ବାଇପାସ୍‌ ରାସ୍ତା କାମ: ପୋତିହେଉଛି କେନାଲ

କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ବାଇପାସ୍‌ ରାସ୍ତା ତିଆରି କାମ ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ କେନାଲ ପୋତି ହେବାରେ ଲାଗିଛି। ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଛି। ନୂତନ ବାଇପାସ୍‌ ରାସ୍ତା ତିଆରି ନଁାରେ ପଙ୍କ ମାଟି ବ୍ୟବହାର କରାଯିବାରୁ ଏହା ଖସି କେନାଲ ପୋତି ହୋଇଚାଲିଛି। କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଛନ୍ତି। କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଛି, ତାହାକୁ ପୋତି ପାର୍ଶ୍ୱରେ ରାସ୍ତା କରାଯାଉଛି। ଫଳରେ ଧୀରେଧୀରେ କେନାଲ ସଙ୍କୁଚିତ ହେବା ସହ ପୋତି ହୋଇଯିବାରେ ଲାଗିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଞ୍ଚଳର ଶତାଧିକ ଚାଷୀଙ୍କ ପରିବାରଙ୍କ ପେଟକୁ ପୂର୍ତ୍ତ ବିଭାଗ ନାତ ମାରୁଛି ବୋଲି ଅଭିଯୋଗ ଆଣିଛି ଅଞ୍ଚଳର ଶତାଧିକ ଚାଷୀ, କୃଷକ ନେତା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ବ୍ରିଟିଶ ଅମଳରୁ ଖୋଳା ଯାଇଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲ ତା’ର ପରିଚୟ ଖୋଜୁଛି। ଦିନଥିଲା ଏହି କେନାଲ ନୌବାଣିଜ୍ୟର ସ୍ବତନ୍ତ୍ର ପରିଚୟ ରଖିଥିଲା। ଆମଦାନୀଠାରୁ ରପ୍ତାନି ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା। ଏହି କେନାଲ ଓ ତା’ର ଶାଖା ଅଞ୍ଚଳରେ ଥିବା ଜମି ଶସ୍ୟଶ୍ୟାମଳା ହୋଇଉଠୁଥିଲା। ଏହି ଦୁଇ କେନାଲ ଉନ୍ନତୀକରଣ ନାମରେ ୨୦୧୬ରେ କଡ଼କୁ ପୋତା ଯାଇ ଏହାର ଓସାରକୁ କମାଇ ଦିଆଯାଇଥିଲା। କାରଣ ହେଲା ଚାଷ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ହୋଇପାରିବ। ମାତ୍ର ଓସାରକୁ କମାଇ ଦିଆଯିବାରୁ କେନାଲ ପାଣି ଚାଷ କ୍ଷେତକୁ ଠିକ୍‌ ଢଙ୍ଗରେ ପ୍ରବେଶ କରୁନାହିଁ। ଏବେ ନୂତନ ବାଇପାସ ରାସ୍ତା ନିର୍ମାଣ କରୁଥିବା ଠିକାଦାର ପଙ୍କ ମାଟି ପକାଇ ବର୍ଷା ଦିନରେ ରାସ୍ତା କାମ କରୁଛନ୍ତି। ବର୍ଷା ହେଲେ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇ ଜଳ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି କରୁଛି। ଫଳରେ ଚାଷ ଜମି ପଡିଆ ପଡିବା ଆଶଙ୍କା ପ୍ରକାଶ ପାଉଛି। କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକର ୨୧ ପଞ୍ଚାୟତ ଚାଷୀଙ୍କର ଏକମାତ୍ର ଭରସା ହେଉଛି ଗୋବରୀ ସମ୍ପ୍ରସାରିତ କେନାଲ। ଏହି କେନାଲ ପାଣିରେ ଧାନ, ମୁଗ, ବିରି, ପନିପରିବା ଚାଷ ସମୟରେ ସହାୟକ ହୋଇଥାଏ। ମାତ୍ର ଚଳିତବର୍ଷ କେନାଲ ପାଣି କ୍ଷେତକୁ ପହଞ୍ଚତ୍ ପାରୁନାହଁ। ଶୁଣିବାକୁ ମିଳୁଛିି ପଟ୍ଟାମୁଣ୍ଡାଇ ପୋଲ ପାଖରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମ ଚାଲିଛି। କେନାଲର ଦକ୍ଷିଣ ପାର୍ଶ୍ୱ ବନ୍ଧର ବାମ ପାର୍ଶ୍ୱକୁ ଠିକାଦାର ରାସ୍ତା କାମରେ ମାଟି ପକାଇବା ଦ୍ୱାରା ବର୍ଷାଦିନେ ଦୋହରା ଖସି ଇଚ୍ଛାପୁର-କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ଶଯ୍ୟା ପୋତି ହୋଇଯାଇଛି। ଫଳରେ ଗୋବରୀ ସମ୍ପ୍ରସାରିତ କେନାଲକୁ ଆବଶ୍ୟକ ଜଳ ପ୍ରବେଶ କରୁନାହଁି। ଏଥିରେ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି। ତେବେ ଏ ନେଇ ଜଳସମ୍ପଦ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ କେନାଲରେ ଜଳ ପରିଚାଳନା ଠିକ୍‌ ଭାବେ ହେଉନାହିଁ। ଫଳରେ ଚାଷୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଖରିଫ ଧାନଚାଷ ପ୍ରଭାବିତ ହୋଇ ଧାନ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଦେଖାଦେଇଛି। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା କେନାଲ ଉପରେ କଖାରୁଣୀ, ଖଡିଅଣ୍ଟା, ବଡ଼ପଡ଼ା, ଅରଡ଼ପଲ୍ଲୀ, ସାନଜରିଆ, ଗଙ୍ଗାରାମପୁର, ଗୁଣୁପୁର, ମହନପୁର, ଦୁହୁଡ଼ିପୁର, ଦୋସିଆ, ଶ୍ୟାମସୁନ୍ଦରପୁର, ବିଲିକଣା,ଔପଦା, ଚନ୍ଦନନଗର, ଶାସନ, ସଂସାରଫଳ ପଞ୍ଚାୟତ ସମେତ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମାଟିଆ, ଅରଡ଼ା, ଚାହାପଡ଼ା, ଛାଉଣୀ, ପୋଖରିଆପଡ଼ା ଓ ଇଚ୍ଛାପୁରର ଚାଷଜମିକୁ ଏହି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି ମହାକାଳପଡ଼ା ଅଞ୍ଚଳର ବିଜୟନଗର, ଦେଉଳିପଡ଼ା, ବଳିପାଳ ପ୍ରଭୃତି ପଞ୍ଚାୟତ ଚାଷ ଜମିକୁ ଏହି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ଜଳସେଚନର ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଖରିଫ ଧାନଚାଷ ସମୟରେ ଏହି କେନାଲ ପାଣି ମାଇନର, ପାଟ କେନାଲ ଦେଇ ଏସବୁ ଅଞ୍ଚଳକୁ ଜଳସେଚନ ହୋଇଥାଏ। ସେହିପରି ଅଧିକ ବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜିଲେ ଉଦ୍‌ବୃତ୍ତ ବର୍ଷାପାଣି ଉକ୍ତ କେନାଲ ମଧ୍ୟ ଦେଇ ନିଷ୍କାସନ ହୋଇଥାଏ। ମାତ୍ର ଏବେ ଶାଖା କେନାଲଗୁଡ଼ିକ ଖରାଦିନ ଭଳି ଶୁଖିଲା ପଡ଼ିଛି। ଚାଷୀ ସୁରେନ୍ଦ୍ର ପରିଡା କହିଛନ୍ତି, ପ୍ରତ୍ୟେକ ବର୍ଷ ପଟ୍ଟାମୁଣ୍ଡାଇ କେନାଲ ପାଣି ଚାଷଜମି ପାଇଁ ଯୋଗାଇ ଦିଆଯାଇଥାଏ। ୩ ଏକର ଜମିରେ ଧାନ ରୁଆ କାର୍ଯ୍ୟ ଶେଷ ହୋଇଛି। ମାତ୍ର ଚଳିତବର୍ଷ ଅଗଷ୍ଟରେ କେନାଲ ପାଣି କ୍ଷେତରେ ପହଞ୍ଚତ୍ ପାରୁ ନ ଥିବାରୁ ଧାନ ଚାଷ ମରି ନଷ୍ଟ ହୋଇଛି। ସ୍ବଳ୍ପ ବର୍ଷା ଯୋଗୁ ଚାଷୀ ଚାଷ କାମରେ ଆଗେଇ ପାରୁନାହିଁ। ଚାଷୀମାନେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏ ସମ୍ପର୍କରେ ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଉପର ମୁଣ୍ଡରୁ ପାଣି କମ୍‌ ଆସୁଛି, ସେଥିପାଇଁ ପାଣି ଜମିରେ ପହଞ୍ଚତ୍ ପାରୁନାହଁି। ମାଟି ପଡ଼ି ଶଯ୍ୟା ପୋତି ହେବା ଘଟଣା ସତ୍ୟ। ମାତ୍ର ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ମାତ୍ର ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାମ ହେଉଛି। ଏ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବା ପରେ କେନାଲ ବାମପାର୍ଶ୍ୱରେ ୬ରୁ ୮ ଫୁଟ ମାଟି ପଡୁଥିବା ଦେଖିବାକୁ ମିଳିଛି। ଯାହା କେନାଲ ପ୍ରତି ବିପଦ ବୋଲି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?