Categories: ବାଣିଜ୍ୟ

ଏ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା: ମିଡିଆରେ କରୁଥିଲେ କାମ…

ଚଳିତ ବର୍ଷ ହୁରୁନ ଇଣ୍ଡିଆ କୋଟକ ଓ୍ବେଲ୍ଥ ସହ ମିଶି ଭାରତର ସବୁଠାରୁ ଧନୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାର ସବୁଠୁ ଶୀର୍ଷ ସ୍ଥାନରେ ରହିଛନ୍ତି ରୋଶନୀ ନାଦର। ଅର୍ଥାତ୍‌ ରୋଶନୀ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା। ରୋଶନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦରଙ୍କର ଏକମାତ୍ର ଝିଅ। ମାତ୍ର ୨୮ ବର୍ଷ ବୟସରେ ସେ ଏଚ୍‌ସିଏଲ୍‌ର ସିଇଓ ହୋଇଥିଲେ। ରୋଶନୀ ୨୦୧୯ ମସିହାରେ ଫୋର୍ବସ ଦ୍ୱାରା ପ୍ରକାଶିତ ଦୁନିଆର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୪ ତମ ସ୍ଥାନରେ ରହିଥିଲେ। ଏଚ୍‌ସିଏଲ୍‌ର ସିଇଓ ହେବା ପୂର୍ବରୁ ରୋଶନୀ ମିଡିଆରେ କାମ କରୁଥିଲେ।
ରୋଶନୀ ଦିଲ୍ଲୀର ବସନ୍ତ ଭ୍ୟାଲି ସ୍କୁଲରେ ପାଠ ପଢ଼ା ଶେଷ କରିବା ପରେ ଉତ୍ତର ଆମେରିକାର ବିଶ୍ୱବିଦ୍ୟାଳୟରେ ମାସ୍‌ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ଏଚ୍‌ସିଏଲ୍‌ରେ ଯୋଗଦେବା ପୂର୍ବରୁ ରୋଶନୀ ଅନ୍ୟ କମ୍ପାନୀରେ ମଧ୍ୟ କାମ କରୁଥିଲେ। ବର୍ତ୍ତମାନ ରୋଶନୀ ଏଚ୍‌ସିଏଲ୍‌ ଫାଉଣ୍ଡେଶନର କାର୍ଯ୍ୟକାରୀ ନିର୍ଦ୍ଦେଶିକା ଏବଂ ସିଇଓ। ଏଚ୍‌ସିଏଲ୍‌ର ସମସ୍ତ ଦାୟିତ୍ୱ ବାପା ଶିବ ନାଦର ତାଙ୍କୁ ଦେଇଛନ୍ତି। ରୋଶନୀ ଜଣେ ତାଲିମପ୍ରାପ୍ତ ପତ୍ରକାର। ଏଥିସହ ସେ ଦେଶ ଦୁନିଆ ବିଷୟରେ ସମସ୍ତ ଖବର ରଖିଥାନ୍ତି। ରୋଶନୀ ଜଣେ ଭଲ ବକ୍ତା। ହେ ହେଉଛନ୍ତି ବାପା ଶିବ ନାଦରଙ୍କର କୋଟି କୋଟି ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ । ଶିବ ଝିଅ ରୋଶନୀଙ୍କୁ ବହତ ଭଲ ପାଆନ୍ତି। ସେ ଅଧିକାଂଶ ସମୟ ଝିଅ ସହ ବିତାଇବାକୁ ଚାହିଁଥାନ୍ତି।
ରୋଶନୀଙ୍କ ସ୍ବାମୀ ଶିଖର ମଲହୋତ୍ରା ଏଚ୍‌ସିଏଲ୍‌ ହେଲ୍ଥକେୟାରର ଉପାଧ୍ୟକ୍ଷ। ତାଙ୍କର ୨ ପୁଅ ଅରମାନ ଏବଂ ଜହାନ ଅଛନ୍ତି।

Share