Posted inଜାତୀୟ

ଟୁଇଟ୍‌ କରି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ, ୪।୮: ଦକ୍ଷିଣ-ପଶ୍ଚିମ ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଏରିଆରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସ, ଆମ୍‌ ଆଦମୀ ପାର୍ଟି (ଏଏପି) ସମେତ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛନ୍ତି। ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ତେବେ ରାହୁଲଙ୍କ ଏକ ଟୁଇଟ୍‌ ତାଙ୍କୁ ଅଡ଼ୁଆରେ ପକାଇଛି। ଉକ୍ତ ଟୁଇଟ୍‌ରେ ସେ ପୀଡ଼ିତାଙ୍କ ମା’ବାପାଙ୍କ ଫଟୋକୁ ସଂଲଗ୍ନ କରିଥିଲେ, ଯାହାକୁ ନେଇ ଭାଜପା ତାଙ୍କୁ ପାଲଟା ଆକ୍ରମଣ କରିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ ଏହାକୁ ପୋକ୍‌ସୋ ଏବଂ କିଶୋର ନ୍ୟାୟ ଆଇନର ଉଲ୍ଲଂଘନ ଦର୍ଶାଇ ଉକ୍ତ ବିବାଦୀୟ ଟୁଇଟ୍‌କୁ ଡିଲିଟ୍‌ କରିବା ପାଇଁ ଟୁଇଟର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ରାହୁଲଙ୍କ ଟୁଇଟ୍‌ରୁ ମୃତାଙ୍କ ପରିଚୟ ଜଣାପଡ଼ୁଛି।
ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ପୀଡ଼ିତାଙ୍କ ମା’ବାପାଙ୍କୁ ଭେଟିବା ସହ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଆମ ଝିଅ ଆଉ ଫେରି ଆସିବନି। ତାଙ୍କ ପରିବାର ପ୍ରତି କରାଯାଇଥିବା ଅନ୍ୟାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି କ୍ଷତି ପୂରଣ ହୋଇ ପାରିବ ନାହିଁ। ୯ ବର୍ଷୀୟା ଦଳିତ ଝିଅଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରାଯିବ ବୋଲି ଏଏପି ଆବହକ ଗଣମାଧ୍ୟମକୁ କହିଛନ୍ତି। କଂଗ୍ରେସ ଏହି ମାମଲାର ଶୁଣାଣି ଫାଷ୍ଟ୍‌ ଟ୍ରାକ୍‌ କୋର୍ଟରେ ହେଉ ବୋଲି ଦାବି କରୁଥିବାବେଳେ ରାହୁଲଙ୍କୁ ଭାଜପା ମୁଖପାତ୍ର ସମ୍ବିତ ପାତ୍ର ଟାର୍ଗେଟ କରିଛନ୍ତି। ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼ ଭଳି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଦଳିତ ଝିଅଙ୍କ ପ୍ରତି ଘଟୁଥିବା ବର୍ବରତାକୁ ନେଇ ରାହୁଲ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ବାଳିକା ଜଣକ ଶ୍ମଶାନର ଓ୍ବାଟର କୁଲରକୁ ପାଣି ଆଣିବାକୁ ଯାଇଥିବାବେଳେ ପୂଜକ ରାଧେଶ୍ୟାମଙ୍କ ସମେତ ୪ଜଣ ତାଙ୍କୁ ବଳାତ୍କାର ପରେ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଚାର୍ଜଶିଟ୍‌ରେ ଚାଷୀଙ୍କୁ ଅଭିଯୁକ୍ତ କଲା ଏସ୍‌ଆଇଟି

ନୂଆଦିଲ୍ଲୀ,୨୨।୧: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ପୂର୍ବରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ...

ଏଲ୍‌ଓସିରେ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁ: ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା କମିବାର ନା ଧରୁନି। ପାକିସ୍ତାନ ପକ୍ଷରୁ ଏଠାରେ ଜାଣିଶୁଣି ଅନୁପ୍ରବେଶ ଉଦ୍ୟମ କରାଯାଉଛି। ରବିବାର ସକାଳେ...

ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି

ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ...

ଏନ୍‌ଡିଏ କି ୟୁପିଏକୁ ମିଳିବନି ସଂଖ୍ୟାଗରିଷ୍ଠତା :ଦେବେଗୌଡ଼ାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଏଥର କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କିମ୍ବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ। ଟିଏମ୍‌ସି ନେତ୍ରୀ ମମତା...

ପୂର୍ବତନ ଆଇପିଏସ୍‌ଙ୍କ ଘରେ ଆଇଟି ରେଡ୍‌: ବେସମେଣ୍ଟରେ ୬୫୦ ଲକର

ନଏଡା,୧ ।୨: ସାଧାରଣ ଲୋକଙ୍କର ବଜେଟ ଯଦିଓ ବିଗିଡି ଯାଇଛି, ହେଲେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କର ବଜେଟ ସଦାବାହାର ହୋଇ ରହିଛି ।...

ଅଲଗା ସମୟରେ ହେବ ଲୋକ ସଭା, ରାଜ୍ୟ ସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୧: ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକ ସଭା ଓ ରାଜ୍ୟ ସଭା ଅଲଗା...

ପୋଲିସ ଆଖି ଆଗରେ ନିଆଁରେ ୩ ଘଣ୍ଟା ଜଳିଲେ ଯୁବତୀ: ମହିଳା ଅଧିକାରୀ ଆସି ନ ଥିବାରୁ ହୋଇ ପାରିଲାନି ଉଦ୍ଧାର କାର୍ଯ୍ୟ

ଭୋପାଳ,୫।୧୦: ମଧ୍ୟପ୍ରଦେଶ ମନ୍ଦସୌର ଜିଲାରୋ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ କୌଣସି କାରଣରୁ ଦେହରେ କିରାସିନି ଢ଼ାଳି...

ଭାଜପାକୁ ଝଟକା: ବିହାରରେ ଲାଗୁ ହେବ ନାହିଁ ଏନ୍‌ଆର୍‌ସି

ପାଟନା,୧୩।୧: ଭାଜପାର ବିହାର ସହଯୋଗୀ ଜେଡିୟୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିହାରରେ ଲାଗୁ ହେବାକୁ ମନା କରିଦେଇଛି। ଫଳରେ ଭାଜପାକୁ ଝଟକା ଲାଗିଛି। ସୋମବାର...

Advertisement
Archives

Model This Week