Posted inଜାତୀୟ

ଅଟୋକୁ ଧକ୍କା ଦେଲା ବସ୍‌: ୧୩ ଜଣଙ୍କ ମୃତ୍ୟୁ

ଗ୍ବାଲିୟର,୨୩।୩: ମଧ୍ୟପ୍ରଦେଶ ଗ୍ବାଲିୟରରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଅଟୋକୁ ଧକ୍କା ଦେବାରୁ ଅଟୋରେ ଥିବା ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଅଙ୍ଗନଓ୍ବାଡ଼ି ସେବିକା ରହିଛନ୍ତି ବୋଲି ଏସ୍‌ପି ଅମିତ ସାଙ୍ଘି ସୂଚନା ଦେଇଛନ୍ତି। ସେମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଖାଦ୍ୟ ରାନ୍ଧିବା ପରେ ଘରକୁ ଫେରୁଥିଲେ। ପୁରାନି ଛାଓ୍ବନି ନିକଟରେ ସକାଳ ୭ଟାରେ ଦୁର୍ଘଟଣା ଘଟିଥିଲା। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏଥିରେ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ସୁରକ୍ଷା ଯୋଗାଇବାକୁ ସରକାରଙ୍କୁ କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୯: ପ୍ରାଇଭେଟ ହସ୍ପିଟାଲଗୁଡ଼ିକ ଘରୋଇ ଉଦ୍ୟୋଗ ହୋଇଥିବାରୁ ସେମାନଙ୍କୁ ନିଜସ୍ବ ସୁରକ୍ଷା ବ୍ୟବସ୍ଥା କରିବାକୁ ହେବ। ସୁରକ୍ଷା ଯୋଗାଇବାକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ଚନ୍ଦ୍ରୟାନ-୨ର ବିଫଳତା ନେଇ ଯୁବକ କଲେ ହଙ୍ଗାମା: ଅଧଘଣ୍ଟା ଅଟକି ରହିଲା ଟ୍ରେନ୍‌

ଭୋପାଳ,୧୧।୯: ଚନ୍ଦ୍ରୟାନ-୨ର ବିଫଳତା ମଧ୍ୟପ୍ରଦେଶରେ ଜଣେ ଯୁବକ ହଙ୍ଗାମା କରିଛନ୍ତି। ଯୁବକଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାଗର ଅଞ୍ଚଳରେ ଭୋର୍‌...

ଡ୍ୟୁଟିରେ ନିଦ: ନିଲମ୍ବିତ ସିଆଇଏସଏଫ୍‌ ଗାର୍ଡଙ୍କ ଆବେଦନ ଖାରଜ…

ମୁମ୍ବାଇ,୨୩।୧୧ : ଡ୍ୟୁଟିରେ ଥିବାବେଳେ ଶୋଇବା କାରଣରୁ ନିଲମ୍ବିତ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଗାର୍ଡଙ୍କ ଦଣ୍ଡାଦେଶ କୋହଳ କରିବାକୁ ବମ୍ବେ ହାଇକୋର୍ଟ...

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

ବନ୍ଦ ହେଲା ୟାହୁର ନ୍ୟୁଜ ୱେବସାଇଟ୍‌

ନୂଆଦିଲ୍ଲୀ,୨୬।୮: ଭାରତରେ ୟାହୁ ତା’ର ନ୍ୟୁଜ ୱେବସାଇଟ୍‌ ଗୁରୁବାର ବନ୍ଦ କରିଦେଇଛି। ଏଗୁଡ଼ିକ ମଧ୍ୟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଓ ମେକର୍ସ...

ଭାଜପାର ଲକ୍ଷ୍ମଣରେଖା

ନୂଆଦିଲ୍ଲୀ, ୮ା୬: ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଥମୁନି।...

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ...

୨ ବର୍ଷ ହେଲା ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା

ଜୟପୁର, ୧୫ା୪- ୧୫ ବର୍ଷୀୟା ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ରାଜସ୍ଥାନର ଜୋଧପୁରରୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ, ଝିଅକୁ...

Advertisement
Archives

Model This Week