Posted inରାଜ୍ୟ

ଉପନିର୍ବାଚନ: କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କୋଭିଡ୍‌ ମହାମାରୀ ମଧ୍ୟରେ ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ ଯବାନଙ୍କର କୋଭିଡ୍‌ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଭାରତର ନିର୍ବାଚନ କମିଶନର ଶୁକ୍ରବାର ଘୋଷଣା କରିଛନ୍ତି। ଏହାଛଡା ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଭାରତ ଇଲେକ୍ଟ୍ରୋନିକ ଓ ଇସିଆଇଏଲର ଇଞ୍ଜିନିୟରମାନେ କୋଭିଡ୍‌ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦିଆଯିବ। ଏହାଛଡ଼ା ଉପରୋକ୍ତ କର୍ମଚାରୀମାନେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥାଇ ଯଦି ହିଂସାତ୍ମକ ଗଣ୍ଡଗୋଳ, ଉଗ୍ରପନ୍ଥୀ ଦ୍ୱାରା ଆକ୍ରମଣ, ବୋମା ବିସ୍ଫୋରଣ ଓ ଲ୍ୟାଣ୍ଡ ମାଇନ ଦ୍ୱାରା ମୃତ୍ୟୁମୁଖରେ ପଡିଲେ ମୃତକଙ୍କ ପରିବାରକୁ ମଧ୍ୟ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମିଳିବ ବୋଲି ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ଘୋଷଣା ନାମାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ଅବହେଳିତ

ଚଣ୍ଡିଖୋଲ,୧୫ା୮(ଡି.ଏନ.ଏ.): ସାରାଦେଶ ଏବେ ପାଳୁଛି ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ। ଏଥିପାଇଁ ୩ ଦିନ ଧରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ...

ପୁଣି ରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୯।୯ (ବ୍ୟୁରୋ):ପୁଣି ରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ପ୍ରସ୍ତାବିତ ତ୍ରୁଟିପୂର୍ଣ୍ଣ ଗ୍ରେଡ୍‌ ପେ’...

ଥାନାରେ ଫିନାଇଲ୍‌ ପିଇ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଦିଗପହଣ୍ଡି/ପାଟପୁର,୧୨।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାରେ ତଦନ୍ତ ପାଇଁ ଅଟକ ଥିବା ଜଣେ ଯୁବକ ଶୌଚାଳୟକରେ...

ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ

କଟକ ଅଫିସ,୨୯।୩: ସାରା ବିଶ୍ୱରେ ଏବେ କରୋନା ଆତଙ୍କ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଦେଶକୁ ୨୧...

ବିହାର ପ୍ରଭାରୀ ହେଲେ ଭକ୍ତ ଦାସ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ ବିହାର ଏଆଇସିସି...

କରୋନାରେ ନାଟ୍ୟକାର ବଟରାଜ ଦେବ ଗୋସ୍ବାମୀ ଓ ସ୍ତ୍ରୀଙ୍କ ଦେହାନ୍ତ

ପୁରୀ ଅଫିସ, ୧୮ା୪: ସୁପରିଚିତ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ସହଧର୍ମିଣୀ ରାଧାମଣି ଗୋସ୍ବାମୀଙ୍କର ଶନିବାର କରୋନାରେ ଜୀବନ...

ପାହାଡ଼ ଭିତରେ ପ୍ରାଚୀନ ଗୁମ୍ପା ଠାବ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଓଡ଼ିଶାରେ ଏବେ ବି ବହୁ ଐତିହାସିକ କୀର୍ତ୍ତିରାଜ ଲୁକ୍କାୟିତ ହୋଇ ରହିଛି। ସେଗୁଡ଼ିକୁ ଖୋଜିବା ସହ ଲୋକଲୋଚନ ତଥା ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ...

‘ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ଗୌଣ କରିବା କ୍ଷୋଭର ବିଷୟ’

ଭୁବନେଶ୍ୱର,୭।୧(ବ୍ୟୁରୋ):ପଞ୍ଚାୟତ ବ୍ୟବସ୍ଥା ହେଉଛି ଦେଶର ବିକାଶ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ। ପଞ୍ଚାୟତ ବ୍ୟବସ୍ଥା ସୁଦୃଢ଼ ନ ହେଲେ କ୍ଷମତାର ବିକେନ୍ଦ୍ରୀକରଣ ସମ୍ଭବନୁହେଁ। କ୍ଷମତା ବିକେନ୍ଦ୍ରିତ ନ ହେଲେ...

Advertisement
Archives

Model This Week