ବସ୍‌ ତେଲ ଟ୍ୟାଙ୍କର ଧକ୍କା, ୨୦ ଜୀବନ୍ତ ଦଗ୍ଧ…

ଇସଲାମାବାଦ, ୧୬।୮ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମୁଲତାନରେ ଏକ ଯାତ୍ରୀବାହୀ ବସ ଏବଂ ଏକ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ବସରେ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା କଷ୍ଟକର ଥିଲା। ଫଳରେ ବସ୍‌ରେ ଥିବା ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଗତ ତିନି ଦିନ ମଧ୍ୟରେ ପଞ୍ଜାବ ପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା। ଖବର ଅନୁଯାୟୀ, ଦୁର୍ଘଟଣାର ସୂଚନା ପାଇବା ପରେ ଜରୁରୀକାଳୀନ ସେବା ରେସକ୍ୟୁ ୧୧୨୨ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରେସକ୍ୟୁ ୧୧୨୨ମୁଖପାତ୍ର ସୂଚନା ଦେଇଛନ୍ତି ଯେ ବସ ଲାହୋରରୁ କରାଚି ଯାଉଥିଲା। ସେ କହିଛନ୍ତି ଯେ ଦୁର୍ଘଟଣାରେ ଆହତ ହୋଇଇଥିବା ଅନ୍ୟ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ଏଥିସହିତ ଗୁରୁତର ଆହତ ୬ଜଣ ଯାତ୍ରୀଙ୍କୁ ମୁଲତାନର ନିସ୍ତାର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଖବର ଅନୁଯାୟୀ ମୃତ ବ୍ୟକ୍ତିଙ୍କ ମୃତଦେହ ଏତେ ଜଳିଯାଇଛି ଯେଉଁଥିପାଇଁ ପୋଲିସ ସେମାନଙ୍କୁ ଚିହ୍ନିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ବର୍ତ୍ତମାନ ପୋଲିସ ଡିଏନଏ ପରୀକ୍ଷା କରିବା ପରେ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା କଥା କହୁଛି।

ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୋଲିସ ବିଭାଗକୁ ମୃତକଙ୍କ ପରିଚୟ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶନିବାର ମଧ୍ୟ ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଶନିବାର ଟ୍ରକ-ବସ ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ଜଳବାୟୁ ସମିଟ୍‌କୁ ମୋଦି ଆମନ୍ତ୍ରିତ

ଓ୍ବାଶିଂଟନ,୨୮।୩: ଆମେରିକା ଆସନ୍ତା ମାସରେ ଜଳବାୟୁ ଉପରେ ଏକ ଭର୍ଚୁଆଲ ସମିଟ୍‌ର ଆୟୋଜନ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ସମିଟ୍‌ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ...

ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ର ଆକ୍ରମଣ

ତେଲ୍‌ ଆଭିଭ,୨୨ା୫: ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ଶରଣାର୍ଥୀ ଶିବିର ଉପରେ େଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ୩ଜଣ ପାଲେଷ୍ଟାଇନ୍‌ ନାଗରିକ ନିହତ ହୋଇଛନ୍ତି। ଅନ୍ୟ ୬...

କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ...

ଇରାନରେ ୪ ଜଣଙ୍କୁ ଫାଶୀ, ଇସ୍ରାଏଲ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ତେହେରାନ,୪ ।୧୨: ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଇରାନରେ ରବିବାର ୪ ଜଣଙ୍କୁ ଫାଶୀ ଦିଆଯାଇଛି । ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପାଇଁ...

କିମ୍‌ ଟ୍ରମ୍ପ୍‌ଙ୍କୁ ଚୁମ୍ବନ ଦେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ହନୋଇ,୧।୧ : ହାନୋଇରେ ଏକ ବୈଠକ କରିବା ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖଯାଉଥିବା ହାୱାର୍ଡ ଆକ୍ସ ଏବଂ...

‘ନୋ ଫ୍ଲାଏ’ ଲିଷ୍ଟରେ ଇମ୍ରାନ୍‌

ଇସ୍‌ଲାମାବାଦ,୨୭ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ତାଙ୍କ ସ୍ତ୍ରୀ ବୁଶ୍‌ରା ବିବି ଓ ଦଳର ଅନେକ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଜାରି...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ

ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ...

Advertisement
Archives

Model This Week