୁ ରାଗରେ ଗୁଳିମାରିଲେ ପ୍ରେମିକା!

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ଯୁକ୍ତିତର୍କ ଏକ ସାଧାରଣ କଥା। ପାଟିତୁଣ୍ଡ ହେଲେ ଭଲ ପାଇବା ଆହୁରି ବଢ଼ିଥାଏ ବୋଲି କୁହାଯାଏ। ତେବେ କିଛି ପ୍ରେମିକା-ପ୍ରେମିକ ଏହା ଦ୍ୱାରା...

କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି

ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା।...

Advertisement
Archives

Model This Week