ସକାଳ ୭ରୁ ୨ଟା ଯାଏ ବ୍ୟବସାୟ

ଅନୁଗୋଳ ଅଫିସ୍‌, ୩।୮: ସଂକ୍ରମଣ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ସରକାରୀ ନିର୍ଦ୍ଦେଶର ଅନୁପାଳନ କରିବାକୁ ଜିଲାବାସୀଙ୍କୁ ସେ ଅନୁରୋଧ କରିଛନ୍ତି। ଜିଲାରେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏଥିରେ ଖିଲାପ କଲେ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଜିଲାକୁ ଶଟ୍‌ଡାଉନ୍‌ ଘୋଷଣା କରାଯିବ କି ନାହିଁ ସେ ନେଇ ଆଗାମୀ ଦିନରେ ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଏହି ନୂଆ ନିର୍ଦ୍ଦେଶନାମାରେ ପୂର୍ବପରି ସିନେମା ହଲ୍‌, ସୁଇମିଂ ପୁଲ୍‌, ପାର୍କ, ଥିଏଟର, ବାର୍‌ ଆଦି ବନ୍ଦ ରହିବ। ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ପାଠ୍ୟ ସମ୍ବନ୍ଧୀୟ, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ କଟକଣା ବଳବତ୍ତର ରଖାଯାଇଛି। ସମସ୍ତ ସ୍କୁଲ, କଲେଜ, ଅଙ୍ଗନୱାଡ଼ି, ପ୍ରଶିକ୍ଷଣ ଓ କୋଚିଙ୍ଗ ସେଣ୍ଟର୍‌ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଯୋଗ ଅନୁଷ୍ଠାନ/କେନ୍ଦ୍ର ଓ ଜିମ୍‌ ୫ ଅଗଷ୍ଟରୁ ଦିଆଯାଇଥିବା ଗାଇଡ୍‌ଲାଇନ ମାନି ଚାଲୁ ହୋଇପାରିବ। ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାଗୁଡ଼ିକ ପୂର୍ବଭଳି ପାର୍ସଲ ଖାଦ୍ୟକୁ ହୋମ୍‌ ଡେଲିଭରି କରିପାରିବେ। ଜିଲା ଭିତରେ ଓ ରାଜ୍ୟ ମଧ୍ୟରେ ଗାଡ଼ି ଚଳାଚଳ କରିପାରିବ। ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କା ଜରିମାନା ସହ ୧ ସପ୍ତାହ ପାଇଁ ସିଲ୍‌ କରାଯିବ। ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପ୍ରଥମ ଥର ପାଇଁ ୧ ହଜାର ଓ ପରବର୍ତ୍ତୀ ପ୍ରତ୍ୟେକ ଥର ପାଇଁ ୫ ହଜାର ଟଙ୍କା ଲେଖାଏ ଆଦାୟ କରାଯିବ। ରାଜ୍ୟ ବାହାରୁ ଆସୁଥିବା କୌଣସି ବ୍ୟକ୍ତି ୭୨ ଘଣ୍ଟା ମଧ୍ୟରେ ପ୍ରତ୍ୟାବର୍ତ୍ତନ କରୁଥିଲେ କ୍ବାରାଣ୍ଟାଇନ୍‌ରେ ରହିବେ ନାହିଁ।

ଆଉ ୬ ପଜିଟିଭ୍‌

ଅନୁଗୋଳ ଜିଲାରୁ ରବିବାର ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୫ ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ରହିଛନ୍ତି। ଏହି ୬ ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୩୪୫ରେ ପହଞ୍ଚତ୍ଛି। ଏହି ୬ ଜଣଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri