ବର୍ଷ ବର୍ଷ ଧରି ଠକାମିର ଶିକାର ବସ୍‌ ଯାତ୍ରୀ

ପଟ୍ଟାମୁଣ୍ଡାଇ,୨୪ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ଭଦ୍ରକ, ଚାନ୍ଦବାଲି ଓ ରାଜକନିକା ଅଞ୍ଚଳରୁ କଟକକୁ ଯାଉଥିବା ବସ୍‌ ଯାତ୍ରୀମାନେ ବର୍ଷ ବର୍ଷ ଧରି ଠକାମିର ଶିକାର ହେବାକୁ ପଡୁଛି। ସାଧାରଣ ଯାତ୍ରୀମାନେ ଏହି ଠକେଇର ସୁରାକ ପାଉ ନ ଥିବା ବେଳେ ଘରୋଇ ବସ୍‌ଗୁଡିକ ଚଞ୍ଚକତା କରି ଯାତ୍ରୀମାନଙ୍କୁ ଚତୁରତାର ସହ ଠକୁଥିବା ଜଣାପଡିଛି। ଖାଲି ସେତିକି ନୁହେଁ, କଟକରୁ ଉପରୋକ୍ତ ଅଞ୍ଚଳକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଅନୁରୂପ ଭାବେ ଠକାମିର ଶିକାର ହେଉଛନ୍ତି। ସରକାରୀ ଭାବେ ପଟ୍ଟାମୁଣ୍ଡାଇରୁ କଟକକୁ ୭୬ କି.ମି. ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାପାର୍ଶ୍ୱରେ ବୋର୍ଡ ଲଗାଯାଇଛି। କିନ୍ତୁ ଘରୋଇ ବସ୍‌ଗୁଡିକ କଟକକୁ ୮୮ କି.ମି. ଦର୍ଶାଇ ଯାତ୍ରୀମାନଙ୍କଠାରୁ ୧୨ କି.ମି.ର ଅଧିକ ଭଡ଼ା ବାବଦରେ ଟଙ୍କା ଲୁଟ୍‌ କରି ଚାଲିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୂର୍ବରୁ କଟକ ଚାନ୍ଦିନଚୌକରେ ବସ୍‌ଷ୍ଟାଣ୍ଡ ଥିବାରୁ ପଟ୍ଟାମୁଣ୍ଡାଇରୁ ଯାଉଥିବା ଯାତ୍ରୀମାନଙ୍କଠାରୁ ୮୮ କି.ମି . ରାସ୍ତାର ବସ୍‌ ଭଡା ନିଆଯାଉଥିଲା। ତେବେ ବହୁବର୍ଷ ପୂର୍ବରୁ ବାଦାମବାଡ଼ିଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇ ସାରିଥିବା ବେଳେ ପଟ୍ଟାମୁଣ୍ଡାଇ କଟକକୁ ୭୬ କି.ମି. ରାସ୍ତା ଯିବାକୁ ପଡ଼ୁଥିଲେ ହେଁ ପୂର୍ବ ନିର୍ଦ୍ଧାରିତ ୮୮ କି.ମି. ରାସ୍ତାର ପଇସା ଯାତ୍ରୀମାନଙ୍କଠାରୁ ନିଆଯାଉଛି। ବର୍ତ୍ତମାନ ତେଲ ମୂଲ୍ୟ ବୃଦ୍ଧି ପାଇଥିବାରୁ ପୂର୍ବ ନିର୍ଦ୍ଧାରିତ ବସ୍‌ ଭଡ଼ାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅର୍ଡିନାରି ବସ୍‌ ୧ କି.ମି. ପିଛା ୯୦ ପଇସା ଥିବା ବେଳେ ବର୍ଦ୍ଧିତ ବସ୍‌ଭଡା ଅନୁଯାୟୀ ଏହା ୯୨ ପଇସା ହୋଇଛି। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ପୂର୍ବରୁ ୧ କି.ମି. ପିଛା ୯୪ ପଇସା ଥିବା ବେଳେ ବର୍ଦ୍ଧିତ ଭଡା ଅନୁଯାୟୀ ୯୬ ପଇସା ହୋଇଛି। ଡିଲକ୍ସ ବସ୍‌ ଭଡ଼ା ପୂର୍ବରୁ ୧ କି.ମି. ପିଛା ୧.୩୧ ପଇସା ଥିବାବେଳେ ଏବେ ୧.୩୫ ପଇସା କରାଯାଇଛି। ଏସ୍‌ସି ଡିଲକ୍ସ ବସ୍‌ ୧ କି.ମି .ପିଛା ବର୍ଦ୍ଧିତ ଭଡ଼ା ଅନୁଯାୟୀ ଏହା ୧.୬୩ ପଇସାକୁ ବୃଦ୍ଧି ହୋଇଛି। ତଦନୁଯାୟୀ ପଟ୍ଟାମୁଣ୍ଡାଇରୁ କଟକକୁ ଯାଉଥିବା ଯାତ୍ରୀମାନେ ୮୮ କି.ମି. ରାସ୍ତା ପାଇଁ ଅର୍ଡିନାରି ବସ୍‌ଭଡା ପୂର୍ବରୁ ୭୯.୨୦ ପଇସା ଦେଉଥିବା ବେଳେ ବର୍ତ୍ତମାନ ୮୦.୯୬ ପଇସା ଭଡ଼ା ଦେବା କଥା। ମାତ୍ର ଏବେ ବସ କଣ୍ଡକ୍ଟର ସାଧାରଣ ଯାତ୍ରୀଙ୍କ ପାଖରୁ ୧୨୦ ଟଙ୍କା ନେଉଛନ୍ତି। ସେହିଭଳି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ମଧ୍ୟ ପୂର୍ବରୁ ୮୨.୭୨ ପଇସା ଥିବାବେଳେ ବର୍ତ୍ତମାନ ୮୪. ୪୮ ପଇସା ନେବା କଥା ମାତ୍ର ୧୫୦ ଟଙ୍କା ଯାତ୍ରୀଙ୍କ ପାଖରୁ ନେଉଛନ୍ତି। ସେହିପରି ଡିଲକ୍ସ ଓ ଏସସି ଡିଲକ୍ସ ବସ୍‌ ଭଡ଼ା କଥା ନ କହିବା ଭଲ। ପଟ୍ଟାମୁଣ୍ଡାଇରୁ କଟକକୁ ଦୂରତ୍ୱ ୭୬ କି.ମି. ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ରାଜନଗରକୁ ୨୦ କି.ମି., ଆଳିକୁ ୧୬ କି.ମି., ରାଜକନିକାକୁ ୨୪ କି.ମି., ଭିତରକନିକାକୁ ୫୯ କି.ମି .ଓ ଚାନ୍ଦବାଲିକୁ ୩୦ କି.ମି. ଦୂରତ୍ୱ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଜିଲା ପ୍ରଶାସନ, ପରିବହନ କମିଶନର ତଥା ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଆର୍‌ଟିଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ଏ ନେଇ ମୋ ପାଖକୁ କୌଣସି ଅଭିଯୋଗ ଆସିନାହଁି। ଏ ବିଷୟରେ ବସ୍‌ ଆସୋସିଏଶନ ସହ କଥା ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri