Posted inଜାତୀୟ

ମାର୍ଚ୍ଚ ସୁଦ୍ଧା ୧୩ ବିମାନ ବନ୍ଦର ଘରୋଇକରଣ

ନୂଆଦିଲ୍ଲୀ,୨୭ ।୧୦: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଦେଶର ୧୩ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବିମାନ ବନ୍ଦରଗୁଡ଼ିକ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏଏଆଇ ଅଧ୍ୟକ୍ଷ ସଞ୍ଜୀବ କୁମାର ସୋମବାର କହିଛନ୍ତି, ୧୩ ବିମାନ ବନ୍ଦରର ତାଲିକା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡ୍‌ରେ ଏଗୁଡିକୁ ପରିଚାଳନା କରିବାକୁ ପ୍ରସ୍ତାବ ରଖାଯାଇଛି। ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏ ସଂକ୍ରାନ୍ତ ବିଭିନ୍ନ ପ୍ରକ୍ରିୟା ଶେଷ କରିବା ନେଇ ଯୋଜନା ରଖାଯାଇଥିବା କୁମାର ସ୍ପଷ୍ଟ କରିଛନ୍ତି।
ପାସେଞ୍ଜର ପିଛା ରାଜସ୍ବ ମଡେଲରେ ଏହି ବିମାନବନ୍ଦରଗୁଡିକୁ ନିଲାମ କରାଯିବ। ପୂର୍ବରୁ ଗ୍ରେଟର ନୋଏଡାର ଜଓ୍ବୋର ଏୟାରପୋର୍ଟ ଏହିଭଳି ଭାବେ ନିଲାମ କରାଯାଇଛି। କୋଭିଡ୍‌ ସତ୍ତ୍ୱେ ମଧ୍ୟ ନିଲାମ ପ୍ରକ୍ରିୟା ସଫଳ ହୋଇଛି। ବର୍ତ୍ତମାନ କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବା ବେଳେ ପ୍ରସ୍ତାବିତ ବିମାନବନ୍ଦରଗୁଡିକୁ ମଧ୍ୟ ସଫଳ ଭାବେ ନିଲାମ କରିବାକୁ ଯୋଜନା ରଖାଯାଇଛି। ୫୦ ବର୍ଷ ଅବଧି ଲାଗି ଏହି ବିମାନବନ୍ଦରଗୁଡିକୁ ଘରୋଇ ହାତକୁ ସରକାର ଟେକିଦେବେ। ୭ କ୍ଷୁଦ୍ର ବିମାନ ବନ୍ଦର ସହ ୬ ପ୍ରମୁଖ ବିମାନ ବନ୍ଦରକୁ ଏହି ତାଲିକାରେ ସାମିଲ କରାଯାଇଛି। ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ବାରାଣସୀ, କୁସିନଗର, ଗୟା, ଅମ୍ରିତସର, କଙ୍ଗ୍ରା, ଭୁବନେଶ୍ୱର, ତିରୁପତି, ରାୟପୁର, ଔରଙ୍ଗାବାଦ,ଇନ୍ଦୋର, ଜବଲପୁର, ତ୍ରିଚି ଏବଂ ହୁବୁଲି ରହିଛି।
ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ (ଏନ୍‌ଏମ୍‌ପି) ଅଧୀନରେ ସରକାର ଆସନ୍ତା ୪ ବର୍ଷରେ ୨୫ ବିମାନ ବନ୍ଦରକୁ ଘରୋଇକରଣ ଯୋଜନା ରଖିଛନ୍ତି। ଏହା ମଧ୍ୟରେ ବର୍ତ୍ତମାନର ପ୍ରସ୍ତାବିତ ୧୩ ବିମାନ ବନ୍ଦର ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଘରୋଇକରଣ ପ୍ରକ୍ରିୟାରେ ୨୦୧୯ରେ ୬ ବିମାନବନ୍ଦର ଆଦାନୀ ଗ୍ରୁପ୍‌କୁ ଦିଆଯାଇଛି। ୨୦୦୫-୦୬ରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ବିମାନବନ୍ଦରକୁ ଘରୋଇକରଣ କରାଯାଇଥିଲା। ଉଦାରୀକରଣ ଦ୍ୱାରା ବିମାନବନ୍ଦରଗୁଡିକୁ ଲାଭବାନ କରାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଅନ୍ୟ ବିମାନ ବନ୍ଦର ଉନ୍ନତୀକରଣ ଦ୍ୱାରା ଘରୋଇକ୍ଷେତ୍ର ଲାଗି ସୁଯୋଗ ସୃଷ୍ଟି କରାଯିବ। କୋଭିଡ୍‌ ଯୋଗୁ ଏଏଆଇର କାରବାର ପ୍ରଭାବିତ ହୋଇଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଏହା ୧,୯୬୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ପୁଞ୍ଜି ଭାବେ ଏହାର ଏସ୍‌ବିଆଇଠାରୁ ୧,୫୦୦ କୋଟି ଟଙ୍କା ଋଣ ଉଠାଇଛି। କୋଭିଡ୍‌ ସ୍ଥିତି ସୁଧୁରିବା ଯୋଗୁ ଏବେ ବିମାନ ଯାତ୍ରୀ ଟ୍ରାଫିକ ବଢ଼ିଛି। ଫଳରେ ଚଳିତ ବର୍ଷ ଏହା ଋଣ କରିନାହିଁ। ଅସୁବିଧା ସତ୍ତ୍ୱେ ଏଏଆଇ ୨,୧୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ କରିଛି। ଏହା ମଧ୍ୟରେ ୧ ହଜାର କୋଟି ଟଙ୍କା ଋଣ ଉଠାଣ ଦ୍ୱାରା କାର୍ଯ୍ୟ ସମ୍ପାଦନ ହୋଇଛି। ପୁଞ୍ଜି ଖର୍ଚ୍ଚ ଜାରି ରହିବ। ଆବଶ୍ୟକ ପଡିଲେ ଆଗାମୀ ଦିନରେ ମଧ୍ୟ ଋଣ ଉଠାଣ ନେଇ ବିଚାର କରାଯିବ ବୋଲି କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri