Posted inଫୁରସତ

ବସ୍‌ ପାଲଟିଲା ଘର

ଡେନ ଓ ଡିନା ନାମକ ଦମ୍ପତି ସହରର ବ୍ୟସ୍ତବହୁଳ ଜୀବନ ବିତାଇବାକୁ ଆଉ ଚାହୁଁ ନ ଥିଲେ। ଅଫିସ୍‌ରୁ ଘର। ଘରୁ ପୁଣି ଅଫିସ୍‌। ମାତ୍ର ୨-୩ ଘଣ୍ଟା ସମୟ ପିଲାଙ୍କ ସହ ଏକାଠି ବିତାଇବାକୁ ମିଳୁଥିଲା। ତେଣୁ ନିଷ୍ପତ୍ତି ନେଲେ ପିଲାଙ୍କୁ ପୁରା ସମୟ ଦେବା ସହ ଖୁବ୍‌ ବୁଲିବେ। ଏହି ଯୋଜନାକୁ ପୁରଣ କରିବା ଲାଗି ସେମାନେ ଏକ ଡବଲ ଡେକର୍‌ ବସ୍‌ର ସାହାଯ୍ୟ ନେଲେ। ଯାହାର ଲମ୍ବ ୪୫ ଫୁଟ ଓ ଉଚ୍ଚତା ୧୩ ଫୁଟ ଥିଲା। ଏହି ବସ୍‌କୁ ସେମାନେ ରିନୋଭେଟ୍‌ କରି ଏକ ଦୁଇ ମହଲାର ସୁନ୍ଦର ଘରରେ ପରିଣତ କରିଦେଲେ। ଯାହା ଭିତରେ ସେ ଦୁହେଁ ଓ ତାଙ୍କର ୬ ସନ୍ତାନ ବେଶ୍‌ ଆରାମ୍‌ରେ ରହିପାରିଲେ। ତା’ସହ ସେମାନେ ବିଭିନ୍ନ ସ୍ଥାନ ବୁଲିପାରିଲେ। ଏହାର କକ୍‌ପିଟ୍‌ ଏରିଆ ଅଧିକ ବଡ଼ ହୋଇଥିବାରୁ ସେମାନେ ଏହାକୁ ନିଜର ଅଫିସ୍‌ରେ ପରିଣତ କରିଛନ୍ତି, ଯେଉଁଠି ସେମାନେ କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର ରଖିଛନ୍ତି। ଏହା ନିକଟରେ ଅଛି କିଚେନ୍‌, ଯାହାକି ଖୁବ୍‌ ଆଧୁନିକ। ଏଥିରେ ଏକ ଡାଇନିଂ ଏରିଆ ମଧ୍ୟ ଅଛି। ଏହା ମଧ୍ୟରେ ଦୁଇଟି ବାଥ୍‌ରୁମ୍‌ ସହ ଏକ ମାଷ୍ଟର ବେଡରୁମ୍‌ ଅଛି, ଯେଉଁଠି ପଡିଥିବା ବେଡ୍‌କୁ ଆବଶ୍ୟକତାବେଳେ ଫୋଲ୍ଡ କରିହୁଏ। ଉପର ମହଲାରେ ପିଲାଙ୍କ ବେଡ୍‌ରୁମ ଅଛି। ଯାହାକୁ ସେମାନଙ୍କ ଆବଶ୍ୟକତା ମୁତାବକ ସଜାଯାଇଛି। ବସ୍‌ଟିରେ ୪ଟି ୩୫୫ ଓ୍ବାଟ୍‌ର ସୋଲାର୍‌ ପ୍ୟାନେଲ୍‌ ଲାଗିଛି। ଫଳରେ ଏହି ବସ୍‌ ଘରେ ସେମାନେ ବେଶ୍‌ ଭଲ ସମୟ ବିତାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri