ଏପ୍ରିଲ୨ରେ ବିଜ୍‌ନେସ୍‌ ଆଇଡିଆ ମଡେଲ କନ୍‌କ୍ଲେଭ

ଭୁବନେଶ୍ୱର,୩୦।୩: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଭୁବନେଶ୍ୱର ଶାଖାର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ୍‌ ଇଣ୍ଡିଆନସ୍‌ ପକ୍ଷରୁ ୨୦୨୩ ଏପ୍ରିଲ ୨ରେ ‘ମୋ ଉତ୍କଳ ଦିବସ’ ପାଳନ କରାଯାଉଛି। ଏ ସମ୍ପର୍କରେ ୱାଇଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବିଶାଲ ଡାଲମିଆ କହିଛନ୍ତି, ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ରାଜ୍ୟ ଗଠନ ସ୍ମୃତିରେ ଉତ୍କଳ ଦିବସ ପାଳନ କରାଯାଉଛି। ଏପରିକି କି ଚଳିତ ବର୍ଷ ଏପ୍ରିଲ ୨ରେ ୱାଇଆଇ ଭୁବନେଶ୍ୱର ‘ମୋ ଉକତ୍ଳ ଦିବସ’ପାଳନ କରୁଛି। ବିଶେଷକରି ଭାରତ କ୍ରୀଡ଼ା ଓ ୟୁଥ୍‌ ଆଫେୟାର୍ସ ସହଯୋଗରେ ୱାଇଆଇ ଭୁବନେଶ୍ୱର ପକ୍ଷରୁ ସେଦିନ ଏକ ଯୁବ ସମ୍ମିଳନୀର ଆୟୋଜନ କରାଯିବା ସହ ପ୍ରଗତିଶୀଳ ଓଡ଼ିଶା ଦିଗରେ ଅକ୍ଳାନ୍ତ ପରିଶ୍ରମ କରୁଥିବା କେତେଜଣ ପ୍ରମୁଖ ବ୍ୟକ୍ତି ଓ ସଂଗଠନର ସମ୍ବର୍ଦ୍ଧନା ନେଟ୍‌ୱାକର୍ର୍ିିଂ ଓ ଉସତ୍ବ ଅନୁଷ୍ଠିତ ହେଉଛି। ସେହିଭଳି ୱାଇଆଇ ଭୁବନେଶ୍ୱର ଚାପ୍ଟର ସହ ଅଧ୍ୟକ୍ଷ ସୋନାଲ ମୋର କହିଛନ୍ତି, ୟୁଥ୍‌ କନ୍‌କ୍ଳେଭରେ ଇଣ୍ଟରକଲେଜ ଭଳି ଓଡ଼ିଶା ସ୍କୁଲ ଡ୍ୟାନ୍ସ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଓଡ଼ିଶା ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ବିଶିଷ୍ଟ ଅତିଥି ବକ୍ତାମାନଙ୍କ ଦ୍ୱାରା ଓଡ଼ିଶାର ଇତିହାସ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ଏପରିକି ଶିଳ୍ପ ଲିଡରଙ୍କ ଦ୍ୱାରା ଓଡ଼ିଆ-୨୦୪୭ ଉପରେ ଚିନ୍ତାଧାରା ଲିଡରଶିପ୍‌ ପ୍ୟାନେଲ ଆଲୋଚନା ଏବଂ ଓଡ଼ିଆ ଖାଦ୍ୟ ମହୋସତ୍ବ ‘ଉକତ୍ଳ ରୋଷେଇ’, ଗର୍ବର ଓଡ଼ିଶା ‘ଉକତ୍ଳ ସମ୍ମାନ’, ଇଣ୍ଟରକଲେଜ ଆଇଡିଆଥନ-ଆଇଡିଆଜ୍‌ ଆଣ୍ଡ ଜଷ୍ଟ ପିଚ୍‌ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ; ଯେଉଁଥିରେ ଛାତ୍ରୀଛାତ୍ରମାନେ ନୂତନ ଉଦ୍ଭାବନ ଏବଂ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି) କ୍ଷେତ୍ରରେ ବିଜ୍‌ନେସ ଆଇଡିଆ ମଡେଲ ଉପସ୍ଥାପନା କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?