ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ ପଡିଛି। ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏମ୍‌ସିକୁ ନିର୍ଦ୍ଦେଶ ହୋଇଛି। ତେବେ ଏଯାଏ ଏହି ନିର୍ଦ୍ଦେଶ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସୂଚନା ମିଳିଛି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ(ସିଏଜି) ରିପୋର୍ଟ-୨୦୨୪ରେ ଏହା ଦର୍ଶାଯାଇଛି।

ସିଏଜି ରିପୋର୍ଟ ଅନୁଯାୟୀ, ୩୪୫.୧୮୯ ହେକ୍ଟର ଜଙ୍ଗଲ ଜମିରେ କେନ୍ଦୁଝର ଜିଲା ଖଣ୍ଡାବନ୍ଧ ଲୁହା ଖଣି ପାଇଁ ନଭେମ୍ବର ୧୯୬୩ରୁ ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ଓଏମ୍‌ସି ୩୦ ବର୍ଷିଆ ଖଣି ପଟ୍ଟା କରିଥିଲା। ପରବର୍ତ୍ତୀ ସମୟରେ ଓଏମ୍‌ସିର ଆବେଦନ ଉପରେ ଜୁନ୍‌ ୨୦୧୮ରେ ଖଣି ପଟ୍ଟାର ଅବଧି ନଭେମ୍ବର ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଓଏମ୍‌ସି ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଧାରା-୨(୨)ର ଉଲ୍ଲଂଘନ କରିଛି। ଅକ୍ଟୋବର ୧୯୯୫ରେ ଖଣ୍ଡାବନ୍ଧ ଖଣି ପାଇଁ ଜଙ୍ଗଲ କିସମ ପରିବର୍ତ୍ତନ କରିବାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲା। ଏହାର ବିଚାର ଚାଲିଥିବାବେଳେ ବନ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରି ବିନା ଅନୁମତିରେ ଓଏମ୍‌ସି ୧୫.୩୪୯ ହେକ୍ଟର ଜଙ୍ଗଲ ଜମିକୁ ଖଣି ଖନନ ପାଇଁ ବ୍ୟବହାର କରିସାରିଥିଲା। ଏଥିପାଇଁ ବନ ସଂରକ୍ଷଣ ବିଭାଗ ପକ୍ଷରୁ ୧୯୯୭ରେ ଓଏମ୍‌ସିକୁ ସ୍ପଷ୍ଟୀକରଣ ମଗାଯାଇଥିଲା। ଏହାସହ ଅସ୍ଥାୟୀ ଅନୁମତି ଅବଧିରେ କୌଣସି ନୂତନ ଜଙ୍ଗଲ ଅଞ୍ଚଳକୁ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଓଏମ୍‌ସି ଅତିରିକ୍ତ ୧୧୩.୭୪୬ ହେକ୍ଟର ଜଙ୍ଗଲ ଜମିରେ ଖଣି ଖନନ କରିଥିଲା। ଏହି କ୍ରମରେ ଜଙ୍ଗଲ ସଂରକ୍ଷଣ ନିୟମ ଅନୁସାରେ ଭାରତ ସରକାରଙ୍କ ବିନା ଅନୁମତିରେ ଅବ୍ୟବହୃତ ଓ ବ୍ୟବହୃତ ଜଙ୍ଗଲରେ ଖଣି ଖାଦାନକୁ ବନ୍ଦ କରିବା ପାଇଁ କେନ୍ଦୁଝର ବନଖଣ୍ଡ ଅଧିକାରୀ ୨୦୦୯ ଡିସେମ୍ବରରେ ନୋଟିସ ଜାରି କରିଥିଲେ। ଏହାପରେ ଜାନୁଆରୀ ୨୦୧୦ରୁ ଖଣି କାର୍ଯ୍ୟ ବନ୍ଦ ହୋଇଥିଲା। କିନ୍ତୁ ୩୪୫.୧୮୯ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ୨୦୧୯ ଜାନୁଆରୀରେ ଭାରତ ସରକାର ଇନ୍‌-ପ୍ରିନ୍ସିପାଲ(ପ୍ରଥମ ପର୍ଯ୍ୟାୟ) ଅନୁମୋଦନ କରିବା ବେଳେ ଜରିମାନା ସଂଗ୍ରହ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ୧୯୯୪ରୁ ୨୦୦୯ ମଧ୍ୟରେ ୧୨୯.୦୯୫ ହେକ୍ଟର ଜଙ୍ଗଲ ଜମିକୁ ବେଆଇନ ଭାବେ ଖଣି ଖନନ କରିଥିବାରୁ ଓଡ଼ିଶା ସରକାର ୪୭.୧୨ କୋଟି ଟଙ୍କାର ଜରିମାନା ଦାବି କରିଥିଲେ। ୨୦୧୯ ସେପ୍ଟେମ୍ବରରେ ଓଏମ୍‌ସି ତାହା ପୈଠ କରିଥିଲା। ଯଦିଓ ଓଏମ୍‌ସି ବେଆଇନ ଖଣି ଖନନ ବିଷୟରେ ଭଲ ଭାବେ ଅବଗତ ଥିଲା, ତଥାପି ଏଭଳି ପରିଣାମର ପୂର୍ବାନୁମାନ କରି ନ ଥିଲେ। ତେଣୁ ସିଏଜି ସମୀକ୍ଷାର ମତ ଅନୁସାରେ ଓଏମ୍‌ସିର ବେଆଇନ ଖନନ ଉଦ୍ଦେଶ୍ୟମୂଳକ ଥିଲା। ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଓଏମ୍‌ସି ଅନୁପାଳନ କରି ନ ଥିଲା। ଏଭଳି ଆଇନ ଉଲ୍ଲଂଘନ ପାଇଁ କୌଣସି ଅଧିକାରୀଙ୍କୁ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ କରାଯାଇନାହିଁ। ତେଣୁ ଭବିଷ୍ୟତରେ ବେଆଇନ ଖଣି ଖନନର ଏହିପରି ପୁନରାବୃତ୍ତି ଯେପରି ନ ହେବ,ସେଥିପାଇଁ ନିଶ୍ଚିତ କରିବାକୁ ଓଏମ୍‌ସିକୁ ସିଏଜି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଏହି ସମୟରେ କାମ କରୁଥିବା ସମସ୍ତ ଖଣି ପ୍ରବନ୍ଧକ ଏବଂ ଆଞ୍ଚଳିକ ପ୍ରବନ୍ଧକମାନେ ଚାକିରିରୁ ଅବସର ନେଇ ସାରିଛନ୍ତି। ତେଣୁ ସବିଶେଷ ଭାବେ ଅନୁସନ୍ଧାନ କରିବା ସହିତ ଏହି ଘଟଣାର ପୁନର୍ବିଚାର କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?