Posted inଜାତୀୟ

୨୦୪୭ ସୁଦ୍ଧା ଏକ ସ୍ବର୍ଣ୍ଣିମ ଭାରତ ଗଢିବାର ଅଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ସଂସଦର ବଜେଟ୍‌ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ସଂସଦର ମିଳିତ ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଆମକୁ ଏପରି ଏକ ଭାରତ ଗଠନ କରିବାକୁ ହେବ, ଯେଉଁଥିରେ ଅତୀତର ଗୌରବ ଥିବ। ଦାରିଦ୍ର୍ୟ ନ ଥିବ। ଯୁବକମାନେ ସମୟଠାରୁ ଦୁଇ ପାଦ ଆଗରେ ଥିବେ। ୨୦୪୭ ସୁଦ୍ଧା ଏକ ସ୍ବର୍ଣ୍ଣିମ ଭାରତ ଗଢିବାର ଅଛି।
ମୋର ସରକାର ରାଷ୍ଟ୍ର ନିର୍ମାଣର କର୍ତ୍ତବ୍ୟ ପାଳନ କରିବାରେ ନିୟୋଜିତ ଅଛନ୍ତି। ଆଜି ଭାରତରେ ଏପରି ଏକ ସରକାର ଅଛି, ଯିଏ ସ୍ବପ୍ନକୁ ପୂରଣ କରେ, ସଚ୍ଚୋଟତାକୁ ଅନୁସରଣ କରେ। ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଏବଂ ସଶକ୍ତିକରଣ ପାଇଁ ମୋ ସରକାର କାର୍ଯ୍ୟ କରୁଛନ୍ତି। ସରକାର ଜନ କଲ୍ୟାଣକୁ ପ୍ରାଧାନ୍ୟ ଦେବା ସହ ପ୍ରକୃତିର ଯତ୍ନ ନେଉଛନ୍ତି। ଆଜି ଭାରତରେ ସରକାର ଆଧୁନିକତାକୁ ପ୍ରୋତ୍ସାହିତ କରୁଥିବାବେଳେ ଐତିହ୍ୟ ମଧ୍ୟ ରକ୍ଷା କରୁଛନ୍ତି।
ଆଧୁନିକ ଭିତ୍ତିଭୂମି ଯାହା ଆମେ ପୂର୍ବରୁ ଚାହୁଁଥିଲୁ, ଆଜି ତାର ନିର୍ମାାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଭାରତରେ ଏଭଳି ଏକ ଡିଜିଟାଲ ନେଟୱାର୍କ ସୃଷ୍ଟି ହୋଇଛି, ଯେଉଁଥିରୁ ସମଗ୍ର ବିଶ୍ୱ ପ୍ରେରଣା ନେଉଛି। ସେଥିପାଇଁ ଆମେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛୁ।
ବିକାଶର ପଥ ଅନୁସରଣ କରି ମୋ ସରକାର କିଛି ଦିନ ମଧ୍ୟରେ ନଅ ବର୍ଷ ପୂରଣ କରିବ। ମୋ ସରକାରର ପ୍ରାୟ ନଅ ବର୍ଷ ମଧ୍ୟରେ ଭାରତର ଲୋକମାନେ ପ୍ରଥମ ଥର ପାଇଁ ଅନେକ ପରିବର୍ତ୍ତନ ଦେଖିଛନ୍ତି। ଏଥି ମଧ୍ୟରୁ ସବୁଠୁ ବଡ଼ ହେଉଛି, ପ୍ରଥମ ଥର ପାଇଁ ଭାରତର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି। ଯେଉଁ ସମସ୍ୟାର ସମାଧାନ ପାଇଁ ଭାରତ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲା। ଆଜି ସେ ଅନ୍ୟମାନଙ୍କ ସମସ୍ୟାର ସମାଧାନ ପାଲଟିଛନ୍ତି।
ବିକାଶର ପଥ ଅନୁସରଣ କରି ମୋ ସରକାର କିଛି ଦିନ ମଧ୍ୟରେ ନଅ ବର୍ଷ ପୂରଣ କରିବ। ମୋ ସରକାରର ପ୍ରାୟ ନଅ ବର୍ଷ ମଧ୍ୟରେ ଭାରତର ଲୋକମାନେ ପ୍ରଥମ ଥର ପାଇଁ ଅନେକ ପରିବର୍ତ୍ତନ ଦେଖିଛନ୍ତି। ଏଥି ମଧ୍ୟରୁ ସବୁଠୁ ବଡ଼ ହେଉଛି, ପ୍ରଥମ ଥର ପାଇଁ ଭାରତର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି। ଯେଉଁ ସମସ୍ୟାର ସମାଧାନ ପାଇଁ ଭାରତ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲା। ଆଜି ସେ ଅନ୍ୟମାନଙ୍କ ସମସ୍ୟାର ସମାଧାନ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri