Posted inଜାତୀୟ

ଚାଇନାକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍‌ ଲୋକାଲ’ ପାଇଁ ନିବେଦନ କରିଥିଲେ। ବିଶେଷ କରି ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ସ୍ଥାନୀୟ ଜିନିଷ କିଣିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ମୋଦିଙ୍କ ଏହି ନିବେଦନ ଉପରେ ଲୋକମାନେ ବିଦେଶୀ ସାମଗ୍ରୀକୁ ବହିଷ୍କାର କରିଛନ୍ତି। ବିଶେଷକରି ଏହି ଦୀପାବଳୀରେ ଚାଇନା ବ୍ୟବସାୟୀଙ୍କୁ ବଡ ଝଟ୍‌କା ଲାଗିଛି। ଫେଡେରେସନ ଅଫ ଟ୍ରେଡ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ) ଅନୁଯାୟୀ, ଏହି ଉତ୍ସବରେ ଚାଇନା ପ୍ରାୟ ୪୦ ହଜାର କୋଟି ଟଙ୍କା କ୍ଷତି ସହିଛି। ଏହି ଉତ୍ସବର ରୁତୁରେ ଲୋକମାନେ ଚାଇନାର ଉତ୍ପାଦକୁ ଅଣଦେଖା କରୁଥିବା ଦେଖାଯାଇଥିଲା। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କ୍ୟାଟ ନେତୃତ୍ୱରେ ସାରା ଦେଶରେ ବ୍ୟବସାୟୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର୍‌ ଲୋକାଲ’ ତଥା ଆତ୍ମନିର୍ଭରଶୀଳ ଭାରତ ଆହ୍ବାନକୁ ଦୃଢ ଭାବରେ କାର୍ଯ୍ୟକାରୀ କରିଛନ୍ତି। ଦୀପାବଳିରେ କ୍ରୟ ଏବଂ ବିକ୍ରୟ ସଂଖ୍ୟା ଉତ୍କୃଷ୍ଟ ଥିଲା। କିନ୍ତୁ ଲୋକମାନେ ଖୋଲାଖୋଲି ଭାବେ ଚାଇନାର ଉତ୍ପାଦକୁ ବିରୋଧ କରିଥିଲେ। ବାଣିଜ୍ୟ ସଙ୍ଗଠନ କ୍ୟାଟ ଜାତୀୟ ସଭାପତି ବିସି ଭାରତୀ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ସୂଚନା ଦେଇଛନ୍ତି ଯେ, ଦେଶର ୨୦ଟି ବିଭିନ୍ନ ସହରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଦିପାବଳୀରେ ସାରା ଦେଶରେ ପ୍ରାୟ ୭୨ ହଜାର କୋଟି କାରବାର ହୋଇଥିଲା। କିନ୍ତୁ ଚାଇନା ସିଧାସଳଖ ପ୍ରାୟ ୪୦ ହଜାର କୋଟି କ୍ଷତି ସହିଛି। କ୍ୟାଟ୍‌ ଅନୁଯାୟୀ ଖୁଚୁରା ବ୍ୟବସାୟର ବିଭିନ୍ନ ବିଭାଗରେ ଭଲ ବ୍ୟବସାୟ ଥିଲା। ଭାରତରେ ନିର୍ମିତ ଏଫଏମ୍‌ଜି ଉତ୍ପାଦ, ଉପଭୋକ୍ତା ସାମଗ୍ରୀ, ଖେଳନା, ବୈଦ୍ୟୁତିକ ଉପକରଣ ଏବଂ ଆନୁଷଙ୍ଗିକ ସାମଗ୍ରୀ, ରୋଷେଇ ସାମଗ୍ରୀ, ଉପହାର ସାମଗ୍ରୀ, ମିଠା, ସ୍ନାକ୍ସ, ଘର ସାମଗ୍ରୀ, ବାସନ, ସୁନା ଏବଂ ଅଳଙ୍କାର, ଜୋତା, ଘଣ୍ଟା, ଆସବାବପତ୍ର, ପୋଷାକ, ଘର ସାଜସଜ୍ଜା, ଦୀପାବଳି ପୂଜା ସାମଗ୍ରୀ, ମାଟି ଦୀପ ସମେତ ସାମଗ୍ରୀ ବିକ୍ରୟ ଭଲ ଥିଲା। ଏଥି ସହିତ, ଏହି ଉତ୍ସବରେ ଖଦିି ଦ୍ରବ୍ୟର ରେକର୍ଡ ବିକ୍ରି ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri