ବିଲ୍ଡରଙ୍କ ଚାପରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୩।୩(ବ୍ୟୁରୋ): ବ୍ୟବସାୟ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ହେଲେ କରୋନା ଓ ଲକ୍‌ଡାଉନ ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଥିଲା। ଫଳରେ ନିଜ ଘରକୁ ବିକ୍ରି କରିବା ପାଇଁ ଜଣେ ବିଲ୍ଡରଙ୍କଠାରୁ ଅଗ୍ରିମ ଟଙ୍କା ଆଣିଥିଲେ। ହେଲେ ଉକ୍ତ ବିଲ୍ଡର ଜଣକ ଉକ୍ତ ଘରେ ତାଲା ପକାଇ ଦେବାରୁ ଶେଷରେ ବ୍ୟବସାୟୀ ଜଣକ ମାନସିକ ଚାପରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଏମିତି ଏକ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ମୃତ ବ୍ୟକ୍ତିଙ୍କ ନାମ ରିକି ଓ ତାଙ୍କ ଘର ପୁରୀରେ ବୋଲି ପୋଲିସ ଜାଣିବାକୁ ପାଇଛି। ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ରିକି ପ୍ରେସ୍‌ କଲୋନୀ ଅଞ୍ଚଳରେ ପୁରୁଣା ଗାଡ଼ି ଓ ହୋଟେଲ ବ୍ୟବସାୟ କରୁଥିଲେ। ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଏକ ପାର୍ଲର ରହିଛି। ଏଥିସହିତ ଏୟାରଫିଲ୍ଡ ଅଞ୍ଚଳରେ ତାଙ୍କର ଏକ ଘର ରହିଛି। କରୋନା ସମୟରୁ ଗାଡ଼ି ଓ ହୋଟେଲ ବ୍ୟବସାୟ ଠିକ୍‌ରେ ଚାଲୁ ନ ଥିବାରୁ ସେ ଅତ୍ୟଧିକ ଋଣରେ ବୁଡି ରହିଥିଲେ। ସେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ। ସେମାନେ ରିକିଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ଶେଷରେ ରିକି ନିଜ ଘର ବିକ୍ରି କରିବାକୁ ଜଣେ ବିଲ୍ଡରଙ୍କ ନିକଟରୁ ୩୫ଲକ୍ଷ ଟଙ୍କା ଅଗ୍ରୀମ ଆଣି କରଜ ଶୁଝିଥିଲେ। ହେଲେ ଘରର କାଗଜପତ୍ରରେ ତ୍ରୁଟି ରହିଥିଲା। ତ୍ରୁଟି ସୁଧାରିବାକୁ ସେ ବିଡିଏ ଅଫିସକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ଫଳରେ ବିଲ୍ଡର ଜଣକ ତାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ଦାବି କରିବା ସହ ନ ପାଇବାରୁ ଉକ୍ତ ଘରେ ତାଲା ପକାଇଦେଇଥିଲେ। ଏଥିରେ ମାନସିକ ଚାପରେ ଆସି ରିକି ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଓ ପାଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା

ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ…

ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ…

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: ପୁରୀ ଯାଉଥିଲେ ସନ୍ଧ୍ୟା ୬ରୁ…

ପୁରୀ, ୪।୧୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି…

କ୍ୟାରିୟର ସହିତ ପରିବେଶ ପ୍ରତି ଧ୍ୟାନ ଦେବା ଜରୁରୀ

ପୂର୍ବରୁ ଗଛ ପରିମାଣ ଅଧିକ ଥିଲା। ଲୋକମାନେ ପ୍ରକୃତିକୁ ନେଇ ମଧ୍ୟ ସଚେତନ ଥିଲେ। ବର୍ତ୍ତମାନ ଭଳି କଳକାରଖାନା ନ ଥିଲା କି ଗାଡି ମୋଟର ଚାଲୁ…

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?