ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ ମହିଳାଙ୍କ ଗୋଡ଼ ଉପରେ ଚଢି ଯାଇଥିଲା। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହିଞ୍ଜିଳି ଥାନା କିର୍ତ୍ତିପୁର ଗ୍ରାମର ରଙ୍ଗବତୀ ସ୍ବାଇଁ (୬୫) ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ମହିଳା ଜଣଙ୍କ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲକୁ ଯିବା ପାଇଁ ପିତଳ ଛକ ନିକଟରେ ବସ୍‌କୁ ଅପେକ୍ଷା କରିଥିଲେ। ବସ୍‌ଟି ପୋଲସରାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ସେଥିରେ ମହିଳା ଜଣଙ୍କ ଚଢୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ବସ୍‌ର ପଛ ଚକ ମହିଳାଙ୍କ ଗୋଡ଼ ଉପରେ ଚଢି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

ଗେରୁଆ ପତାକା ଦେଖି କାହିଁକି ରାଗିଲେ ଅମିତ ଶାହା? ଖୋଜିଲେ…

ପୁଡୁଚେରୀ,୧୧।୮: ୧୫ ଅଗଷ୍ଟ ପୂର୍ବରୁ ସାରା ଦେଶରେ ୨୦୨୬ ପାଇଁ ‘ହର ଘର ତ୍ରିରଙ୍ଗା’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା) ଅଭିଯାନ ଆରମ୍ଭ ହୋଇଛି। ଏହି ପଦକ୍ଷେପର ଅଂଶ…

କିଏ ଏହି ଦୀପ୍ତି ଗୌର ମୁଖାର୍ଜୀ? NEET ପରୀକ୍ଷା ବିବାଦ ପରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୮: NEET-UG ପେପର୍ ଲିକ୍ ମାମଲା ହେଉ କିମ୍ବା ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଯୁବକମାନଙ୍କ ବିକ୍ଷୋଭ ଖବର ଚର୍ଚ୍ଚାରେ ରହିଛି…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri