ସ୍କୁଟିକୁ ଧକ୍କା ଦେବାରୁ ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ, ୨।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନଂ. କ ଜାତୀୟ ରାଜପଥର ବଡପାଳଠାରେ ବୁଧବାର ସକାଳେ ଏକ ବସ୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟି ଚାଳକ ହଳଦିଆ ଗ୍ରାମର ବିକାଶ ନାୟକ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ, ବୁଧବାର ସକାଳେ ଉତ୍ତ୍ୟକ୍ତ ଲୋକେ ବସ୍‌ରେ ନିଆଁ ଲଗାଇଦେଇଛନ୍ତି। ତେବେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା ଚଳାଇଛି। ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ବିକାଶ ନିଜ ସ୍କୁଟିରେ ହଳଦିଆରୁ ବଡ଼ପାଳ ଅଭିମୁଖେ ଯାଉଥିଲେ। କଲିକତାରୁ ପାରାଦୀପ ଯାଉଥିବା ଠାକୁର ଅଭିନ୍ନ ସୁନ୍ଦର ବସ (ଡବ୍ଲ୍ୟୁବି ୪୧ଇ ୬୦୧୨) ଡାହାଣ ପାଖ ରାସ୍ତାରେ ସ୍କୁଟିକୁ ଧକ୍କା ଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶୀତ ଲହରି: ଜନଜୀବନ ପ୍ରଭାବିତ

କୋରାପୁଟ,୨୩।୧୧(ସ୍ବ.ପ୍ର.):କୋରାପୁଟ ଜିଲାରେ ସପ୍ତାହେ ଧରି ପ୍ରବଳ ଶୀତ ଲହରି ଜାରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଜିଲାରେ ତାପମାତ୍ରା ଦିନରେ ସବନିମ୍ନ ୨୫ ଡିଗ୍ରୀ ରହୁଥିବା...

ଅନ୍ଧାରୀ ମୁଲକର ଆଲୋକ

ବରଗଡ ଅଫିସ, ୮ା୩ ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ । ଡାକ ନାମ ଦୀପା । ଏକ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୋମବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି।...

୪୯,୨୭୯ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍‌

ଭୁବନେଶ୍ୱର, ୨୯।୯(ବ୍ୟୁରୋ) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୧) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୪୯,୨୭୯ଜଣ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍‌ ମିଳିଛି। ବି.ଟେକ୍‌ରେ ପୀୟୂଷ...

ଜେଲରେ ଆଇଏଏସ୍‌ ଅଫିସର ବିଜୟ ଅସୁସ୍ଥ

ଭୁବନେଶ୍ୱର, ୭।୧(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ...

ପୂର୍ବ ଶତ୍ରୁତାରୁ ହତ୍ୟା, ଅଭିଯୁକ୍ତ ଗିରଫ

କ.ନୂଆଗାଁ,୧୮ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପିପଳପଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଛନ୍ତି ଯୋଗେଶ୍ୱର ପ୍ରଧାନ।...

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୨ ଡିଜିଏମ୍‌ ଅଧିକାରୀ ନିଲମ୍ବିତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଉରକେଲା/ ସୁନ୍ଦରଗଡ଼, ୬।୧: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି...

ସାଇ ମନ୍ଦିରରୁ ଚୋରି: ଦାନ ବାକ୍ସ, ବାବାଙ୍କ ରୁପା ମୁକୁଟ ନେଇଗଲେ ଦୁର୍ବୃତ୍ତ

ବରପାଲି,୧୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି କେନାଲ ରୋଡ୍‌ରେ ନୂଆ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ପୂଜକ...

Advertisement
Archives

Model This Week