ଚାଷୀ ନ ଥାଇ ଧାନ କିଣା

ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଡବ୍ଲ୍ୟୁଏସ୍‌ଏଚଜି) ୪୬୬୧.୨୨ କୁଇଣ୍ଟାଲ ଧାନ ଦୁର୍ନୀତି କରିଛନ୍ତି। ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରିସିପ୍ଟ ଜାରି କରାଯାଇଛି। ଏହିକ୍ରମରେ ସମ୍ପୃକ୍ତ ଗୋଷ୍ଠୀର କର୍ମକର୍ତ୍ତାମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତି କମିଶନରଙ୍କୁ ୨୩ା୪ା୨୦୨୧ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି ସୁପାରିସ କରିଥିଲେ। ଏହି ସୁପାରିସକୁ ଆଧାରକରି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ ଦାସ ୧୮ା୬ା୨୦୨୧ରେ ଉପରୋକ୍ତ ୭ ଜିଲାର ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଚାଷୀଙ୍କଠାରୁ ଭେଣ୍ଡର ରିସିପ୍ଟ ପରେ ଧାନ ସଂଗ୍ରହ ହୋଇ ନ ପାରିବାରୁ ଏଭଳି ଦୁର୍ନୀତିର ରହସ୍ୟ ଉନ୍ମୋଚନ ହୋଇପାରିଛି। କିନ୍ତୁ ବିନା ଚାଷୀରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅନୁରୂପ ଭାବେ ବହୁ କୁଇଣ୍ଟାଲ ଧାନ ଅର୍ଥ ହଡ଼ପ ହୋଇଥିବା ସନ୍ଦେହକୁ ଏଡାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି। ତେଣୁ ଗତ ଖରିଫରେ ଧାନ ସଂଗ୍ରହରେ ଭାଗ ନେଇଥିବା ସମସ୍ତ ଡବ୍ଲ୍ୟୁଏସ୍‌ଏଚଜିର ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନିରପେକ୍ଷ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।
ଯାଜପୁର ଜିଲାରେ ୧୪୫ ପ୍ୟାକ୍ସ ଏବଂ ଏସ୍‌ଏଚଜି ଜରିଆରେ ୧୧ ଲକ୍ଷ ୪୨ କୁଇଣ୍ଟାଲ ଖରିଫ ଧାନସଂଗ୍ରହ କରାଯାଇଥିଲା। ଏଥିରେ ୨୩ ଏସ୍‌ଏଚ୍‌ଜି ଭାଗ ନେଇଥିଲେ। ଗତ ଖରିଫ ବର୍ଷ ୪୩,୮୧୧ ଜଣ ଚାଷୀ(ନୂଆ-୧୪,୦୪୮ ଓ ନବୀକରଣ-୨୯୭୬୩) ପଞ୍ଜୀକରଣ କରିଥିଲେ। ଏଥିରୁ ବହୁ କୁଇଣ୍ଟାଲ ଧାନ କାଗଜପତ୍ରରେ ସଂଗ୍ରହ ଚାଲିଛି ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ନିଜ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଚାଷୀ ଦର୍ଶାଇ ଜାଲ୍‌ କାଗଜପତ୍ରରେ ଧାନସଂଗ୍ରହ କରାଯାଇଥିଲା। ତେବେ ଏହି ବ୍ୟବଧାନକୁ ପୂରଣ କରିବାକୁ ଏଠାରେ ବାହାର ଜିଲାରୁ କମ୍‌ ଦରରେ ଧାନ କିଣାଯାଇଛି। ଏପରିକି ମିଲର୍ସମାନଙ୍କ ସହ ହାତ ମିଳାଇ ପିଡିଏସ୍‌ ଚାଉଳକୁ ରିସାଇକ୍ଲିଂ କରି କାଗଜପତ୍ର ଅପ୍‌ଡେଟ୍‌ କରାଯାଇଥିବା ଚର୍ଚ୍ଚା ହେଉଛି। ୨୦୧୯ରେ ଯାଜପୁର ଜିଲା ମାର୍କଣ୍ଡପୁର ପ୍ୟାକ୍ସରେ ୪ ଚାଷୀଙ୍କ ନାମରେ ଏଭଳି ମିଥ୍ୟା କାଗଜପତ୍ର ଜରିଆରେ ଧାନ କିଣାଯାଇ ପ୍ରାୟ ୧୯ ଲକ୍ଷ ଟଙ୍କା ହଡପ ହୋଇଥିବା ନଜିର ରହିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଅଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନ୍ୟ କେତେକ ପ୍ୟାକ୍ସରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଉପରେ ତଦନ୍ତ ଜାରି ରହିଛି। ତେବେ ଏହି ଖରିଫ ଧାନ କିଣାରେ ଏସ୍‌ଏଚଜିମାନଙ୍କୁ ହାତ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଦୁର୍ନୀତି କରୁଥିବା କୁହାଯାଉଛି। ଯାଜପୁର ଜିଲାର ବାବା ଆଖଣ୍ଡଳମଣି ଏସ୍‌ଏଚଜି ଚଞ୍ଚକତା କରି ୧୦୩.୩ କୁଇଣ୍ଟାଲ ଧାନ କିଣିଛି। ଅନ୍ୟପକ୍ଷେ ବରଗଡ଼ ଜିଲାର ୩, ଭଦ୍ରକର ୫, ଗଞ୍ଜାମର ୭, ନୂଆପଡ଼ାର ୧, ସମ୍ବଲପୁରର ୧୨ ଓ ସୁବର୍ଣ୍ଣପୁରର ୪ ଏସ୍‌ଏଚଜି ଏହି ମିଥ୍ୟା ଧାନ କିଣାରେ ସାମିଲ ହୋଇଥିବା ଖାଦ୍ୟ ଯୋଗାଣ ଓ କଲ୍ୟାଣ ବିଭାଗ ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ସମ୍ବଲପୁର ଜିଲାର କେଛୁଆପାଣି ବିଶବ ଏସ୍‌ଏଚ୍‌ଜି ନାମରେ ସର୍ବାଧିକ ୧୨୮୭.୪୩ କୁଇଣ୍ଟାଲ ମିଥ୍ୟା ଧାନ କିଣାଯାଇଛି। ତେବେ ଏହି ଦୁର୍ନୀତି ପଛରେ କେବଳ ଏସ୍‌ଏଚ୍‌ଜି ନୁହେଁ, ପ୍ୟାକ୍ସ କର୍ମକର୍ତ୍ତାଙ୍କ ଜରିଆରେ ଚଞ୍ଚକତା କରି ବିପୁଳ ପରିମାଣର ଧାନ କିଣାଯାଇ ସରକାରଙ୍କ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?