Posted inଜାତୀୟ

୨୦୪୭ ସୁଦ୍ଧା ଏକ ସ୍ବର୍ଣ୍ଣିମ ଭାରତ ଗଢିବାର ଅଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ସଂସଦର ବଜେଟ୍‌ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ସଂସଦର ମିଳିତ ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଆମକୁ ଏପରି ଏକ ଭାରତ ଗଠନ କରିବାକୁ ହେବ, ଯେଉଁଥିରେ ଅତୀତର ଗୌରବ ଥିବ। ଦାରିଦ୍ର୍ୟ ନ ଥିବ। ଯୁବକମାନେ ସମୟଠାରୁ ଦୁଇ ପାଦ ଆଗରେ ଥିବେ। ୨୦୪୭ ସୁଦ୍ଧା ଏକ ସ୍ବର୍ଣ୍ଣିମ ଭାରତ ଗଢିବାର ଅଛି।
ମୋର ସରକାର ରାଷ୍ଟ୍ର ନିର୍ମାଣର କର୍ତ୍ତବ୍ୟ ପାଳନ କରିବାରେ ନିୟୋଜିତ ଅଛନ୍ତି। ଆଜି ଭାରତରେ ଏପରି ଏକ ସରକାର ଅଛି, ଯିଏ ସ୍ବପ୍ନକୁ ପୂରଣ କରେ, ସଚ୍ଚୋଟତାକୁ ଅନୁସରଣ କରେ। ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଏବଂ ସଶକ୍ତିକରଣ ପାଇଁ ମୋ ସରକାର କାର୍ଯ୍ୟ କରୁଛନ୍ତି। ସରକାର ଜନ କଲ୍ୟାଣକୁ ପ୍ରାଧାନ୍ୟ ଦେବା ସହ ପ୍ରକୃତିର ଯତ୍ନ ନେଉଛନ୍ତି। ଆଜି ଭାରତରେ ସରକାର ଆଧୁନିକତାକୁ ପ୍ରୋତ୍ସାହିତ କରୁଥିବାବେଳେ ଐତିହ୍ୟ ମଧ୍ୟ ରକ୍ଷା କରୁଛନ୍ତି।
ଆଧୁନିକ ଭିତ୍ତିଭୂମି ଯାହା ଆମେ ପୂର୍ବରୁ ଚାହୁଁଥିଲୁ, ଆଜି ତାର ନିର୍ମାାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଭାରତରେ ଏଭଳି ଏକ ଡିଜିଟାଲ ନେଟୱାର୍କ ସୃଷ୍ଟି ହୋଇଛି, ଯେଉଁଥିରୁ ସମଗ୍ର ବିଶ୍ୱ ପ୍ରେରଣା ନେଉଛି। ସେଥିପାଇଁ ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛୁ।
ବିକାଶର ପଥ ଅନୁସରଣ କରି ମୋ ସରକାର କିଛି ଦିନ ମଧ୍ୟରେ ନଅ ବର୍ଷ ପୂରଣ କରିବ। ମୋ ସରକାରର ପ୍ରାୟ ନଅ ବର୍ଷ ମଧ୍ୟରେ ଭାରତର ଲୋକମାନେ ପ୍ରଥମ ଥର ପାଇଁ ଅନେକ ପରିବର୍ତ୍ତନ ଦେଖିଛନ୍ତି। ଏଥି ମଧ୍ୟରୁ ସବୁଠୁ ବଡ଼ ହେଉଛି, ପ୍ରଥମ ଥର ପାଇଁ ଭାରତର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି। ଯେଉଁ ସମସ୍ୟାର ସମାଧାନ ପାଇଁ ଭାରତ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲା। ଆଜି ସେ ଅନ୍ୟମାନଙ୍କ ସମସ୍ୟାର ସମାଧାନ ପାଲଟିଛନ୍ତି।
ବିକାଶର ପଥ ଅନୁସରଣ କରି ମୋ ସରକାର କିଛି ଦିନ ମଧ୍ୟରେ ନଅ ବର୍ଷ ପୂରଣ କରିବ। ମୋ ସରକାରର ପ୍ରାୟ ନଅ ବର୍ଷ ମଧ୍ୟରେ ଭାରତର ଲୋକମାନେ ପ୍ରଥମ ଥର ପାଇଁ ଅନେକ ପରିବର୍ତ୍ତନ ଦେଖିଛନ୍ତି। ଏଥି ମଧ୍ୟରୁ ସବୁଠୁ ବଡ଼ ହେଉଛି, ପ୍ରଥମ ଥର ପାଇଁ ଭାରତର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି। ଯେଉଁ ସମସ୍ୟାର ସମାଧାନ ପାଇଁ ଭାରତ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲା। ଆଜି ସେ ଅନ୍ୟମାନଙ୍କ ସମସ୍ୟାର ସମାଧାନ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?