Posted inଜାତୀୟ

ସିଦ୍ଦାରାମାୟା କ୍ୟାବିନେଟର ବଡ ନିଷ୍ପତ୍ତି

ବେଙ୍ଗାଲୁରୁ,୧୫।୬: କର୍ନାଟକର ସିଦ୍ଦାରାମାୟା ସରକାର ଗୁରୁବାର କିଛି ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ମନ୍ତ୍ରିମଣ୍ଡଳ ବୈଠକରେ ଭାଜପା ଶାସନ କାଳରେ ଆସିଥିବା ଧର୍ମାତରଣ ରଦ୍ଦ ଆଇନ(ଆଣ୍ଟି କନଭରସେଶନ ଲ)କୁ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ଏହାସହ କେବି ହେଡଗୋଓ୍ବାର ସହ ଜଡିତ ଚାପ୍ଟର କର୍ନାଟକ ପାଠ୍ୟକ୍ରମରୁ ବାହାର କରିବାର ନିଷ୍ପତ୍ତି ଉପରେ ମୋହର ଲାଗିଛି।
କର୍ନାଟକର ଶିକ୍ଷାମନ୍ତ୍ରୀ ମଧୁ ବାଙ୍ଗରପ୍ପା କହିଛନ୍ତି କି କର୍ନାଟକ କ୍ୟାବିନେଟ, ସ୍କୁଲ ପାଠଁ ପୁସ୍ତକରୁ ଆରଏସଏସ ସଂସ୍ଥାପକ କେବି ହେଡଗୋଓ୍ବାର ଓ ଅନ୍ୟସହ ଜଡିତ ଅଧ୍ୟାୟକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ (ସରକାର) ଯାହାବି ପରିବର୍ତ୍ତନ କରିଥିଲେ, ଆମେ ତାକୁ ବଦଳାଇ ଦେଇଛୁ।
କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଏଚ.କେ ପାଟିଲ କହିଛନ୍ତି ଯେ ପୂର୍ବ ଭାଜପା ସରକାର ଆଣିଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ରଦ୍ଦ କରିବାକୁ କର୍ନାଟକ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରାର୍ଥନା ସହିତ ସମ୍ବିଧାନର ପ୍ରିମ୍ବଲ ପିଢିବା ବାଧ୍ୟତାମୂଳକ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।
ସେ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକ କ୍ୟାବିନେଟ ମଧ୍ୟ ପୁରୁଣା ଆଇନକୁ ଫେରାଇ ଆଣିବା ପାଇଁ ରାଜ୍ୟରେ ଏପିଏମ୍ସି ଆକ୍ଟରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର କ୍ୟାବିନେଟ ବୈଠକରେ ପାଠ୍ୟପୁସ୍ତକର ସଂଶୋଧନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ପ୍ଲାଟ୍‌ଫର୍ମରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ସକ୍ରିୟ, ବିନିଯୋଗ କରୁଛନ୍ତି ୫୦%ରୁ ଅଧିକ ସମୟ

ନୂଆଦିଲ୍ଲୀ,୧୯।୫(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ଡିଜିଟାଲ ବିପ୍ଳବର ମଙ୍ଗ ଏବେ ମହିଳାମାନଙ୍କ ହାତରେ। ବିଶେଷକରି ମନୋରଞ୍ଜନ, ମେସେଜିଂ, ଇ-କମର୍ସ ଏବଂ କ୍ୱିକ୍‌ କମର୍ସ ଭଳି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ…

ପେଟ୍ରୋଲ-ଡିଜେଲ ଦର ପୁଣି ବୃଦ୍ଧି, ପାଞ୍ଚ ଦିନରେ ଦ୍ବିତୀୟ ଥର ପାଇଁ ବଢ଼ିଲା

ନୂଆଦିଲ୍ଲୀ,୧୯।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିଛି । ଏହା ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି…

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri